ଉତ୍ତରପାଶ୍ୱର୍ରେ ନିର୍ମାଣ ହେବ ଅନ୍ନ ଯଜ୍ଞସ୍ଥଳୀ ବା ମହାପ୍ରସାଦ ସେବନ ସ୍ଥଳୀ

ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଅବଧି ଉଚ୍ଛେଦ ଶେଷ ହେବା ପରେ ଅଧିଗ୍ରହଣ ଜମି ଉତ୍ତର ପାଶ୍ୱର୍ ଜାଗାରେ ୫ ହଜାର ଭକ୍ତ ଏକାଥରକେ ବସି ମହାପ୍ରସାଦ ସେବନ କରିପାରିବା ଭଳି ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡିଛି । ଶ୍ରୀମନ୍ଦିର ଭିତରେ ଭିଡ ବେଳେ ମହାପ୍ରସାଦ ସେବନ ପାଇଁ ଭକ୍ତମାନେ ହଇରାଣ ହେଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଉଥିବା ଜଣାପଡିଛି । ସେହିପରି ଜ୍ଞାନସ୍ଥଳୀ ଓ ଯଜ୍ଞସ୍ଥଳୀ ମଧ୍ୟ ନିର୍ମାଣ ହେବା ଫଳରେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ହେଉଥିବା ଯଜ୍ଞ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ । ବିଭିନ୍ନ ପ୍ରକାର ଜଗନ୍ନାଥ ସଂସ୍କୃତି ଓ ଧାର୍ମିକ ଆଲୋଚନା ପାଇଁ ମଧ୍ୟ ଜ୍ଞାନସ୍ଥଳୀ ସ୍ଥାପନ କରାଯିବ ।

Add a Comment