ଶ୍ରୀସିଦ୍ଧ ବଳଦେବଜୀଉ ମନ୍ଦିରରେ ପବିତ୍ର ମକର ବେଢ଼ା ପରିକ୍ରମା

Valadevjew of Kendrapara

କେନ୍ଦ୍ରାପଡା, ୧୬ ।୧ : ତୁଳସୀ କ୍ଷେତ୍ରାଧିପତି ଶ୍ରୀସିଦ୍ଧ ବଳଦେବ ଜୀଉଙ୍କର ପବିତ୍ର ମକର ବେଢ଼ା ପରିକ୍ରମା ଉତ୍ସବ ଯଥାରୀତି ନୀତିରେ ଶେଷ ହୋଇଛି । କିମ୍ବଦନ୍ତୀ ଅନୁଯାୟୀ ମା’ ଲକ୍ଷ୍ମୀ ପୁଷ୍ପ ମାସରେ ତାଙ୍କର ପିତାଙ୍କ ଘରକୁ ଯାଇଥାନ୍ତି । ପୁଷ ମାସ ମାସନ୍ତରେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି । ମା ଲକ୍ଷ୍ମୀ ପିତାଙ୍କ ଘରୁ ସାଙ୍ଗରେ ୬୪ ପ୍ରକାର ସଙ୍କୁଡି ଓ ନିସଙ୍କୁଡି ଭୋଗ ସାମଗ୍ରୀ ଆଣିଥାନ୍ତି । ଏହି ଭୋଗ ସାମଗ୍ରୀକୁ ଶ୍ରୀଠାକୁର ସେବକମାନେ ବୋହି ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି । ଏହାକୁ ମକର ବେଢ଼ା ପରିକ୍ରମା କୁହାଯାଏ । ଏନେଇ ଗତ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଦିନ ଅପରାହ୍ଣ ୩/୩୦ରେ ଭୋଗ ସାମଗ୍ରୀକୁ ଠାକୁରଙ୍କ ଆଜ୍ଞାମାଳରେ ସଜ୍ଜିତ କରି ମୁଣ୍ଡରେ ଧରି ୪ ଥର ମନ୍ଦିର ଚାରିପାଖରେ ପ୍ରଦୀକ୍ଷଣ କରିଥିଲେ । ଏସମୟରେ ବହୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଶ୍ରଦ୍ଧାଳୁ ମାନେ ବେଢ଼ା ପ୍ରଦିକ୍ଷଣ କରିଛନ୍ତି । ମକର ସଂକ୍ରାନ୍ତି ଅବସରରେ ମନ୍ଦିର ପରିସର ଓ ବଡ଼ଦାଣ୍ଡର ନାହିଁନଥିବା ଶ୍ରଦ୍ଧାଳୁ ଭିଡ଼ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲାଗିଥିଲା ।

Add a Comment