ଲୁଣ ପାଣିରେ ଗାଧୋଇଲେ ମିଳେ ଏହି ସବୁ ଫାଇଦା

ଏବେ ଜାଣିବା, ଲୁଣ ପାଣିରେ ଗାଧୋଇବା ଶରୀର ପାଇଁ କେତେ ଉପକାରୀ
୧. ଲୁଣପାଣିରେ ଗାଧୋଇଲେ ଶରୀର କ୍ଳାନ୍ତି ଦୂର ହୁଏ ଓ ଚିନ୍ତାରୁ ମୁକ୍ତି ମିଳିଥାଏ। ରାତିରେ ଭଲ ନିଦ ହୁଏ। ଏହା ସହ
ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବେ ହୋଇଥାଏ।
୨. ଯଦି ଆପଣଙ୍କ ଆଣ୍ଠୁ ଓ ଗଣ୍ଠି ଦରଜ ହେଉଛି, ତେବେ ଲୁଣ ମିଶା ଯାଇଥିବା ପାଣିରେ ଗାଧଆ;ୁ। ଖୁବ୍‌ ଶୀଘ୍ର ଯନ୍ତ୍ରଣାରୁ ଉପଶମ ମିଳିବ।
୩. ସେହିପରି ଲୁଣା ମିଶାଯାଇଥିବା ପାଣିରେ ଗାଧୋଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
୪. ଲୁଣ ପାଣିରେ କେଶ ଧୋଇଲେ, କେଶରେ ଥିବା ବ୍ୟାକେଫରିଆ ମରିଯାନ୍ତି। ଫଙ୍ଗଲ୍‌ ଇନଫେକ୍ସନ୍‌ କି ରୁପି ହୋଇ ନ ଥାଏ। ଏହା ସହ କେଶ ମଧ୍ୟ ଚମକିଥାଏ।
୫. ଯଦି ଆପଣଙ୍କ ତ୍ୱାଚା ସଂକ୍ରମଣଜନିତ ରୋଗରେ ପୀଡ଼ିତ, ତେବେ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ପକାଇ ଗାଧାନ୍ତୁ। ଏପରି କରିବା ଦ୍ୱାରା କାଛୁ ଓ କୁଣ୍ଡିଆଜନିତ ରୋଗରୁ ସୁରକ୍ଷା ମିଳିଥାଏ।
୬. ଲୁଣ ପାଣିରେ ଗାଧୋଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। କେବଳ ଏତିକି ନୁହେଁ, ଲୁଣ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା କୋମଳ ଓ ସୁନ୍ଦର ରୁହେ।

କରୁଣାମୟୀ ମା ଦ୍ରୌପଦୀ – How Draupadi becomes a Great Mother!

ଅନ୍ୟାୟ, ଅଧର୍ମ, ଅନୀତିର ପୃଷ୍ଠପୋଷକ ସାଜି ନିଜକୁ ସବୁଠାରୁ ବଳୀୟାନ ଭାବୁଥିବା କୁରୁକୁଳ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ବିନଷ୍ଟ ହୋଇଯାଇଥାନ୍ତି । ଅହଂକାରୀ ଦୁର୍ଯ୍ୟୋଧନ ବ୍ୟାସ ସରୋବର ତୀରରେ ଭୀମଙ୍କ ଗଦାଘାତରେ ଭଗ୍ନଜାନୁ ହୋଇ ଅତି ଦୟନୀୟ ଅବସ୍ଥାରେ ପଡିରହିଥାନ୍ତି ମୃତ୍ୟୁକୁ ଅପେକ୍ଷାକରି । ଅନ୍ତିମକ୍ଷଣକୁ ଅପେକ୍ଷା କରି ପଡିରହିଥିବାବେଳେ ଅତି ଅପ୍ରତ୍ୟାଶିତ ଭାବରେ ସେଠାରେ ପହଞ୍ôଚ ଯାଇଥିଲେ ଗୁରୁପୁତ୍ର ଅଶ୍ୱତ୍‍ଥମା । ପ୍ରତିଶୋଧ ଅଗ୍ନିରେ ଜଳୁଥିବା ଜଣେ ବୀରର ଭେଟ ହୋଇଥିଲା ସମଧର୍ମା ଅନ୍ୟ ଏକ ପ୍ରତିଶୋଧପରାୟଣ ଯୋଦ୍ଧା ସହିତ । ପାଣ୍ଡବ ପାଞ୍ଚଭାଇଙ୍କ ଛିନ୍ନଶିର ଆଣି ଭେଟି ଦେବାପାଇଁ ଦୁର୍ଯ୍ୟୋଧନଙ୍କୁ ପ୍ରତିଶ୍ରୁତି ଦେଇ ବାହାରି ଆସିଥିଲେ । ସେହି କାଳରାତ୍ରିରେ ଦସ୍ୟୁଭଳି ଛପିଛପି ଅତି ସନ୍ତର୍ପଣରେ ଅଶ୍ୱତଥମା ଶୋଇଥିବା ଅବସ୍ଥାରେ ପାଞ୍ଚଜଣଙ୍କ ମୁଣ୍ଡକାଟି କଟାମୁଣ୍ଡ ସହ ପାଣ୍ଡବ ଶିବିରରୁ ବାହାରି ଆସିଥିଲେ ଅତି ଆନନ୍ଦରେ । ସନ୍ତାପିତ ହୃଦୟର ଜ୍ୱାଳା ପ୍ରଶମିତ ହୋଇଥିଲା ଏଇ ଭାବନାରେ ଯେ ଅନ୍ତତଃ ସେ ପିତୃହତ୍ୟାର ପ୍ରତିଶୋଧ ନେଇପାରିଛନ୍ତି ଓ ଦୁର୍ଯ୍ୟୋଧନଙ୍କୁ ତାଙ୍କର ଅନ୍ତିମ ମୁହୂର୍ତ୍ତରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଛନ୍ତି ।
କଟାମୁଣ୍ଡଗୁଡ଼ିକୁ ଭେଟି ଦେଲାବେଳେ ଦୁର୍ଯ୍ୟୋଧନ ଯେତେବେଳେ ସେସବୁକୁ ଦେଖିଦେଲେ ସେତେବେଳେ ମର୍ମାନ୍ତିକ ଦୁଃଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାହାଥିଲା ପାଣ୍ଡବମାନଙ୍କ କୁଳ ଦୀପାଳି ପାଞ୍ଚ ବାଳୁତ କୁମାରଙ୍କ ମସ୍ତକ । ଦ୍ରୌପଦୀ ପୁତ୍ରହତ୍ୟାରେ ଅଧିରହୋଇ ବିଳାପ କରିବାକୁ ଲାଗିଲେ । ଦ୍ରୌପଦୀଙ୍କ ମର୍ମଭେଦୀ କ୍ରନ୍ଦନ ଧ୍ୱନିରେ ଅଧିର ଅର୍ଜୁନ ପ୍ରତିଜ୍ଞାକଲେ ବାଳୁତକୁମାରଙ୍କ ହତ୍ୟାକାରୀର ଅନୁରୂପ ଭାବରେ ଶିରଚ୍ଛେଦ କରିବାପାଇଁ । ଅଶ୍ୱତ୍‍ଥମା ଭୟ ପାଇ ଲୁକ୍‍କାୟିତ ସ୍ଥାନ ଖୋଜିବାକୁ ଲାଗିଲେ । ହେଲେ ଅର୍ଜୁନ ପିଛା କରି ତାଙ୍କୁ ବନ୍ଦୀ କରିଥିଲେ, ଦ୍ରୌପଦୀଙ୍କ ସମ୍ମୁଖକୁ ଆଣିଥିଲେ ବିଚାର ନିମିତ୍ତ ।
ପଶୁସ୍ୱରୂପ ବନ୍ଧା ହୋଇଥିବା ଅଶ୍ୱତ୍‍ଥମାଙ୍କୁ ସମ୍ମୁଖରେ ଦେଖି ଦ୍ରୌପଦୀଙ୍କ ମାତୃହୃଦୟ ଦୟା, କ୍ଷମା, କରୁଣାରେ ବିଗଳିତ ହୋଇଯାଇଥିଲା । ଯଦିଓ ପୁତ୍ରଶୋକ ତାଙ୍କୁ ବିଚଳିତ କରିଦେଇଥିଲା ତଥାପି ଅନ୍ତରର ବେଦନାକୁ ଚାପିରଖି ମମତାମୟୀ ମା’ର ଆଦର୍ଶ ଦେଖାଇଥିଲେ । ଗୁରୁପୁତ୍ରଙ୍କୁ ନମସ୍କାର କରି ଅର୍ଜୁନଙ୍କୁ କହିଥିଲେ- ହେ ଆର୍ଯ୍ୟପୁତ୍ର! ଇଏ ଗୁରୁପୁତ୍ର ତଥା ବ୍ରାହ୍ମଣ । ଆପଣ ତାଙ୍କ ପିତାଙ୍କଠାରୁ ଶସ୍ତ୍ର ଓ ଶାସ୍ତ୍ରଜ୍ଞାନ ଶିକ୍ଷା କରି ମହାରଥୀ ଭାବରେ ଖ୍ୟାତିଲାଭ କରିଛନ୍ତି । ଏବେ ପୁତ୍ର ରୂପରେ ଆଚାର୍ଯ୍ୟ ଦ୍ରୋଣ ହିଁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି । କ୍ରୋଧବଶରେ ତାଙ୍କୁ ବଧ କଲେ ତାଙ୍କର ମାତା କୃପୀ ମୋ ଭଳି ପୁତ୍ରଶୋକରେ ଅଧିରହୋଇ ବିଳାପସହ ନିରନ୍ତର ମୃତ୍ୟୁଯନ୍ତ୍ରଣା ଭୋଗ କରିବେ । ପୁତ୍ର ପ୍ରତି ବିଶେଷ ମୋହ କାରଣରୁ ସେ ପତି ଦ୍ରୋଣାଚାର୍ଯ୍ୟଙ୍କ ଚିତାରେ ସତୀ ନାରୀ ଭାବରେ ଝାସ ଦେଇ ନଥିଲେ । ତାଙ୍କୁ ବନ୍ଧନମୁକ୍ତ କରି ଛାଡ଼ି ଦିଅନ୍ତୁ ।’
ମାତୃହୃଦୟର ଏହି ଅନାବିଳ ମମତ୍ୱବୋଧ, ଆକୁଳ ନିବେଦନକୁ ଅର୍ଜୁନ ଏଡ଼ାଇ ପାରି ନଥିଲେ । ପୁତ୍ର ହତ୍ୟାର ପ୍ରତିଶୋଧ ନିକଟରେ କରୁଣାମୟୀ ମାଆର ମମତା ବିଜୟୀ ହୋଇଗଲା । ଦ୍ରୌପଦୀଙ୍କଠାରୁ ଏହା ଶୁଣିବାପରେ ଅର୍ଜୁନ ତରବାରୀରେ ଅଶ୍ୱତଥମାଙ୍କ କେଶ ମୁଣ୍ଡନ କରି ଶ୍ରୀହୀନ ଅଶ୍ୱତଥମାଙ୍କୁ ଶିବିରରୁ ବାହାର କରିଦେଇଥିଲେ । ବାତ୍ସଲ୍ୟମମତାରେ ଅନ୍ଧ ଦ୍ରୌପଦୀଙ୍କ ନିକଟରେ ସେ ଥିଲେ ଗୁରୁପୁତ୍ର । ନିଜ ଦୁଃଖକୁ ସେ କୃପୀଙ୍କ ଦୁଃଖ ସହ ତୁଳନା କରି ଯେଉଁ ମହନୀୟତାର ପରିଚୟ ଦେଇଥିଲେ ତାହା ଥିଲା ଅନନ୍ୟ ।

ଶ୍ରୀରାମାନୁଜାଚାର୍ଯ୍ୟ – Shri Ramanujacharya

ଶ୍ରୀରାମାନୁଜାଚାର୍ଯ୍ୟ କରୁଣା ଓ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସନ୍ଥ ଭାବରେ ସେ ସକଳ ଜୀବର କଲ୍ୟାଣ କାମନା କରୁଥିଲେ । ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଗୁୁରୁ ଏକ ମନ୍ତ୍ର ଶିକ୍ଷା ଦେଇଥିଲେ- ନାରାୟଣ ମନ୍ତ୍ର । ଏହି ମନ୍ତ୍ର ଯାହାଙ୍କ କାନରେ ପଡ଼ିବ ସେ ସକଳଦୁଃଖ, ପାପତାପରୁ ମୁକ୍ତି ପାଇଯିବ ବୋଲି ଗୁରୁ କହିଥିଲେ । ତେବେ ସତର୍କ କରାଇ ଦେଇଥିଲେ ଏହି ମନ୍ତ୍ରକୁ ବଡ଼ ପାଟିରେ ଜପ ନ କରିବା ପାଇଁ । ବଡ଼ ଶ୍ରଦ୍ଧାରେ ଏହି ମନ୍ତ୍ର ଜପ କରୁଥାନ୍ତି ରାମାନୁଜାଚାର୍ଯ୍ୟ । କର୍ଣ୍ଣକୁହରରେ ସର୍ବଦା ପ୍ରତିବିମ୍ବିତ ହେଉଥିଲା ଗୁୁରୁଙ୍କ କଠୋର ନିର୍ଦେଶ- “ଏହି ମନ୍ତ୍ରକୁ ଉଚ୍ଚସ୍ୱରରେ ଜପ କରିବ ନାହିଁ ।’
ରାମାନୁଜାଚାର୍ଯ୍ୟ ପ୍ରତ୍ୟହ ଦେଖୁଥିଲେ ନିଜ ଚତୁଃପାଶ୍ୱର୍ରେ ଥିବା ଲୋକମାନଙ୍କୁ, ଯେଉଁମାନେ କିଛିନା କିଛି ଦୁଃଖ, ଅବସାଦରେ ଘାଣ୍ଟି ହେଉଥିଲେ । ବିଷଣ୍ଣ ମନରେ ସେ ଭାବୁଥିଲେ କିଭଳି ଏଇ ଲୋକମାନଙ୍କ ଦୁର୍ଦଶାର ଅପନୋଦନ ହୋଇପାରିବ? ବେଶ୍‍ କିଛିଦିନ ଏଇପରି ଭାବିବା ପରେ ଶେଷରେ ଦିନେ ତାଙ୍କର ଧ୍ୟାନ କେନ୍ଦ୍ରିତ ହେଲା ଗୁରୁମନ୍ତ୍ର ଉପରେ । ମନେମନେ ଭାବିଲେ ଯଦି ଏଭଳି ଏକ ମନ୍ତ୍ର ଶିଖିଛି ତେବେ ଏହା ଜନକଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗ ନକରିବି କାହିଁକି? ତେବେ ଠିକ୍‍ ପରମୁହୂର୍ତ୍ତରେ ଗୁରୁଙ୍କର ନିର୍ଦେଶ ଉଲ୍ଲଙ୍ଘନ ଓ ତଜ୍ଜନିତ ଗୁରୁୁଙ୍କ କ୍ରୋଧର ପାତ୍ର ହେବା ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । ଦିନେ ତାଙ୍କର ଦୟାର୍ଦ୍ର ଚିତ୍ତ ମନ୍ତ୍ରୋଚ୍ଚାରଣ ପ୍ରସଙ୍ଗରେ ବିଦ୍ରୋହ କରି ଉଠିଲା ।
ରାତି ପାହି ଆସୁଥାଏ । ବ୍ରାହ୍ମ ମୁହୂର୍ତ୍ତରେ ପକ୍ଷୀମାନେ ବିଚିତ୍ର କଳରବ କରି ନୀଡ଼ରୁ ଖାଦ୍ୟସନ୍ଧାନରେ ବାହାରକୁ ଉଡ଼ିଯାଉଥାନ୍ତି । ମନ୍ଦିରରେ ପ୍ରାତଃକାଳୀନ ଆରତି ଘଣ୍ଟଘଣ୍ଟିର ଧ୍ୱନି ଶୁଭୁଥାଏ । ଲୋକେ ଶଯ୍ୟାତ୍ୟାଗ କରି ଯିଏ ଯାହାର କାର୍ଯ୍ୟକରିବା ନିମନ୍ତେ ପ୍ରସ୍ତୁତ ହେଉଥାନ୍ତି । ରାମାନୁଜାଚାର୍ଯ୍ୟ ନିଜ ପର୍ଣ୍ଣ କୁଟୀରର ମଥାନକୁ ଉଠିଗଲେ । ସମସ୍ତେ ଶୁଣିପାରିଲା ଭଳି ଉଚ୍ଚସ୍ୱରରେ ଗୁରୁମନ୍ତ୍ର ପାଠ କରିବାକୁ ଲାଗିଲେ ।
ଏହି ମନ୍ତ୍ର ଉଚ୍ଚସ୍ୱରରେ ପଢ଼଼ୁଥିଲାବେଳେ ନିକଟରେ ଥିବା ଗୁରୁ ଏହା ଶୁଣିବାକୁ ପାଇ ଚକିତ ହୋଇଗଲେ । ନିଜର ଏକାନ୍ତ ଅନୁଗତ, ବିଶ୍ୱସ୍ତ ଶିଷ୍ୟର ଏଭଳି ଆଚରଣରେ ସ୍ତମ୍ଭୀଭୂତ ହୋଇ କୁଟୀର ବାହାରକୁ ଆସି ଶିଷ୍ୟଙ୍କ ଉଦ୍ଦେଶ୍ୟରେ କହିଲେ- “ରାମାନୁଜ! ତୁମେ ଏ କ’ଣ କଲ? ଗୁରୁଙ୍କ ଆଦେଶ ଉଲ୍ଳଙ୍ଘନ କଲ କାହିଁକି? ଗୁରୁଦ୍ରୋହ ଅପରାଧରେ ତୁମେ ଖାଲି ଦଣ୍ଡିତ ହେବନାହିଁ, ନର୍କଗାମୀ ହେବ । ତୁମ ଭଳି ଅବିଶ୍ୱସ୍ତ ଶିଷ୍ୟକୁ ଏହି ମନ୍ତ୍ର ଶିକ୍ଷାଦେଇ ମୁଁ ମହାଭୁଲ୍‍ କରିଛି ।’
ରାମାନୁଜ ନମ୍ରଭାବରେ ଉତ୍ତର ଦେଲେ- “ଗୁରୁଦେବ, ଆପଣଙ୍କ ଆଦେଶ ଅବମାନନା ଅପରାଧରେ ନର୍କଗାମୀ ହେଲେ ବି ତାହା ମୋ ପାଇଁ କଲ୍ୟାଣପ୍ରଦ ହେବ; କିନ୍ତୁ ଏହାଦ୍ୱାରା ଅନ୍ତତଃ ଅଗଣିତ ଲୋକଙ୍କର ଦୁର୍ଦଶା ଦୂରହୋଇ ସେମାନଙ୍କ କଲ୍ୟାଣ ହୋଇପାରିବ ତ? ନିଜର ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ମୁଁ ଏହା କରିନାହିଁ, ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ହିଁ ମୁଁ କରିଛି । ଏ ନିମନ୍ତେ ଯେଉଁ ଦଣ୍ଡ ମିଳିବ ତାହା ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ । ସେମାନଙ୍କ ଦୁଃଖଦୁର୍ଦଶା ତ ମୋତେ ଅହରହ ବିଚଳିତ କରୁଥିଲା । ମୁଁ କିପରି ବା ନିଷ୍କ୍ରିୟ ରହିଥାନ୍ତି ।’
ଜଣେ ମହାନୁଭବୀ ଶିଷ୍ୟଠାରୁ ଏଭଳି ଉତ୍ତର ଶୁଣି ଗୁରୁ ଦରଦୀ ଶିଷ୍ୟକୁ ତଳକୁ ଓହ୍ଲାଇ ଆସିବାକୁ କହିଲେ । ରାମାନୁଜ ଓହ୍ଲାଇ ଆସିବାମାତ୍ରେ ତାଙ୍କୁ ଆଲିଙ୍ଗନ କରି କହିଲେ- ତୁମଭଳି ଜଣେ ମହାନୁଭବୀ ଶିଷ୍ୟ ପାଇ ଯଥାର୍ଥରେ ମୁଁ ଗର୍ବିତ ।

ରାମ ମନ୍ଦିର ପାଇଁ କୌଣସି ଅଧ୍ୟାଦେଶ ଏବେ ଆସିବ ନାହିଁ: ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପିର ନେତା ଓ ମନ୍ତ୍ରୀମାନେ ଅଧ୍ୟାଦେଶ ଆସିବ ବୋଲି କହୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୨୦୧୯ର ପ୍ରଥମ ଦିନରେ ଏଏନ୍‌ଆଇକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଶ୍ରୀ ମୋଦି ଏକଥା କହିଛନ୍ତି।

ସେ କହିଛନ୍ତି, “ ମନ୍ଦିର ପାଇଁ ଏବେ ଅଧ୍ୟାଦେଶ ଆସିବ ନାହିଁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅପକ୍ଷା କରିବାକୁ ପଡ଼ିବ। ଏହାପରେ ହିଁ ଅଧ୍ୟାଦେଶ କଥା ଚିନ୍ତା କରାଯିବ। ସୁପ୍ରିମକୋର୍ଟରେ କଂଗ୍ରେସର ଆଇନ୍‌ଜୀବୀମାନେ ବାଧା ଦେଉଥିବାରୁ ମନ୍ଦିର ନିର୍ମାଣର ମାମଲାର ଶୁଣାଣିରେ ବିଳମ୍ବ ହେଉଛି।
ଆମେ ବିଜେପିର ନିର୍ବାଚନୀ ଇସ୍ତାହାରରେ କହିଥିଲୁ ଯେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ହିଁ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ବାହାର କରିବୁ। ତେଣୁ ଏବେ ଆମେ ନ୍ୟାୟିକ ପ୍ରକ୍ରିୟା ଶେଷ ହେବାକୁ ଅପେକ୍ଷା କରିଛୁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ସରକାର ତାଙ୍କ କାମ ଓ କର୍ତ୍ତବ୍ୟ କରିବେ। ଆମେ ଏଥିପାଇଁ ସବୁ କରିବାକୁ ପ୍ରସ୍ତୁତ।”

ଟ୍ରିପଲ ତଲାକକୁ ଅପରାଧ ରୂପେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ କାହିଁକି ଅଧ୍ୟାଦେଶ ଆସିବ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି, “ ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରିପଲ ତଲାକ ପାଇଁ ଅଧ୍ୟାଦେଶ ଆସିଥିଲା।

ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଶାସନ କରୁଥିବା ଦଳ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା କାର୍ଯ୍ୟକୁ ଅଟକାଇ ଥିଲା। ଏକଥା ସମସ୍ତେ ଜାଣିଛନ୍ତି। ଏବେ କଂଗ୍ରେସର ଓକିଲମାନେ ସୁପ୍ରିମକୋର୍ଟରେ ବାଧା ସୃଷ୍ଟି କରନ୍ତୁ ନାହିଁ। ନ୍ୟାୟପାଳିକାକୁ ତା’ ବାଟରେ କାର୍ଯ୍ୟ କରିବାକୁ ଛାଡ଼ି ଦିଆଯାଉ।

ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ରାଜନୀତିକ ଦୃଷ୍ଟିକୋଣରୁ ବିଚାର କରା ନ ଯାଉ। ଦେଶରେ ଶାନ୍ତି ଓ ସଦ୍‌ଭାବ ବୃଦ୍ଧି ପାଇଁ କଂଗ୍ରେସର ଓକିଲମାନେ ଅଯୋଧ୍ୟା ପ୍ରସଙ୍ଗରେ ବାଧା ସୃଷ୍ଟି କରିବା କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।”

ଏହି ସାକ୍ଷାତକାରଟି ୯୫ ମିନିଟ୍‌ର। ଏଏନ୍‌ଆଇ ସମ୍ପାଦକ ସ୍ମିତା ପ୍ରକାଶ ଏହି ସାକ୍ଷାତକାର ନେଇଛନ୍ତି।