ଟେକ୍ସଟ୍ ମେସେଜ୍ରେ ଆସିବ ଛାଡ଼ପତ୍ର ନୋଟିସ୍
ସାଉଦି: ସାଉଦି ଆରବର ମହିଳାମାନେ ଆଉ ଛାଡ଼ପତ୍ର ବାବଦରେ ଜାଣିବାରେ ଶେଷ ବ୍ୟକ୍ତିବିଶେଷ ହେବେନି, ଏଣିକି କୋର୍ଟ ଛାଡ଼ପତ୍ର ବାବଦରେ ଘୋଷଣା କରିବାର କିଛି ମିନିଟ୍ ମଧ୍ୟରେ ସେମାନଙ୍କୁ ଟେକ୍ସଟ୍ ମେସେଜ୍ ଜରିଆରେ ନୋଟିସ୍ ପହଞ୍ଚିଯିବ ଯେ ଛାଡ଼ପତ୍ର ଦିଆଯାଇଛି। ଆସନ୍ତା ରବିବାର ଏକ କୋର୍ଟ ଏହାକୁ ବାଧ୍ୟତାମୂଳକ କରିବେ।
ବର୍ତ୍ତମାନ କିଛି ପୁରୁଷ ଛାଡ଼ପତ୍ର ଦେବା ସମୟରେ ଅପରପକ୍ଷ ବା ମହିଳା ଜମାରୁ ଜାଣି ପାରୁନାହାନ୍ତି କେତେବେଳେ ଏହି ସମ୍ପର୍କ ଛିନ୍ନ ହୋଇସାରିଛି, କାରଣ ଏହି ବିଷୟରେ ସେମାନେ ପତ୍ନୀଙ୍କୁ ଜଣାଉନାହାନ୍ତି। ସ୍ଥାନୀୟ ଜଣେ ମହିଳାଙ୍କ କହିବା ଅନୁଯାୟୀ, ଏହି ନୂତନ ପଦକ୍ଷେପ ଫଳରେ ମହିଳାମାନେ ସେମାନଙ୍କ ଛାଡ଼ପତ୍ର ବାବଦରେ ଜାଣିବାର ଅଧିକାର ପାଇପାରିବେ।ଏହା ମଧ୍ୟ ନିଶ୍ଚିତ କରୁଛି ଯେ ଛାଡ଼ପତ୍ର ପୂର୍ବରୁ ଦିଆଯାଥିବା କୌଣସି ‘ପାୱାର ଅଫ୍ ଆଟର୍ଣ୍ଣି’ର ଦୁରୂପଯୋଗ କରାଯାଇ ପାରିବନାହିଁ।
ସାଉଦିର ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି, ସାମଜିକ ଓ ଅର୍ଥନୀତିକ ସଂସ୍କାର ଅଣାଯିବା ଉଦ୍ଦେଶ୍ୟରେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କ ୨୦୩୦ ଲକ୍ଷ୍ୟ ଦିଗରେ ଏହା ଏକ ପଦକ୍ଷେପ।
ସୂଚନାଯୋଗ୍ୟଯେ ମହମ୍ମଦ ବିନ୍ ସଲମାନ୍ କ୍ଷମତାକୁ ଆସିବାପରେ ସାଉଦି ମହିଳାଙ୍କୁ ବିଶେଷ ଅଧିକାରମାନ ମିଳିଛି। ସାମାଜିକ ଜୀବନରେ ସୁଧାର ଏବଂ ଲିଙ୍ଗଗତ ବୈଷମ୍ୟତା ଦିଗରେ ଅନେକ ପଦକ୍ଷେପ ନିଆଯିବା ସହିତ ସେମାନଙ୍କୁ ଗାଡ଼ିଚାଳନାର ଅନୁମତି ଦିଆଯାଇଛି ଯାହାକି ସମଗ୍ର ବିଶ୍ୱରେ ବେଶ୍ ଚର୍ଚ୍ଚିତ ହୋଇଥିଲା।
Related Posts
ବଳପୂର୍ବକ ସଂଖ୍ୟାଲଘୁଙ୍କ ଝିଅଙ୍କୁ ଇସଲାମ ଧର୍ମାନ୍ତରଣ ବିରୋଧରେ ପ୍ରଦର୍ଶନ
୨ ଦିନରେ ୩ ହିନ୍ଦୁ ନାବାଳିକାଙ୍କ ଅପହରଣ ପରେ ପାକିସ୍ତାନକୁ ଭାରତର ସମନ
