ବିରଳ ପ୍ରଜାପତିରେ ଶ୍ରୀଜଗନ୍ନାଥ

ଗୋପ: ଗୋପ ବଜାରସ୍ଥିତ ଏକ ଜଳଖିଆ ଦୋକାନରେ ଶୁକ୍ରବାର ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟି ଦେଖିବାକୁ ଖଇରିଆ ରଙ୍ଗର ହୋଇଥିବାବେଳେ ପ୍ରଜାପତି ମୁଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକୃତିର ଛବି ଦେଖିବାକୁ ମିଳିଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି। କେତେଜଣ ଲୋକ ଏହି ପ୍ରଜାପତିକୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି, ଏହା ଏକ ବିରଳର ପ୍ରଜାତିର ପ୍ରଜାପତି, ଖୁବ୍‌ କମ୍‌ ସଂଖ୍ୟକ ଏଭଳି ପ୍ରଜାପତି ଦେଖିବାକୁ ମିଳିଥାଏ।

Add a Comment