ଆଦିତ୍ୟହୃଦୟମ୍

ତତୋ ୟୁଦ୍ଧପରିଶ୍ରାନ୍ତଂ ସ୍ମରେ ଚିନ୍ତୟା ସ୍ଥିତମ୍ ।
ରାବଣଂ ଚାଗ୍ରତୋ ଦୃଷ୍ଟା ୟୁଦ୍ଧାୟ ସମୁପସ୍ଥିତମ୍ । ୧
ଦୈବତୈଶ୍ୱ ସମାଗମ୍ୟ ଦ୍ରଷ୍ଟୁମଭ୍ୟାଗତୋ ରଣମ୍ ।
ଉପାଗମ୍ୟାବ୍ରବୀଦ୍ରାମ-ମଗସ୍ତ୍ୟୋଭଗବ଼ାନ୍ ଋଷିଃ । ୨
ରାମ-ରାମ ମହାବ଼ାହୋ ଶୃଣୁ ଗୁହ୍ୟଂ ସନାତନମ୍ ।
ୟେନ ସର୍ବାନୀନ୍ ବତ୍ସସମରେ ବିଜୟିଷ୍ୟସି । ୩
ଆଦିତ୍ୟ ହୃଦୟଂ ପୁଣ୍ୟଂ ସର୍ବଶତ୍ରୁବିନାଶନମ୍ ।
ଜୟାବହଂ ଜପେନିତ୍ୟ-ମକ୍ଷୟ୍ୟଂ ପରମଂ ଶିବ଼ମ୍ । ୪
ସର୍ବମଙ୍ଗଲ-ମାଙ୍ଗଲ୍ୟଂ ସର୍ବପାପପ୍ରଣାଶନମ୍ ।
ଚିନ୍ତାଶୋକ-ପ୍ରଶମନ-ମାୟୁବ଼ର୍ଧନ-ମୁତ୍ତମମ୍ । ୫
ରଶ୍ମିମନ୍ତଂ ଶମୁଧନ୍ତଂ ଦେବ଼ାସୁର ନମସ୍କୃତଂ ।
ପୁଜୟସ୍ୱ ବିବ଼ସ୍ୱନ୍ତଂ ଭାସ୍କରଂ ଭୁବନେଶ୍ୱରଂ । ୬
ସର୍ବଦେବାତ୍ମକୋ ଦ୍ୱେଷ ତେଜସ୍ୱି ରଶ୍ମି-ଭାବ଼ନଃ ।
ଏବ ଦେବ଼ାସୁରଗଣାନ୍ ଲୋକାନ୍ ପ୍ରତିଗଭସ୍ତିଭି । ୭
ଏଷ ବ୍ରହ୍ମା ଚ ବିଷ୍ଣୁଶ୍ଚ ଶିବ଼ଃ ସ୍କନ୍ଧ ପ୍ରଜାପତିଃ ।
ମହେନ୍ଦୋ ଧନଦଃ କାଲୌ ୟମଃ ସୋମୋ ହ୍ୟପାଂପତି । ୮
ପିତରୋ ବସବଃ ସାଧ୍ୟା ହ୍ୟଶିବନୌ ମରୁତଃ ମନୁଃ ।
ବାୟୁ-ର୍ବହ୍ନିଃ ପ୍ରଜାପ୍ରାଣ ଋତୁକର୍ତା ପ୍ରଭାକରଃ । ୯
ଆଦିତ୍ୟଃ ସବିତା ସୁର୍ଯ୍ୟଃ ଖଗ ପୁଷା ଗଭିସ୍ତିମାନ୍ ।
ସୁବର୍ଣୋସଦୃଶୋ ଭାନୁ-ର୍ହିରଣ୍ୟରେତା ଦିବ଼ାକରଃ । ୧୦
ହରିଦଶ୍ୱଃ ସହସ୍ରାର୍ଚିଃ ସପ୍ତସପ୍ତି-ର୍ମରିଚିମାନ୍ ।
ତିମିରୋମନ୍ଥନଃ ଶମ୍ଭୁସ୍ତସ୍ତ୍ୱଷ୍ଠା ମାର୍ତଣ୍ଡ ଅଂଶୁମାନ୍ । ୧୧
ହିରଣ୍ୟଗର୍ଭଃ ସିସିରସ୍ତପନୋ ଭାସ୍କରୋ ରବିଃ ।
ଅଗ୍ନିଗର୍ଭେଽଦିତେଃ ପୁତ୍ର ଶଂଖଃ ଶିଶିରନାଶନଃ । ୧୨
ବ୍ୟୋମନାଥସ୍ତମୋଭେଦି ଋଗ୍ୟଜୁସ୍ସାମପାରଗଃ ।
ଧନବୃଷ୍ଠିରପାଂ ମିତ୍ରୋ ବିନ୍ଧ୍ୟବୀଥୀପ୍ଲବଙ୍ଗମଃ । ୧୩
ଆତପୀ ମଣ୍ଡଳି ମୃତ୍ୟୁଃ ପିଙ୍ଗଳଃ ସର୍ବତାପନଃ ।
କବିର୍ବିଶ୍ୱୋ ମହାତେଜାଃ ରକ୍ତ ସର୍ବଭବୋଦ୍ଭବଃ । ୧୪
ନକ୍ଷତ୍ରଗ୍ରହତାରାଣା-ମଧିପୋ ବିଶ୍ୱଭାବ଼ନଃ ।
ତେଜସାମପି ତେଜସ୍ୱି ଦ୍ୱାଦଶାତ୍ମନ୍ନମୋଽସ୍ତୁ ତେ । ୧୫
ନମଃ ପୁର୍ବାୟ ଗିରୟେ ପଶ୍ଚିମାୟାଦ୍ରୟେ ନମଃ ।
ଜ୍ୟୋତି-ଗର୍ଣାନାଂପତୟେ ଦିନାଧିପତୟେ ନମଃ । ୧୬
ଜୟାୟ ଜୟଭଦ୍ରାୟ ହର‌୍ୟଶ୍ୱାୟ ନମୋ ନମଃ ।
ନମୋ ନମଃ ସହସ୍ରାଂଶୋ ଅଦିତ୍ୟାୟ ନମୋ ନମଃ । ୧୭
ନମ ଉଗ୍ରାୟ ବୀରାୟ ସାରଙ୍ଗାୟ ନମୋ ନମଃ ।
ନମଃ ପଦ୍ମପ୍ରବୋଧାୟ ମାର୍ତଣ୍ଡାୟ ନମୋ ନମଃ । ୧୮
ବ୍ରହ୍ମେଶାନାଚ୍ୟୁତେଶାୟ ସୁର୍ଯ୍ୟୟାଦିତ୍ୟବର୍ଚସେ ।
ଭାସ୍ୱତେ ସର୍ବବକ୍ଷାୟ ରୌଦ୍ରାୟ ବପୁଷେ ନମଃ । ୧୯
ତମୋଘ୍ନାୟ ହିମଘ୍ନାୟ ଶତ୍ରୁଘ୍ନାୟାମିତାତ୍ମନେ ।
କୃତଘ୍ନଘ୍ନାୟ ଦେବାୟ ଜ୍ୟୋତିଷାଂ ପତୟେ ନମଃ । ୨୦
ତପ୍ତଚାଢ଼ିକରାଭାୟ ବହ୍ନୟେ ବିଶ୍ୱକର୍ମଣେ
ନମସ୍ତମୋଽଭୀନିଘ୍ନାୟ ରୁଚୟେ ଲୋକସାକ୍ଷିଣେ । ୨୧
ନାଶୟତ୍ୟେଷ ବେ଼÷ ଭୁତଂ ତଦେବ଼ ସୃଜତି ପ୍ରଭୁଃ ।
ପାୟତ୍ୟେଷ ତପତ୍ୟେଷ ବର୍ଷତ୍ୟେଷ ଗଭସ୍ତଭିଃ । ୨୨
ଏଷ ସପ୍ତେଷୁ ଜାଗର୍ତି ଭୁତେଷୁ ପରିନିଷ୍ଠତଃ ।
ଏଷ ଏବଗ୍ନିହୋତ୍ରଂ ଚ ଫଳଂ ଚୈବାଗ୍ନିହୋତ୍ରୀଣାମ୍ । ୨୩
ବେଦାଶ୍ଚ ଋତବଶ୍ଚେବ ଋତୁନାଂ ଫଲମେବ ଚ ।
ୟାନି କୃତ୍ୟାନି ଲୋକେଷୁ ସର୍ବ ଏଷ ରବିଃ ପ୍ରଭୁଃ । ୨୪
ଫଳଶ୍ରୁତିଃ
ଏନ-ମାପତ୍ସୁ କୃଚ୍ଛେଷୁ କାନ୍ତାରେଷୁ ଭୟେଷୁ ଚ ।
କୀର୍ତୟନ୍ ପୁରୁଷଃ କଶ୍ଚିନାବସୀଦତି ରାଘବ । ୨୫
ପୁଜୟସ୍ୱୈନ-ମେକାଗ୍ରୋ ଦେବଦେବଂ ଜଗତ୍ପତିଂ ।
ଏତତ୍ ତ୍ରିଗୁଣିତଂ ଜପତ୍ ବା ୟୁଦେ୍ଧଷୁ ବିଜୟିଷ୍ୟସି । ୨୬
ଅସ୍ମିନ୍ କ୍ଷଣେ ମହାବାହୋ ରାବଣଂ ତ୍ୱଂ ବଧିଷ୍ୟସି ।
ଏବମୁକ୍ତା ତଦାଗସ୍ତ୍ୟୋ ଜଗାମ ଚ ୟଥାଗତମ୍ । ୨୭
ଏତଚ୍ଚୁତ୍ୱା ମହାତେଜା ନଷ୍ଟଶୋକୋଽଭବ଼ତ୍ତଦା ।
ଧରୟାମାସ ସୁପ୍ରୀତୋ ରାଘବଃ ପ୍ରୟତାତ୍ମବାନ୍ । ୨୮
ଆଦିତ୍ୟଂ ପ୍ରେକ୍ଷ୍ୟ ଜପ୍ତ୍ୱା ତୁ ପରଂ ହର୍ଷମବାପ୍ତବାନ୍ ।
ତ୍ରିରାଚମ୍ୟ ଶୁଚିଭୁତ୍ୱା ଧନୁରାଦାୟ ବୀର‌୍ୟବ଼ାନ୍ । ୨୯
ରାବଣଂ ପ୍ରେକ୍ଷ୍ୟ ହୃଷ୍ଟାତ୍ମା ୟୁଦ୍ଧାୟ ସମୁପାଗତମ୍ ।
ସର୍ବୟତ୍ତେନ ମହତା ବଧେ ତସ୍ୟ ଧୃତୋଽଭବ଼ତ୍ । ୩୦
ଅଥ ରବି-ରବଦ-ନ୍ନିରିକ୍ଷ୍ୟଂ ରାମଂ ମୁଦିତମନାଃ ପରମଂ
ପ୍ରହୁଷ୍ୟମାଣଃ ।
ନିଶିଚରପତି-ସଂକ୍ଷୟଂ ବିଦିତ୍ୱା ସୁରଗଣ-
ମଧ୍ୟଗତୋବ଼ଚସ୍ତ୍ୱରେତି । ୩୧

ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ

ଭୁବନେଶ୍ୱର – ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।

କାହିଁକି ଗଙ୍ଗା ଏତେ ପବିତ୍ର?

ଭୁବନେଶ୍ୱର: ଆପଣ ସମସ୍ତଙ୍କ ଘରେ ଗଙ୍ଗା ଜଳ ରହିଥାଏ। ଏହାକୁ ପ୍ରତ୍ୟେକ ଘରେ ପୂଜା କାମ କିମ୍ୱା ସୁଦ୍ଧି ପ୍ରକ୍ରିୟାରେ ବ୍ୟବହାର କରିଥାନ୍ତି। ପ୍ରତ୍ୟେକ ଭାରତୀୟ ହିନ୍ଦୁ ପରିବାରରେ ଆପଣ ଗଙ୍ଗାଜଳ ନିଶ୍ଚିନ୍ତ ଦେଖିବାକୁ ପାଇବେ।

କାରଣ ଏହା ଅତି ପବିତ୍ର। ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା କେବଳ ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ସେ ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକ ଅଟେ। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ।

ଶାସ୍ତ୍ରରେ କୁହାଯାଇଛି ଯେ, ଗଙ୍ଗାଙ୍କର ଜନ୍ମ ଭଗବାନ ବୁଷ୍ଣୁଙ୍କ ପାଦରୁ ହୋଇଥିଲା। ଏହା ସହିତ ମାନ୍ୟତା ଅଛି ଯେ, ଗଙ୍ଗା ନଦୀର ନିବାସ ସ୍ଥଳ ହେଉଛି ଭଗବାନ ଶିବଙ୍କର ଜଟା। ଗଙ୍ଗା ଜଳକୁ ନିୟମିତ ପ୍ରୟୋଗ କଲେ, ରୋଗ ଦୂରରେ ରହିଥାଏ ବୋଲି ବାସ୍ତୁରେ କୁହାଯାଇଛି। ଗଙ୍ଗା ନଦୀ କୂଳରେ ଥିବା ତୀର୍ଥ ସ୍ଥାନକୁ ପବିତ୍ର ବୋଲି କୁହାଯାଇଥାଏ। କୁହାଯାଏ ଏହି ସ୍ଥାନକୁ ତୀର୍ଥ କରିବାକୁ ଗଲେ ଖୁସିର ଆଗମନ ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ ଥିବା ଅହଙ୍କାର ଦୂର ହୋଇଥାଏ।

ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ।ଯେଉଁମାନେ ଶହ ଶହ କିଲୋମିଟର ଦୂରରୁ ମଧ୍ୟ ଗଙ୍ଗା ଗଙ୍ଗା ବୋଲି ଡ଼ାକନ୍ତି,ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରିଥା’ନ୍ତି।

ଭଗବତୀ ଗଙ୍ଗାଙ୍କ ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ। ପାପୀଠୁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ। ସେଥିପାଇଁ ଜୀବନରେ ଥରେ ମାତ୍ର ଗଙ୍ଗା ନଦୀର ଦର୍ଶନ ନିଶ୍ଚନ୍ତ କରିବା ଉଚିତ୍‌।