Sanskrit week celebrated in DAV School Rourkela

ଡିଏଭି ପବ୍ଲିକ୍ ସ୍କୁଲରେ ସଂସ୍କୃତ ସପ୍ତାହ
ରାଉରକେଲା,୨୨ା୮: ବାସନ୍ତୀ କଲୋନୀସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଗତ ୭ ଦିନ ଧରି ପ୍ରାର୍ଥନା ସଭାରେ ସଂସ୍କୃତି ଭାଷାର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସଂସ୍କୃତ ଭିତ୍ତିକ ପ୍ରତିଯୋଗିତା ଯଥା ଶ୍ଲୋକ ଉଚ୍ଚାରଣ, ରଚନା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ‘ଶୃତିନ୍ୟାସ’ ତରଫରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତୀୟ ସଂସ୍କୃତି, ଐତିହ ବେଦ ଓ ଉପନିଷଦ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ମନୁଷ୍ୟ ଜୀବନର ଅର୍ଥ ଏବଂ ଆଜିର ସମାଜରେ ଛାତ୍ର ମାନଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଶୃତିନ୍ୟାସ ତରଫରୁ ଶ୍ରୀକାନ୍ତ ଷଡଙ୍ଗୀ, ଅମୂଲ୍ୟ ମଲ୍ଲିକ ଓ ରଞ୍ଜିତ ନାୟକ ଏଡୁକମ୍ ସ୍ଲାଇଡ୍ ଜରିଆରେ ‘ସଂସ୍କୃତ ଭାଷାର ଇତିହାସ’ ଶୀର୍ଷକ ଏକ ଡକୁମେଣ୍ଟାରୀ ଚିତ୍ର ପ୍ରଦର୍ଶନ କରିଥିଲେ । ଯାହା ଆର‌୍ୟୁବିଜ୍ଞାନ, ଜଳ ବିଜ୍ଞାନ ଓ ଯନ୍ତ୍ର ବିଜ୍ଞାନ ଉପରେ ପର୍ଯ୍ୟବସିତ ଥିଲା । ଏହି ଉତ୍ସବରେ ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଯସ୍ୱିନ୍ଦର କୌର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Add a Comment