ବଟ ମହାପୁରୁଷଙ୍କ ପୀଠରେ ଅଷ୍ଟମପ୍ରହରୀ ଅନୁଷ୍ଠିତ

ଗରଦପୁର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବଲ୍କ ତେଣ୍ଡାକୁଡା ପଞ୍ଚାୟତ ଅର୍ନ୍ତଗତ ରାହାଁଳ ଦାଆଁଲୋ ଗ୍ରାମ ମଧ୍ୟସ୍ଥ ବଟ ମହାପୁରୁଷଙ୍କ ପୀଠରେ ଆଜି ୬୮ତମ ବାର୍ଷିକ ଅଷ୍ଟମପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି, ଗୁରୁବାର ଅପରାହ୍ନରେ ଏହି ଅଷ୍ଟମପ୍ରହରୀ ନାମ ସଂକୀର୍ତ୍ତନର ଘଟୋ ଅଧିବାସ ଅନୁଷ୍ଠିତ ହୋଇଥିଲା । ପରେ ଘଣ୍ଟଉତ୍ତୋଳନ ପୂର୍ବକ ନାମ ସଂକୀର୍ତ୍ତନ ଶୁଭାରମ୍ଭ ଆଜି ସକାଳ ୫ଟା ସମୟରେ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା କାଲି ଅର୍ଥାତ ଶନିବାର ଦିନ ନଗର କିର୍ତ୍ତନ ସମାପ୍ତ ହେବ । ଏହି ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରେ ମା ବୁଢୀଜାଗୁଳେଇ ସଂକୀର୍ତ୍ତନ ମଣ୍ଡଳୀ ନରଡା ସହିତ ଧାନମଣ୍ଡଳ, ରାଏସର, ଦାଆଁଲୋ, କୁସୁନପୁରା ଏବଂ ଖରିସାଣ ସଂକୀର୍ତ୍ତନ ମଣ୍ଡଳି ଯେଗ ଦେଇଥିଲେ । ଏଥିସହିତ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ପ୍ରାୟ ଛଅ ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ରହିଥିବା ବେଳେ ପାଖାପାଖି ଚାରିଶହରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାହିଥିବା ଦେଖିବାକୁ ମିଳିଥିଲା ।

Add a Comment