ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର – ଆସନ୍ତା ୨୧ ତାରିଖରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଜାଗର ଅମାବାସ୍ୟା ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନର ନବ ଗଠିତ ଅନ୍ତରୀଣ ନ୍ୟାସ ମଣ୍ଡଳୀର ପ୍ରଥମ ବୈଠକରେ ଆଲୋଚନା ହୋଇଥିଲେ । ବୈଠକରେ ମହାଶିବରାତ୍ରୀ ପର୍ବ ସୁପରିଚାଳନା ସମ୍ପର୍କରେ ଆଲୋଚନା ହୋଇଛି । ପାର୍କିଂ, ସୌନ୍ଦର୍ଯ୍ୟକରଣ, ଆଇନ ଶୃଙ୍ଖଳା, ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି । ତେବେ ଚଳିତ ଥର ମନ୍ଦିର ଭିତର ସମେତ ମନ୍ଦିର ବାହାରେ ସୌନ୍ଦର୍ଯ୍ୟକରଣ ସ୍ଥାନରେ ଦୀପ ଜାଳିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସର୍କିଟ୍ ହାଉସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ପୋଲିସ ଅଧିକାରୀ, ବିଏମସିର ଅତିରିକ୍ତ କମିଶନର ଏବଂ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Add a Comment