ଅତିଥି ଦେବୋ ଭବ

କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ…

କୌଣସି ପର୍ବପର୍ବାଣି ହେଉ ଅବା କେତେକ କାରଣରୁ ବନ୍ଧୁବାନ୍ଧବ ଘରକୁ ଯିବା କିମ୍ବା ସେମାନେ ଆପଣଙ୍କ ଘରକୁ ଆସିବା ଏକ ସାଧାରଣ କଥା। ହେଲେ ଅତିଥିଙ୍କୁ ଠିକ୍‌ ଭାବେ ଟ୍ରିଟ୍‌ କଲେ ତାହା ଆପଣଙ୍କୁ ପ୍ରଶଂସାର ପାତ୍ର କରାଇଥାଏ। କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନଙ୍କୁ ଭଲଭାବେ କିପରି ଚର୍ଚ୍ଚା କରିବେ ଏବଂ ସେ ସମୟରେ କେଉଁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
କାହା ଘରକୁ ଯିବା ପୂର୍ବରୁ ସୂଚନା ଅବଶ୍ୟ କରନ୍ତୁ
ଆଜିର ସମୟରେ ସମସ୍ତେ ପ୍ରାୟ ନିଜ ନିଜ କାମରେ ବ୍ୟସ୍ତ। ଏମିତି ବିନା ପ୍ରାକ୍‌ ସୂଚନାରେ କାହା ଘରେ ପହଞ୍ଚତ୍ବା କେତେଦୂର ଠିକ୍‌, ତାହା ପ୍ରଥମେ ତର୍ଜମା କରିବା ଦରକାର। ତେଣୁ ଯଦି ଆପଣ କାହା ଘରକୁ ଯାଉଛନ୍ତି ତାଙ୍କୁ ସୂଚିତ କରି ଯାଆନ୍ତୁ। ସବୁବେଳେ ଆଗୁଆ ସୂଚନା ଦେଇ ପହଞ୍ଚନ୍ତୁ। ଫଳରେ ସେମାନେ ଆପଣଙ୍କ ଯିବା ପୂର୍ବରୁ ନିଜକୁ ଫ୍ରି ରଖି ସ୍ବାଗତ ଲାଗି ପ୍ରସ୍ତୁତ ହୋଇପାରିବେ।
ପହଞ୍ଚତ୍ବାର ସମୟ କୁହନ୍ତୁ : ଯାହା ଘରକୁ ଆମନ୍ତ୍ରତି ହୋଇ ଯାଉଛନ୍ତି ତାଙ୍କୁ ଆସିବାର ଉପଯୁକ୍ତ ସମୟ କୁହନ୍ତୁ। ଆମନ୍ତ୍ରିତ କରିଥିବା ବନ୍ଧୁଙ୍କ ମୋବାଇଲ ନମ୍ବର ପାଖରେ ରଖନ୍ତୁ। ଯଦି ଆପଣ କେଉଁଠି ବାଟବାଉଳା ହେଲେ ତେବେ ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ ରଖନ୍ତୁ।
ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ
ନେଇ ଯା’ନ୍ତୁ
ଖାଲିହାତରେ କାହା ଘରକୁ ଯିବା ଶାଳୀନତାର ପରିଚୟ ଦିଏନା। ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ ନେଇ ଯା’ନ୍ତୁ। ଯଦି ତାଙ୍କ ଘରେ ପିଲା ଅଛନ୍ତି, ତେବେ ତାଙ୍କ ଲାଗି ବିସ୍କୁଟ୍‌, ମିକ୍ସଚର, ଯଦି ସମବୟସ୍କ ଘରକୁ ଯାଉଛନ୍ତି ତେବେ ତାଙ୍କ ଲାଗି ଫୁଲତୋଡ଼ା ଏବଂ ଯଦି ସେଠାରେ ବୟସ୍କ ବ୍ୟକ୍ତି ଅଛନ୍ତି ତେବେ ତାଙ୍କ ଲାଗି ଫ୍ରୁଟ୍ସ, ମିଠା ଆଦି ନେଇପାରିବେ। ଉଦାହରଣ ସ୍ବରୂପ ଆପଣଙ୍କୁ ଗୃହ ପ୍ରବେଶ ଲାଗି ଆମନ୍ତ୍ରିତ କରାଯାଇଛି, ତେବେ ସେଥିଲାଗି ଘର ସାଜସଜ୍ଜାର କୌଣସି ଜିନିଷ ତାଙ୍କୁ ଦେଇପାରିବେ। ବିବାହ ବାର୍ଷିକୀ ଥିଲେ ତାଙ୍କ ପସନ୍ଦ ଅନୁଯାୟୀ ପର୍‌ଫ୍ୟୁମ୍‌ ନେଇପାରିବେ କିମ୍ବା ପିଲାର ଜନ୍ମଦିନ ଥିଲେ ତା’ ଲାଗି ଖେଳନା କିମ୍ବା ପାଠ୍ୟପୁସ୍ତକ ମଧ୍ୟ ନେଇପାରିବେ।
କଥାବାର୍ତ୍ତା ହୁଅନ୍ତୁ
କାହା ଘରକୁ ଯାଉଥିଲେ କେବଳ ଦେଖା କରିବାର ଅଛି ବୋଲି ନୁହେଁ, ତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଘରେ ଭାବିକି ଯା’ନ୍ତୁ ଯେ କ’ଣ ସେଠାରେ କଥାହେବେ। କିଛି ଏମିତି ବିଷୟ ଚୟନ କରନ୍ତୁ, ଯେଉଁଥିରେ ସମସ୍ତେ ନିଜକୁ ଜଡ଼ିତ ରଖି ସେ ସମୟର ମଜା ନେଇପାରିବେ। ସେଠାରେ ଏପରି ବିଷୟ ଆଲୋଚନା କରନ୍ତୁ ନାହିଁ, ଯାହାଦ୍ୱାରା କଥା ଯୁକ୍ତିତର୍କ ସ୍ତରରେ ପହଞ୍ଚତ୍ବ। ଆପଣଙ୍କର କୌଣସି ଅନୁଭୂତି ସମ୍ପର୍କରେ କିମ୍ବା ଆଉ କେବେ ଭେଟ ହେବ ସେ ବିଷୟରେ କଥାବାର୍ତ୍ତା ହୁଅନ୍ତୁ।
ସମସ୍ତଙ୍କ ସହ ମିଶନ୍ତୁ : ଆପଣ ଅନ୍ୟ ଲୋକଙ୍କ ସହ ପରିଚିତ ହୋଇ ନ ଥିବେ, କିନ୍ତୁ ହେଲେ ବି ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ। ହୋଇପାରେ ଆପଣ କ’ଣ କଥାହେବେ, ଯାହାଙ୍କୁ କେବେ ଭେଟିନାହାନ୍ତି କି କଥା ହୋଇନାହାନ୍ତି। ସେପରି ସ୍ଥିତିର ଅନ୍ୟ ଲୋକଙ୍କୁ ପ୍ରଥମେ କହିବାର ସୁଯୋଗ ଦିଅନ୍ତୁ, ଆପଣ କେବଳ ଶୁଣନ୍ତୁ। ଧୀରେ ଧୀରେ ସମସ୍ତଙ୍କ ସହ କଥାବାର୍ତ୍ତା କରନ୍ତୁ, ଯାହାଦ୍ୱାରା ନିଜର ବ୍ୟକ୍ତିତ୍ୱ ଆହୁରି ପ୍ରଶଂସିତ ହେବ।
ଫର୍ମାଲ ଡିନର : ଯଦି ଆପଣ ଫର୍ମାଲ ଡିନରରେ ଯାଉଛନ୍ତି ତେବେ ଟେବୁଲ୍‌ ମ୍ୟାନର ଶିଖିବା ବୁଦ୍ଧିମାନର କାମ। କଟଲେରିର ଉପଯୋଗ ଆସୁଥିବା ଅତିଥିଙ୍କ ପାଇଁ ସମ୍ମାନର ପ୍ରତୀକ ହୋଇପାରିବ।
ଧନ୍ୟବାଦ ଅର୍ପଣ କରନ୍ତୁ
ବିଦାୟ ନେବା ପୂର୍ବରୁ ଯିଏ ଆପଣଙ୍କୁ ଆମନ୍ତ୍ରିତ କରିଥା’ନ୍ତି ତାଙ୍କୁ ଧନ୍ୟବାଦ ଜଣାନ୍ତୁ। ତାଙ୍କ ଆତିଥ୍ୟର ମନଖୋଲି ପ୍ରଶଂସା କରନ୍ତୁ। ଘରର ସାଜସଜ୍ଜା, ପୋଷାକ, ପରଷା ହୋଇଥିବା ଖାଦ୍ୟ ଆଦିକୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ। ଏମିତି କି ଘରର ଡିଜାଇନ୍‌କୁ ମଧ୍ୟ।
ଶେଷରେ….
ଯଦି ସେଠାରେ ଜାଣତରେ ହେଉ ଅବା ଅଜାଣତରେ ଆପଣ କୌଣସି ଭୁଲ କରିଦେଇଛନ୍ତି ତେବେ ସେଥିପାଇଁ ‘ସରି’ କହିବାକୁ ଭୁଲନ୍ତୁ ନାହିଁ। ଅଯଥା ଆଲୋଚନା କରି ନିଜକୁ ସମାଲୋଚିତ କରିବା ଠିକ୍‌ ନୁହେଁ। ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀରେ ନିଜକୁ ସଚେତନ ରଖନ୍ତୁ।

Add a Comment