ଶିରିଡ଼ି ସାଇବାବା ଜନ୍ମ ସ୍ଥାନକୁ ନେଇ ବିବାଦ

Sirid sai birth place Conflict

ମୁମ୍ବଇ : ଶିରିଡ଼ି ସାଇବାବା ଜନ୍ମ ସ୍ଥାନକୁ ନେଇ ବିବାଦ ଦେଖାଦେଇଛି । ଫଳରେ ବାବାଙ୍କ ଯୋଗୁ ଗଢିଉଠିଥିବା ସହର ବନ୍ଦ ରହିଛି । କିନ୍ତୁ ପୂର୍ବପରି ମନ୍ଦିର ଖୋଲା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଶିରିଡ଼ି ସାଇବାବା ମନ୍ଦିର ସିଇଓ ଦୀପକ ମୁଗଲିକର । ରବିବାର ମନ୍ଦିର ବନ୍ଦ ରହିବା ନେଇ ପ୍ରକାଶିତ ଖବରକୁ ଗୁଜବ କହିଛନ୍ତି ସିଇଓ ଦୀପକ ମୁଗଲିକର । ଶନିବାର ଶିରିଡ଼ି ସାଇବାବା ମନ୍ଦିରର ସିଇଓ ଦୀପକ ମୁଗଲିକର ଏକ ବିଜ୍ଞପ୍ତିଜାରି କରି କହିଛନ୍ତି ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆଳତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ । ଏପରିକି ଟ୍ରଷ୍ଟ ପକ୍ଷରୁ ପ୍ରସାଦାଳୟ, ଭକ୍ତ ନିବାସ ଓ ହସ୍ପିଟାଲ ନିୟମିତ ଭାବେ କାର‌୍ୟ୍ୟ କରିବ । ଗତ ୧୯ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ କେବଳ ଶିରିଡି ସହରରେ ବନ୍ଦ ପାଳନ ହେବ । କିନ୍ତୁ ଶିରିଡି ସାଇବାବା ମନ୍ଦିର ବନ୍ଦ ହେବ ନାହିଁ । ଅନ୍ୟଦିନମାନଙ୍କ ପରି ଆସନ୍ତାକାଲି ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ଏବଂ ପୂଜାନୀତି ପୂର୍ବପରି ଚାଲୁ ରହିବ ସୂଚନାଯୋଗ୍ୟ ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ କହିଥିଲେ ଯେ ଶିରିଡିଠାରୁ ୨୭୫ କିଲୋମିଟର ଦୂର ପର୍ଭଣୀର ପଥରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ । ଏପରି କି ମୁଖ୍ୟମନ୍ତ୍ରୀ ପଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ପ୍ରତିବାଦରେ ଆସନ୍ତା ରବିବାରଠାରୁ ଶିରିଡ଼ିବାସୀ ଶିରିଡି ବନ୍ଦ ପାଇଁ ଘୋଷଣା କରିଥିଲେ ।

Add a Comment