ମସ୍‌ଜିଦ୍‌ରେ ନମାଜପାଠ କରିପାରିବେ ମୁସଲମାନ୍‌ ମହିଳା: ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଭାରତୀୟ ମୁସଲମାନ ମହିଳାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି। ମସ୍‌ଜିଦ୍‌ରେ ମୁସଲମାନ୍‌ ମହିଳାମାନେ ନମାଜ ପାଠ କରିପାରିବେ ବୋଲି ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କୁ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଜଣାଇଛି କି ଧର୍ମ ପୁସ୍ତକରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ରହିଛି। ଜଣେ ମୁସଲିମ୍‌ ମହିଳା ନମାଜ ପାଠ ପାଇଁ ମସଜିଦରେ ପ୍ରବେଶ କରିବାର ସ୍ୱାଧୀନତା ଅଛି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ କହିଛି ଯେ, କୌଣସି ଧର୍ମର ଧାର୍ମିକ ପରଂପରାଗୁଡ଼ିକୁ ପଚରାଉଚରା କରିବାର ଅନୁମତି ଦିଆଯିବା ଉଚିତ ନୁହେଁ।

Add a Comment