କୁନିଝିଅ ସହିତ କୁକୁରର ବାହାଘର
February 22, 2020

ମୟୂରଭଞ୍ଜ : ଆଦିବାସୀମାନଙ୍କ ମୁଖ୍ୟପର୍ବ ମଧ୍ୟରୁ ମାଗେ ପର୍ବ ଅନ୍ୟତମ। ଏହି ପର୍ବର ଶେଷ ଦିନକୁ ହାର ବାଗେୟା ବୋଲି କୁହାଯାଇଥାଏ। ଆଦିବାସୀଙ୍କ ବିଶ୍ବାସ ମୁତାବକ ଏହି ଦିନ ଅଶୁଭ ଲକ୍ଷଣଗୁଡିକୁ ଖଣ୍ଡନ କରାଯିବାର ବିଧି ରହିଛି। ମୟୂରଭଞ୍ଜ ଜିଲ୍ଲା ଶ୍ରୁକୃଳି ବ୍ଳକ ବାରିଆ ଗାଁର ବିଭୀଷଣ ଚାତାରଙ୍କ ଦେଢବର୍ଷର ଶିଶୁକନ୍ୟାର ଦୁଇଟି ଭେଡ଼ା ଦାନ୍ତ ବାହାରିଥିଲା। ପରିବାର ଲୋକେ ଏହାକୁ ଅଶୁଭ ମନେ କରି ମାଗେ ପର୍ବର ଶେଷ ଦିନ ଏକ କୁକୁର ସହ ଶିଶୁକନ୍ୟାଟିର ବିବାହ କରାଇଥିଲେ। ଏଥିରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ।
