ଦିନରେ ୩ ଥର ସ୍ବରୂପ ଆପେ ଆପେ ବଦଳାନ୍ତି ହନୁମାନ,….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ବରୂପ ଆପେ ଆପେ ବଦଳାଇଥାନ୍ତି। ମୂର୍ତ୍ତି ଏଭଳି କିପରି ହେଉଛି ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ସକାଳ ୧୦ ପର୍ଯ୍ୟନ୍ତ ହନୁମାନ ବାଳ ସ୍ବରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୀର ସ୍ବରୂପ ବା ଯୁବକ ଅବସ୍ଥାରେ ରହିଥାନ୍ତି। ଏହାପରେ ପୂରା ରାତି ବୃଦ୍ଧ ରୂପରେ ରହିଥାନ୍ତି। ଏଠି ପୂଜାର୍ଚ୍ଚନା କଲେ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ପ୍ରତିଦିନ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।

Add a Comment