ମା’ ହିଙ୍ଗୁଳା ମନ୍ଦିରରେ ବାର୍ଷିକ ଯଜେ୍ଞାତ୍ସବ

ତାଳଚେର: ତାଳଚେର ବ୍ଲକ ଘଂଟପଡ଼ା ଗ୍ରାମ ଧନ୍ଦାପୋତା ଛକସ୍ଥିତ ମା ହିଙ୍ଗୁଳା ମନ୍ଦିରର ୧୦ମ ବାର୍ଷିକ ଯଜେ୍ଞାତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳୁ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରୁ ମା’ଙ୍କ ପୂଜକ କିଶୋର ଚନ୍ଦ୍ର ଦେହୁରୀଙ୍କ ଦ୍ୱାରା ମା’ଙ୍କ ଆଲମ ଅଣା ଯାଇଥିଲା । ଏହାପରେ ଶତାଧିକ ପୁରୁଷ ଓ ମହିଳାମାନେ ଗ୍ରାମର ଦେଉଳବନ୍ଧରୁ ଘଂଟ ଓ ବାଦ୍ୟ ଦ୍ୱାରା କଳସ ଶୋଭାଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା ସହ ଯଜ୍ଞ ସ୍ଥଳରେ ପବିତ୍ର ଜଳ କଳସ ସ୍ଥାପନ କରାଯାଇଥିଲା । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥିଙ୍କ ଦ୍ୱାରା ସୂର୍ଯ୍ୟ ପୂଜା,ଚଣ୍ଡିପାଠ ଏବଂ ପାରମ୍ପରିକ ନୀତିରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିରେ କାର୍ତିକେଶ୍ୱର ସାହୁ ଓ ତାଙ୍କ ଧର୍ମପତ୍ନୀ ମାମି ସାହୁ ମୁଖ୍ୟ କର୍ତା ଭାବେ ପୂଜାର୍ଚ୍ଚନା କରିଥିଲେ । ଶେଷରେ ଗ୍ରାମର ମୁଖ୍ୟ ମହେଶ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଉପଲକ୍ଷେ ଘଂଟପଡ଼ାର ଭାଗବତ ସାହି ଓ ବଉଳଛକ,ଚାଳଗଡ,ବାଘମରା ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ୱାରା ହରିନାମ ସଂକୀର୍ତନ କରାଯାଇଥିଲା । ଶେଷରେ ଘଂଟପଡ଼ା ଗ୍ରାମବାସୀ ସମେତ ଆଖପାଖ ଅଂଚଳର ଶ୍ରଦ୍ଧାଳୁମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ରସାଦ ସେବନ କରିଥିଲେ । ଗ୍ରାମର ଅକ୍ଷୟ କୁମାର ସାହୁ,ସହଦେବ ସାହୁ,ସନ୍ତୋଷ ସାହୁ,ସୁକୁଟୁ ସାହୁ,ସମାଜେସବୀ କ୍ଷୀରୋଦ ସାହୁ,ଶରତ ସାହୁ,ଗ୍ରାମ ପୂଜକ ଦୀପକ ମହାପାତ୍ର,ଗ୍ରାମ ସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ,ଓମ୍ ସାହୁ,ପ୍ରାଚୀ ସାହୁ,ଅରବିନ୍ଦ ସାହୁ, ସନ୍ତୋଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Add a Comment