କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ,…

କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ ମନକୁ ଶାନ୍ତ ରଖିବା ପାଇଁ ଆମେ ବିଭିନ୍ନ ପ୍ରଣାଳୀ ଆପଣେଇଥାଉ । ଏଥିଯୋଗୁ କିଛି ବ୍ୟକ୍ତି ଧ୍ୟାନ ଯୋଗ କରୁଥିବା ବେଳେ କିଛି ବ୍ୟକ୍ତି କାମରୁ ବିରତି ନେଇ ଦୂର ସ୍ଥାନକୁ ଭ୍ରମଣରେ ଯିବାପାଇଁ ପସନ୍ଦ କରନ୍ତି। ତେବେ କିଛି ସହଜ ଉପାୟ ଆପଣେଇ ମଧ୍ୟ ମନକୁ ଶାନ୍ତି ରଖି ପାରିବେ। ସେ ସମ୍ପର୍କରେ…

* ଯଦି ଅନେକଗୁଡିଏ କାମରେ ଏକା ସଙ୍ଗେ ଛନ୍ଦି ହୋଇଛନ୍ତି ତେବେ ପ୍ରଥମେ କାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସବୁଠାରୁ ମୂଲ୍ୟବାନ କାମକୁ ସର୍ବାଗ୍ରେ କରିବାକୁ ଚେଷ୍ଟା କରନ୍ତୁ।

* ଯେଉଁମାନଙ୍କ ଶିଫ୍ଟ ଜବ୍‌ ଥାଏ ସେମାନେ ନିଶ୍ଚିତ ବ୍ୟବଧାନରେ କାମରୁ ବିରତି ନେଇ ବାହାରେ କିଛି ସମୟ ବୁଲି ଆସନ୍ତୁ। ଯାହାଦ୍ୱାରା ମନ ପ୍ରଫୁଲ୍ଲିତ ରହିବା ସହ କାମରେ ମଧ୍ୟ ମନ ଲାଗିବ।

* ମନ ଖୋଲି ହସନ୍ତୁ। ହସିବାର କୌଣସି ମଉକା ହାତଛଡା କରନ୍ତୁ ନାହିଁ। ହସିବା ଦ୍ୱାରା ଷ୍ଟ୍ରେସ୍‌ ଏବଂ ଆଙ୍ଗଜାଇଟି ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

* ପ୍ରତ୍ୟେକ ଦିନ ଖୁସି ରହିବା ପାଇଁ କିଛି ସମୟ ନିଜ ଗୃହପାଳିତ ଜୀବଙ୍କ ସହ ବିତାନ୍ତୁ।

* ପ୍ରତ୍ୟହ କିଛି ନା କିଛି କ୍ରିଏଟିଭ୍‌ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଚିତ୍ରାଙ୍କନ, ପେଣ୍ଟିଂ, କ୍ରାଫ୍ଟ ମେକିଙ୍ଗ ଭଳି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଦ୍ୱାରା ସୃଜନଶୀଳତା ବଢିବା ସହିତ ମନ ମଧ୍ୟ ଶାନ୍ତ ରହିଥାଏ।

* ସୋଶିଆଲ ମିଡିଆଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ବାରମ୍ବାର ନେଟ୍‌ ଚେକ୍‌ କରିବା, ସୋଶିଆଲ ମିଡିଆ ଅପଡେଟ୍‌ ଦେଖିବା ଦ୍ୱାରା ଷ୍ଟ୍ରେସ୍‌ର ମାତ୍ରା ବଢିଥାଏ ବୋଲି ବିଶେଷଜ୍ଞଙ୍କ ମତ। ତେଣୁ ଏହାର ବ୍ୟବହାରକୁ ସୀମିତ ରଖନ୍ତୁ।

Add a Comment