ଦିଅଁ ଖାଇ ଖଟୁଳି ଖାଇବା ନୀତି ଚାଲିଛି ନୀଳଗିରି ଠାକୁର ମାହାଲରେ

ସମ୍ପତ୍ତି ପୁନଃ ଉଦ୍ଧାର ସହ ଅନିୟମିତତାର ତଦନ୍ତ ଦାବି
♦ ଆଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶ ପାଣିର ଗାର

ନୀଳଗିରି : ବାଲେଶ୍ୱର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ସଂମ୍ପତ୍ତି ଏବେ ବିପଦରେ । ଜମିଜମା ଶାଗମାଛ ଦରରେ ନିଲାମ ସହ ବେବନ୍ଦୋବସ୍ତ ଜମିକୁ ବିକ୍ରୀ ଅଭିଯୋଗ ପରେ ଏବେ ୨୦ ଲକ୍ଷ ଟଙ୍କାର ଅନିୟମିତତା ପଦାକୁ ଆସିଛି । ଆଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶ ଦେଢ଼ବର୍ଷଧରି କାର୍ଯ୍ୟକାରୀ ନହେବା ପରେ ସତେ ଯେପରି ତାଙ୍କ ନିର୍ଦ୍ଦେଶ ପାଣିର ଗାର ପାଲଟଥିଲା ବେଳେ ଠାକୁର ମାହାଲ ସତେ ଯେପରି ଦିଅଁ ଖାଇ ଖଟୁଳି ଖାଇବା ନୀତି ଥରିଥିବା ଅଭିଯୋଗ ଉଠୁଛି । ନୀଳଗିରି ଜଗନ୍ନାଥ ମନ୍ଦିର ଠାକୁରମାହାଲ ଦ୍ୱାରା ପରିଚାଳିତ । ମନ୍ଦିରରେ ପୁର୍ବରୁ କୁଡୁଆପ୍ରସାଦପୂଜକ ଦିନବନ୍ଧୁ କର କରୁଥିବା ବେଳେ ତାଙ୍କୁ ମାସିକ ୫ ହଜାର ଟଙ୍କା ଦେବାକୁ ଠାକୁର ମାହାଲ କହିଥିଲା । ହେଲେ ସେ ମନା କରିବାରୁ ପରେ କୁଡୁପ୍ରାସାଦ ନିଲାମ କରାଯାଇଥିଲା । ଏହାପରେ ନିଲାମ ହୋଇ ୧୦ ବର୍ଷ ଧରି ଚାଲିଆସୁଥିଲା । ତତ୍‌କାଳୀନ ଉପଜିଲ୍ଲାପାଳ ଅବୋଲି ଏସ୍ ନରଅଣେ ମ୍ୟାନେଜିଂ ଟ୍ରଷ୍ଟି ହେବାପରେ ଏହାକୁ ପୁନଃ ଟେଣ୍ଡର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଟେଣ୍ଡର ପକ୍ରୀୟା ଆରମ୍ଭ ପରେ ବାଦ ବିବାଦ ଲାଗି ଘଟାଣାଟି ଆଣ୍ଡାମେଣ୍ଟ କମିଶନର ଙ୍କ ପାଖରେ ପହଞ୍ଚିଥିଲା । ତତ୍‌କାଳୀନ କମିଶନର ବୀରଜାପ୍ରସାଦ ଦତ୍ତ ଟେଣ୍ଡର ପକ୍ରିୟା ଘୁଞ୍ଚାଇବା ପରେ ବିଡର ମାନେ ହାଇକୋର୍ଟରେ ଦ୍ୱାରସ୍ତ ହେବାପରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଟେଣ୍ଡର ହୋଇଥିଲା । ପ୍ରଥମ ବିଡ଼ର ଭବେ ମନ୍ଦିର ସହକାରୀ ପୂଜକ ହରିବନ୍ଧୁ କର ୨୫ ଲକ୍ଷ ଟଙ୍କା ନଦେବାରୁ ୧ ଲକ୍ଷ ଟଙ୍କା ଅମାନତ ରାଶି ତାଙ୍କର ଖାରଜ କରାଯାଇଥିଲା । ଏପରିକି ଦିର୍ଘ ଦେଢ଼ ବର୍ଷଧରି ପୂଜକ ଏବଂ ଠାକୁର ମାହାଲ କର୍ମଚାରୀ ମିଳିତ ଭାବେ ବେଆଇନ କୁଡ଼ୁଆପ୍ରସାଦ ବିକ୍ରୀ କରିଆସୁଥିଲେ । ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେବାପରେ ଆଣ୍ଡାମେଣ୍ଟ କମିଶନରଙ୍କ ହସ୍ତକ୍ଷେପ ହେବାରୁ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କାରୀ ଅଫିସର ତତ୍ କାଳୀନ ସହକାରୀ ଜିଲ୍ଲାପାଳ ରାକେଶ କୁମାର ପଣ୍ଡା ତାଙ୍କ ରିପୋର୍ଟରେ କୁଡୁଆ ପ୍ରସାଦ ସମ୍ପୁର୍ଣ୍ଣ ପ୍ରସ୍ତୁତି ଓ ବିକ୍ରି ବେଆଇନ ଦର୍ଶାଯାଇ ମାସକୁ ଦୁଇ ଲକ୍ଷ ଟଙ୍କା କ୍ଷତି ହେଉଥିବା ଦର୍ଶାଇଥିଲେ । ରିପୋର୍ଟ ପାଇବା ପରେ କମିଶନରଙ୍କ ନିର୍ଦ୍ଦେଶ ସତ୍ୱେ ଠାକୁର ମାହାଲ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ମନ୍ଦିର ଆଗରେ ବ୍ୟାନର ଝୁଲାଇ ପ୍ରସାଦ ବିକ୍ରୟ ବନ୍ଦଥିବା ଲେଖିବା ସହିତ ବେଆଇନ ପ୍ରସାଦ ବିକ୍ରୀକୁ ବନ୍ଦ କରିବାକୁ ଅକ୍ଷମ ହୋଇ ନିଜର ଅସହାୟ ପ୍ରକାଶ କରିଥିଲେ । ଖାଲି ସେତକ ନୁହଁ ପୁଣି ରାସ୍ତାରୋକ ଚେତାବନୀ ପରେ ମ୍ୟାନେଜିଂ ଟ୍ରଷ୍ଟି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନାଙ୍କ ପତ୍ରସଂଖ୍ୟା ୪୭ / ତା. ୪-୧.୨୦୨୦ ରିଖରେ ନୀଳଗିରି ଆଇ.ଆଇ.ସି.ଙ୍କୁ ବେଆଇନ କୁଡୁଆ ପ୍ରସାଦ ଜଗନ୍ନାଥ ମନ୍ଦିର ପରିସରରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଆଇ.ଆଇ.ସି. ଏହା କାର୍ଯ୍ୟକାରୀ କରିନଥିବା ଅଭିଯୋଗ ଉଠିଛି । ୨୦ ଲକ୍ଷ ଟଙ୍କା ଠାକୁର ମାହାଲ କ୍ଷତି ହୋଇଥିବା ବେଳେ ପୂଜକ କର୍ମଚାରୀ ଏବଂ ପ୍ରଚ୍ଛଦ ପଟରେ କାହାର ହାତ ରହିଛି ଏହା ତଦନ୍ତ ଜରୁରୀ ବୋଲି କୁହାଯିବା ସହ କ୍ଷତିପୂରଣ ଦାବି ଉଠିଛି । ଖାଲି ସେତିକ ନୁହଁ ମନ୍ଦିର ର ହଜାର ହଜାର ଏକର ସଂପତ୍ତି ଥିବା କୁହାଯାଉଥିବା ବେଳେ ଏବେ ଏହି ସଂପତ୍ତିର ସଠିକ ହିସାବ ନାହିଁ । ହାତୀଶାଳ , ପାନବରଜ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜମିଥିବା ବେଳେ ଏହାର ହିସାବ କେହି ସଠିକ ଦେଇପାରୁ ନାହାନ୍ତି । ରାଜା ବଗିଚାଠାରେ ଥିବା ଜମିରେ ବେଆଇନ ଘର ନିର୍ମାଣ ହେଉଥିବା ବେଳେ ଗତ ୦୧-୧୨- ୨୦୧୮ ରିଖରେ ଅଭିଯୋଗ ପାଇ ତତ୍‌କାଳୀନ ତହସିଲଦାର ଏହାକୁ ବନ୍ଦ କରିଥିଲେ । ହେଲେ ତାଙ୍କର ବଦଳି ପରେ ଏହି ସ୍ଥାନରେ ଏବେ ବେଆଇନ ଘର ନିର୍ମାଣ ହୋଇଛି । ବିଧାନ ସଭା ପ୍ରଶ୍ନ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଠାକୁର ମାହାଲର ୧୩୩.୫୦ ଏକର ସ୍ଥିତିବାନ ଜମି ଏବଂ ୬୫୧.୯୫ ଏକର ବେବନ୍ଦୋବସ୍ତ ଜମି ରହିଥିବା ବେଳେ ୫.୨୩ ଏକର ଜମିକୁ ଲିଜ ଆକାରରେ ଦିଆଯାଇ ବର୍ଷକୁ ୧୧ ଶହ ଟଙ୍କା ରାଜସ୍ୱ ଆଦାୟ ହେଉଥିବା ଦର୍ଶାଇଛନ୍ତି । ପାନ ବରଜ ଓ ହାତିଶାଳ ନିଜଗଡ଼ ମୌଜାରେ ବେବନ୍ଦୋବସ୍ତ ଜମିକୁ ମଧ୍ୟ ବିକ୍ରୀ ହୋଇଥିବା ସୂଚନା ମିଳିଛି । ଖାଲି ସେତକ ନୁହଁ ଗୁପ୍ତବାମ୍ଫିକୁ ନିଲାମ ଦେବାକୁ ପତ୍ର ସଂଖ୍ୟା ୩୪୯୨ ଆଧାରରେ ୨୮/୦୪/ ୨୦୧୪ ମସିହାରେ ତତ୍‌କାଳୀନ ଆଣ୍ଡାମେଣ୍ଡ କମିଶନର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ବର୍ଷ ବର୍ଷ ଧରି ଏଠାରେ ଠାକୁର ମାହାଲ ବୋର୍ଡ ଟାଙ୍ଗି କାହା ନିର୍ଦ୍ଦେଶରେ ଟଙ୍କା ଆଦାୟ ହେଉଛି , ଆଉ ପ୍ରଚ୍ଛଦ ପଟରେ କାହାର ହାତରହି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଛି ଏହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷ ରଥ ବେଳକୁ ମୂଲ୍ୟବାନ କାଠ ଆସୁଥିବା ବେଳେ ବଳକା କାଠ ସମେତ ପୁରୁଣା କାଠର ହିସାବ ଏବଂ ନବକଳେବର ସମୟରେ ତିନି ଠାକୁର ପାଇଥିବା ସୁନା ଗହଣା, ଆଦାୟ ଟଙ୍କାର ହିସାବ ମଧ୍ୟ ଦାବୀ ହୋଇ ଆସୁଅଛି । ବହୁବର୍ଷଧରି ମନ୍ଦିରରେ ମୁଖ୍ୟପୂଜକ ଦୀନବନ୍ଧୁକର କଣ ପାଇଁ ଆସୁନାହାଁନ୍ତି ତାଙ୍କ ସହାୟତା ଏବଂ ପ୍ରସାଦ ପ୍ରସ୍ତୁତି ପାଇଁ ରହିଥିବା ସହକାରୀ ପୂଜକ ହରିବନ୍ଦୁ କର କାହାନିର୍ଦ୍ଦେଶରେ ପୂଜା କରୁଛନ୍ତି ଆଉ ଠାକୁରଙ୍କ ନିଲାମ ଟଙ୍କା ନଦେଇ ଅନିୟମିତତାରେ ହାତଥିବା ଅଭିଯୋଗ ସତ୍ତ୍ୱେ ମଧ୍ୟ ତାଙ୍କୁ କିପରି ପୂଜାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏସବୁର ତଦନ୍ତ କରିବାକୁ ଜୋର ଧରିଛି । ଆଣ୍ଡାମେ୍‌ଟ କମିଶନର ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଣିର ଗାର ପାଲଟିଥିବା ବେଳେ ଠାକୁର ମାହାଲ ଦିଅଁ ଖାଇ ଖଟୁଳି ଖାଇବା ନୀତି ଧରିଥିବା ଅଭିଯୋଗ ଉଠିଛି । ତିନିଠାକୁର ଙ୍କ ସମ୍ପତ୍ତିର ଉଦ୍ଧାର ଏବଂ ବିଭିନ୍ନ ଅନିୟମିତତା ଅଭିଯୋଗ ପାଇ ଆଣ୍ଡାମେଣ୍ଟ କମିଶନର ଏଜି ଅଡିଟ୍ ପାଇଁ ସୁପାରିଶ କରିଥିଲେ । ଏହି ଅଡିଟ ତଦନ୍ତ ଆରମ୍ଭ କରଥିବା ବେଳେ ଦୁର୍ନିତିର ଲିପ୍ତ ବ୍ୟକ୍ତିମାନେ ଠାକୁର ମାହାଲ ଅଫିସରେ ଡେରାପକାଇବା ଦେଖାଯାଇଛି । ଏପରିକି ଏହି ଅଡିଟିର ସ୍ୱଚ୍ଛତା ଉପରେ ଅଞ୍ଚଳବାସୀ ଆସ୍ଥାରଖିଥିବା ବେଳେ ଏଭଳି ବ୍ୟକ୍ତିଙ୍କ ଠାରୁ ଦୂରରେ ରହି ନିରପେକ୍ଷ ଅଡିଟ କରିବାକୁ ସାଧାରଣରେ ଦାବି ହେଉଛି ।

Add a Comment