ଇଣ୍ଡୋନେସିଆରେ ଖୋଲିଲା ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ

ଜାକାର୍ତ୍ତା(ଏଜେନ୍ସି) : ଇଣ୍ଡୋନେସିଆର ସରକାର ସେଠାରେ ରହୁଥିବା ହିନ୍ଦୁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଖୋଲିଛନ୍ତି । ବାଲିର ଦେନପସାରରେ ଅବସ୍ଥିତ ଏହି ହିନ୍ଦୁ ବିଶ୍ୱବିଦ୍ୟାଳୟର ନାମକରଣ ଇଣ୍ଡୋନେସିଆର ଲୋକପ୍ରିୟ ଜନନାୟକ ଗୁସ୍ତୀ ବାଗୁସ ସୁଗ୍ରୀବଙ୍କ ନାମାନୁସାରେ କରାଯାଇଛି । ସୁଗ୍ରୀବ ଇଣ୍ଡୋନେସିଆର ଲୋକପ୍ରିୟ ନେତାଥିଲାବେଳେ ତାଙ୍କର ଧାର୍ମିକ, ଶୈକ୍ଷିକ ଏବଂ ସାମୁଦାୟିକ ଗତିବିଧିଙ୍କ ନେତା ଭାବେ ବହୁ ପ୍ରସିଦ୍ଧି ରହିଛି । ପଥମେ ଏହି ବିଶ୍ୱବିଦ୍ୟାଳୟକୁ ଷ୍ଟେଟ୍ ହିନ୍ଦୁ ଧର୍ମ ସଂସ୍ଥାନ ରୂପେ ଜଣାଯାଉଥିଲା । ତେବେ ଲୋକପ୍ରିୟ ନେତା ସୁଗ୍ରୀବଙ୍କ ହିନ୍ଦୁତ୍ୱ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଛି । ଇଣ୍ଡୋନେସିଆର ଲୋକପ୍ରିୟ ଧାର୍ମିକ ନେତା ସୁଗ୍ରୀବଙ୍କ ୧୯୭୩ ନଭେମ୍ବର ୨୨ରେ ନିଧନ ହୋଇଥିଲା । ତାଙ୍କର ନାମ ରାମାୟଣର ପ୍ରସିଦ୍ଧ ରାମଭକ୍ତ ତଥା ଯୋଦ୍ଧା ସୁଗ୍ରୀବଙ୍କ ନାମାନୁସରେ ପରିବାର ଲୋକେ ରଖିଥିଲେ ।

Add a Comment