Sadhus of Odisha(Sanatana Santha Samaja) Support CAA

ସିଏଏକୁ ଓଡ଼ିଶା ସନ୍ଥ ସମାଜର ସମର୍ଥନ

ସିଏଏକୁ ଓଡ଼ିଶା ସନ୍ଥ ସମାଜର ସମର୍ଥନ
ଭୁବନେଶ୍ବର, ୪/୧: ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଗତ ଓ ରାଷ୍ଟ୍ରପତିଙ୍କ ଅନୁମୋଦନପ୍ରାପ୍ତ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ସମଗ୍ର ଦେଶରେ ସରକାର ଓ ବିପକ୍ଷ ଦଳ ମଧ୍ୟରେ ବାଦ ବିବାଦ ଜାରି ରହିଛି। ଏପରି ସମୟରେ ଓଡ଼ିଶା ସଂସ୍ଥ ସମାଜ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ସହିତ ସିଏଏ ଲାଗୁ କରିବାକୁ ଦାବି କରିଛନ୍ତି। ଉଭୟ ସଂସଦରେ ପାରିତ ହୋଇଥିବା ଏହି ଆଇନ୍‌ ଦେଶ ହିତ ପାଇଁ
ନିତ୍ୟାନ୍ତ ଆବଶ୍ୟକ ବୋଲି ସନ୍ଥ ସମାଜ ପକ୍ଷରୁ କୁହାଯାଇଛି। ଶନିବାର ଭୁବନେଶ୍ବର ପାଣ୍ଡରାସ୍ଥିତ ଶ୍ରୀ ଗୀତା ମନ୍ଦିର ପରିସରରେ ଓଡ଼ିଶା ସଂସ୍ଥ ସମାଜର ନବମ ବାର୍ଷିକ ଉତ୍ସବ ଉପରେ ଉପସ୍ଥିତ ସମସ୍ତ ସାଧୁ ଓ ସନ୍ନ୍ୟାସୀ ଏପରି ମତ ଉପସ୍ଥାପନ କରିଥିଲେ।
ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ସମସ୍ତ ଅଞ୍ଚଳରୁ ସାଧୁମାନେ ସାମିଲ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ସାଧୁମାନେ କହିଥିଲେ, ସାଧୁମାନେ ସର୍ବଦା ସମାଜ ପ୍ରତି ସମର୍ପିତ ଭାବ ନେଇ କାମ କରୁଛନ୍ତି। କିନ୍ତୁ ଏବେ ସମୟ ଆସିଛି ସମାଜ ହିନ୍ଦୁ ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିରେ ନିଜକୁ ସାମିଲ କରିବା। ତେଣୁ ସମସ୍ତ ସାଧୁଙ୍କ ସହିତ ହିନ୍ଦୁମାନେ ସରକାରଙ୍କ ଏହି ନୂଆ ଆଇନ୍‌(ସିଏଏ)କୁ ଦୃଢ଼ ସମର୍ଥନ କରିବାର ଆବଶ୍ୟକ ବୋଲି ସାଧୁମାନେ ଏକସ୍ବରରେ କହିଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ସାରଦା ନିକେତନର ସ୍ବାମୀ ପ୍ରାଣରୂପାନନ୍ଦ ସରସ୍ବତୀ ଏବଂ ବିହାର ଯୋଗ ସ୍କୁଲ୍‌ର ସ୍ବରୂପାନନ୍ଦ ସରସ୍ବତୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସ୍ବାମୀ ଭାଗବତାନନ୍ଦ ସରସ୍ବତୀ ଏବଂ ସ୍ବାମୀ ସମ୍ପୂର୍ଣ୍ଣାନନ୍ଦ ସରସ୍ବତୀ ସଭା ସଂଯୋଜନା କରିଥିଲେ। ଯୋଗବିଦ୍ୟା ଗୁରୁକୁଳମର ଅଧ୍ୟକ୍ଷ ସ୍ବାମୀ ଆନନ୍ଦ ସରସ୍ବତୀ ସଭାରେ ଉପସ୍ଥିତ ଥିଲେ।

Add a Comment