ରାମ ମନ୍ଦିର ନିମନ୍ତେ ପାଟନା ମହାବୀର ମନ୍ଦିର ଦାନ ଦେବ ୧୦ କୋଟି ଟଙ୍କା

ପାଟନା (ଏଜେନ୍ସି) : ଲୋକସଭାରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନର ଘୋଷଣା କରିଥିଲାବେଳେ ଏହାକୁ ପାଟନାର ପ୍ରସିଦ୍ଧ ମହାବୀର ମନ୍ଦିର ନ୍ୟାସର ସଚିବ ଆଚାର୍ଯ୍ୟ କିଶୋର କୃଣାଳ ସ୍ୱାଗତ କରିଛନ୍ତି । ଏଥିସହ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ପାଟନାର ମହାବୀର ମନ୍ଦିର ଟ୍ରଷ୍ଟ ୧୦ କୋଟି ଟଙ୍କାର ଦାନ ଦେବ ବୋଲି ଆଚାର୍ଯ୍ୟ ସଚିବ କୃଣାଳ କହିଛନ୍ତି । ଯେମିତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ପାଟନା ମହାବୀର ମନ୍ଦିର ଟ୍ରଷ୍ଟ ଏଥିଲାଗି ୧୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଆଚାର୍ଯ୍ୟ ସଚିବ ମୃଣାଳ କହିଛନ୍ତି ।

Add a Comment