ମା’ଙ୍କ ଶାରଦୀୟ ପୂଜା ଆରମ୍ଭ – DURGA PUJA STARTED

ଭୁବନେଶ୍ୱର, ୫/୧୦(ଆମ ବିବେକ): ସକଳ ଜଗତରେ ମାତୃରୂପେ ପୂଜିତା ଦେବୀ ଦୁର୍ଗା ବିଶ୍ୱଜନନୀ ଓ ବିଶ୍ୱେଶ୍ୱରୀ । ବ୍ରାହ୍ମଣୀ ରୂପେ ସେ ସୃଷ୍ଟି କରିଥାନ୍ତି, ବୈଷ୍ଣବୀ ଶକ୍ତି ରୂପେ ଜଗତକୁ ପାଳନ କରିଥାନ୍ତି ଓ ଶିବାନୀ ରୂପେ ସେ ଜଗତର ପ୍ରଳୟ ଘଟାଇଥାନ୍ତି । ଶରତର ଆଗମନରେ ମା’ଙ୍କ ଆଗମନ ହୋଇଛି । ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା । ସହରରୁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି ଏବଂ ଧୁମ୍ ଧାମ୍ ରେ ଆରମ୍ଭ ହୋଇଛି ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା । ପୀଠଗୁଡିକରେ ଚାଲିଥିବା ଦେବୀଙ୍କ ଷୋଡଶପୂଜା ଓ ବେଶ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ସପ୍ତମୀ ଉପଲକ୍ଷେ ସକାଳୁସକାଳୁ ପୂଜାମଣ୍ଡପରେ ଭକ୍ତଙ୍କ ସମାଗମ ହୋଇଥିଲା । ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଜୀବନ୍ୟାସ ଓ ଘଟ ସ୍ଥାପନା ହୋଇଛି । ରବିବାର ମହାଷ୍ଟମୀ ଉପଲକ୍ଷେ ଶନିବାର ଠାରୁ ସାର୍ବଜନୀନ ପୂଜାମଣ୍ଡପ ନିକଟରେ ଘଣ୍ଟାଘଣ୍ଟା ପାଇଁ ପୁଲିସ ପ୍ରସାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ଼ବଡ଼ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଜନସମାଗମ ହେଉଥିବାରୁ ଅପରାଧ ନିୟନ୍ତ୍ରଣ କରିବାକୁ ସିସିଟିଭି ଲଗାଯାଇଛି । ଏପରିକି କେତକ ପୂଜାମଣ୍ଡପଗୁଡ଼ିକରେ ୱାଚ୍ ଟାୱାର ମଧ୍ୟ ନିର୍ମାଣ କରାଯାଇଛି । ପ୍ରତ୍ୟେକ ପୂଜା କମିଟିର ସ୍ୱେଚ୍ଛାସେବୀମାନେ ସଜାଗ ରହିବା ସହିତ ପୂଜାମଣ୍ଡପକୁ ଆସିଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥବା ଜଣାଯାଇଛି । ମା’ଙ୍କ ଶାରଦୀୟ ପୂଜା ଆରମ୍ଭ

Add a Comment