କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍


ଭୁବନେଶ୍ୱର, ୧/୪ : ଓଡିଶାର ରସଗୋଲାକୁ ପଶ୍ଚିମବଙ୍ଗ ନିଜର ବୋଲି କହୁଥିଲା ବେଳେ ବର୍ତ୍ତମାନ କନ୍ଧମାଳର ହଳଦୀକୁ ଭୌଗୋଳିକ ସଙ୍କେତର ମାନ୍ୟତା ମିଳିଛି । ଏହି ହଳଦୀ ଯାହାକି ଆଦିବାସୀଙ୍କ ଦ୍ୱାରା ଅମଳ କରାଯାଇଥାଏ । କନ୍ଧମାଳ ଆପେକ୍ସ ସ୍ପାଇସେସ ଫର ମାର୍କେଟିଙ୍ଗ(କସମ)ର ସଚିବ ସଞ୍ଜିତ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ମେଲ ଯୋଗେ ଜାଣି ମୁ ବହୁତ ଖୁସି ହେଲି । ଏହି ମାନ୍ୟତା ଜିଲ୍ଲାର ହଳଦୀ ଚାଷୀଙ୍କୁ ଏକ ବଡ ସଫଳତା । ଏହାଦ୍ୱାରା ଆମର ହଳଦୀ ସବୁ ବର୍ଗର ଲୋକ ମାନଙ୍କ ପାଖରେ ପହଞ୍ଚିପାରିବ । ଜିଆଇ ମାନ୍ୟତା ୨୦୨୮ଜାନୁଆରୀ ୧୦ ପର୍ଯ୍ୟନ୍ତ ରହିବ । ଆଜି ମାନ୍ୟତା ଦିଆଯାଇଛି । କସମ ଅନୁଷ୍ଠାନ ତରଫରୁ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା ।ଯଦିଓ ଓଡିଶା ରସଗୋଲାରେ ଜିଆଇ ମାନ୍ୟତା ପାଇନଥିଲା ତଥାପି ଦୁଇଟି କୃଷି ସମ୍ବନ୍ଧୀୟ ଦ୍ରବ୍ୟ ସହିତ ୧୫ ଦ୍ରବ୍ୟ ଉପରେ ଜିଆଇ ମାନ୍ୟତା ପାଇଥିଲା । କୋଟପାଡର ହାତ ତିଆରି ଲୁଗା, ଓଡିଶା ଇକତ ଶାଢୀ, ଖଣ୍ଡୁଆ, ଗୋପାଳପୁରର ତୁଷାର ଲୁଗା, ପିପିଲି ହସ୍ତତନ୍ତ, ପଟ୍ଟଚିତ୍ର, କୋଣାର୍କ କାରୁକାର୍ଯ୍ୟ, ସମ୍ବଲପୁର ବନ୍ଧାଶାଢୀ, ବାମକେଇ ଶାଢୀ, ହବସପୁର ଶାଢୀ, ବ୍ରହ୍ମପୁର ପଟ୍ଟଶାଢୀ ଏବଂ ଯୋଡା ଓ ଗଞ୍ଜାମର କେତକୀ ଫୁଲ ଇତ୍ୟାଦି । ସୂଚନାଯୋଗ୍ୟ ଯେ, ଜିଆଇ ଟ୍ୟାଗ ନିର୍ଦ୍ଦିଷ୍ଟ ଗୋଟେ ଅଞ୍ଚଳର କୃଷି ସମ୍ବନ୍ଧୀୟ, ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଜିନିଷକୁ ଚିହ୍ନିବା ପାଇଁ ବ୍ୟବହାର କରାଯାଇଥାଏ । ଏହି କ୍ରମରେ କନ୍ଧମାନ ହଳଦୀକୁ ୩୦ତମ ଶ୍ରେଣୀରେ ସ୍ଥାନିତ କରାଯାଇଛି ।

Add a Comment