ଭଗବାନଙ୍କ ବିଚିତ୍ର ଲୀଳା


ପରମାତ୍ମା ଯେମିତି ସବୁବେଳେ ଆମ ଚିନ୍ତନ ପରିସରରେ ରହନ୍ତି । ସେଥିପାଇଁ ଯନିବାନ ହେବା ଉଚିତ । ମସ୍‌ଜିଦ୍‌, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଯୁଆଡ଼େ ଗଲେ ବି ଧର୍ମାନୁଷ୍ଠାନ ଆମ ଭିତରେ ରହୁ । ଆମେ କି;ୁ ଉପାସନାସ୍ଥଳରେ ଉପସ୍ଥିତ ଥାଉ କି;ୁ ଆମ ଭିତରେ ଉପାସନାସ୍ଥଳ ନଥାଏ । ଆମ ଭିତରେ ଅନ୍ୟ ଚିନ୍ତା ସବୁ ଲହଡ଼ି ମାରୁଥାନ୍ତି । ଏମିତି ହେଲେ ବର୍ଷବର୍ଷ ଧରି ଉପାସନା ପୀଠରେ ପହଞ୍ଚିଲେ ବି ଯାହା ଫଳ ମିଳିବା କଥା ତାହା ମିଳେନା । ଗଛମୂଳ ବି ମସ୍‌ଜିଦ୍‌ ପାଲଟିଯିବ ଯଦି ପୂଜା ନିଜ ଭିତରେ ଅଛି । ତେଣୁ ପରମାତ୍ମାଙ୍କ ଚିନ୍ତନରେ ବୁଡ଼ି ରହିବାଠାରୁ ଉପାସନାସ୍ଥଳ ଆଉ କିଛି ନଥାଏ । ପ୍ରତିଟି ଅଙ୍ଗ ତାଙ୍କ ସେବାରେ ଲାଗିପାରିଲେ ଶରୀର ଧନ୍ୟ ହୋଇଯିବ । ଏ ନେଇ ଉଦାହରଣଟିଏ । କୌରବ-ପାଣ୍ଡବଙ୍କର ଘମାଘୋଟ ଲଢ଼େଇ ଚାଲିଥାଏ । ଭୀମ ଦୁର୍ଯେ୍ୟାଧନର ଜାନୁକୁ ଗଦାରେ ପ୍ରହାର କରୁଥାନ୍ତି । ପ୍ରାଣ ବିକଳରେ ଦୁର୍ଯେ୍ୟାଧନ ଆତ୍ମଗୋପନ କରିଥାଏ । ପାଖରେ ପହଞ୍ଚିଲେ ଦ୍ରୋଣଙ୍କ ପୁତ୍ର ଅଶ୍ୱମା । ଦୁର୍ଯେ୍ୟାଧନକୁ କହିଲେ । ‘ଦୁର୍ଯେ୍ୟାଧନ, ତୁମେ ଯଦି ସେନାପତି ଦାୟିତ୍ୱ ମତେ ଦେଇ ଥାଆନ୍ତ, ତେବେ ତୁମର ଏ ଦଶା କେବେ ହୋଇନଥାନ୍ତା । ଏବେ ବି ସମୟ ଅଛି । ମୋତେ ସେନାପତିର ଦାୟିତ୍ୱ ଦିଅ ।’ ଭଗବାନ କୃଷ୍ଣଙ୍କୁ ବାଦ ଦେଇ ଦୁର୍ଯେ୍ୟାଧନର ଯୁଦ୍ଧରେ ଜିତିବା ନିଶ୍ଚିତ ବୋକାମୀ । ତଥାପି ଅହଂକାରୀ ଦୁର୍ଯେ୍ୟାଧନ ଅଶ୍ୱମାକୁ ସେନାପତିର ଦାୟିତ୍ୱ ଦେଲେ । ଅଶ୍ୱମା ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଏକ ଶର ପ୍ରୟୋଗ କଲେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କ ଉପରେ । ପୁତ୍ରମାନେ ରାତିରେ ଶୋଇଥାଆନ୍ତି । ହଠାତ୍‌ ଶରଟିଏ ଆସିଲା । କଅଁଳ ଶିଶୁଙ୍କ ମୁଣ୍ଡକୁ ଗଣ୍ଡିଠାରୁ ଛିଡ଼େଇ ଦେଇ ଚାଲିଗଲା । ଘର ସାରା ରକ୍ତର ଲହଡ଼ି ମାରୁଛି । ଶିଶୁମାନଙ୍କର ଏ ଅବସ୍ଥା ଦେଖି କାହାର ବା ଧୈର୍ଯ୍ୟ ରହିବ ! ଦ୍ରୌପଦୀ ଖୁବ୍‌ ଜୋରରେ କାନ୍ଦୁଥାଆନ୍ତି । ଯିଏ ଯେତେ ବୁଝାଇଲେ ବି ବୁଝୁନଥିଲେ । ଭଗବାନ କୃଷ୍ଣ କହିଲେ- ‘କୃଷ୍ଣାକୁ କେହି ବୁଝାଇପାରିବେନି । ମାଆର ହୃଦୟ । ସନ୍ତାନର ଦେହ ଟିକିଏ ଖରାପ ହେଲେ ମାଆ ଧୈର୍ଯ୍ୟ ରଖିପାରେନା । କାନ୍ଦିପକାଏ । ଆଉ ନିଜ ଆଖି ଆଗରେ ସନ୍ତାନର ମୃତୁ୍ୟ ଦେଖି କୋଉ ମାଆ ସମ୍ଭାଳି ରହିବ !’ ଭଗବାନ ଦ୍ରୌପଦୀଙ୍କ ପାଖରେ ପହଞ୍ଚିଲେ । ଦ୍ରୌପଦୀ ପ୍ରଭୁଙ୍କ ପାଦ ଧରି ଖୁବ୍‌ କାନ୍ଦିଲେ । ଲୁହରେ ସେ ପାଦକୁ ଧୋଇଦେଲେ । ଭଗବାନ କହିଲେ । ‘କୃଷ୍ଣା ! କାନ୍ଦିଲେ କ’ଣ ସନ୍ତାନମାନେ ଆଉ ଫେରିବେ !’ ଦ୍ରୌପଦୀ କହିଲେ । ‘ପ୍ରଭୁ, ସେମାନେ ଆଉ ଫେରିବେ ନାହିଁ । ଏ ସଂସାର ମରଣଶୀଳ । ଆସିଲେ ଦିନେ ନା ଦିନେ ଯିବାକୁ ହେବ ବୋଲି ମୁଁ ଭଲଭାବରେ ଜାଣେ । ସେଥିପାଇଁ ମୁଁ କାନ୍ଦୁନାହିଁ । ମୋ କାନ୍ଦିବାର କାରଣ ହେଉଛି, ଆତତାୟୀ ଅଶ୍ୱମା ସେମାନଙ୍କୁ ଶୋଇଥିବା ଅବସ୍ଥାରେ ମାରିଦେଲା । ମୋ ସନ୍ତାନମାନେ ଆପଣଙ୍କ ଦର୍ଶନ କରିପାରିଲେନି । ଅନ୍ତତଃ ଚେଇଁଥିଲେ ତ ଆପଣଙ୍କୁ ସେମାନେ ଦେଖି ଥାଆନ୍ତେ । ସେଥିପାଇଁ ମୋର କାନ୍ଦଣା ।’ ଏହା ହିଁ ହେଉଛି ପ୍ରଭୁଙ୍କ ପ୍ରତି ପ୍ରୀତି । ଏମିତିକି ମୃତୁ୍ୟ ସମୟରେ ବି ଭଗବାନଙ୍କ ରୂପକୁ ଆଖି ଦେଖୁ । ତାଙ୍କ ନାମକୁ ତୁଣ୍ଡ ଉଚ୍ଚାରଣ କରୁ । ପ୍ରତିଟି ଅଙ୍ଗରେ ତାଙ୍କର ଅନୁଭବ ଆସିବା ଦରକାର ।

Keep Flute in your house and see the change – ଘରେ ବଂଶୀ ରଖିଲେ କ’ଣ ହେବ?

ବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ ବଂଶୀର ମଧୁର ସ୍‌ର ପ୍ରେମର ପ୍ରତୀକ ଘରେ ବଂଶୀ ରଖିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦ୍‌ଭାବନା ବଢାଇଥାଏ । ଘରେ ବଂଶୀ ରଖି ଆପଣ ନିଜ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ ତେବେ ଆସନ୍ତୁ ଜାଣିବା ଘରେ ବଂଶୀ ରଖିବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ ।
୧) ବ୍ୟବସାୟରେ ଉନ୍ନତି: ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ କାଠ ର୍ନିମିତ ବଂଶୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପୂଜା କରି ଦୋକାନ କିମ୍ବା ଅଫିସ୍‌ର ଛାତ ଉପରେ ଟାଙ୍ଗି ଦିଅନ୍ତୁ ।
୨) ଦାମ୍ପତ୍ୟ ଜୀବନରେ ସୁଖ: ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍‌ରୁମ୍‌ର ଛାତରେ ବିମ୍‌ ଅଛି କି ନାହିଁ । ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍‌ର ଦୁଇ ପାର୍ଶ୍‌ରେ ଲାଲ୍‌ ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ ମନେ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍‌ ଆଡକୁ ରହିବ

How to do Arati – ଆଳତି କରିବାର ବିଧି – ଆଳତି କରିବା ବେଳେ କେତେଥର ହାତ ବୁଲାଇବେ

ମନ୍ଦିର ଓ ଘରେ ପୂଜା କରିବା ପରେ ଆଳତି କରିବାର ବିଧି ରହିଛି ହିନ୍ଦୁ ଉପାସନା ପଦ୍ଧତିର ଏକ ଅଂଶବିଶେଷ ହେଉଛି ଆଳତି ଏଥିରେ ଜଳୁଥିବା ନିଆଁକୁ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ ଆଳତି ସାଧାରଣତଃ ଘିଅ, ତେଲ କିମ୍‌ା କର୍ପୂରକୁ ନେଇ ପ୍ରସ୍ତୁତ ହୋଇଥାଏ । ପୂଜା ପରେ ଆଳତି କରାଯାଇଥାଏ ସତ, କି;ୁ ଏହା ଖୁବ କମ୍‌ ଲୋକଙ୍କୁ ଜଣାଅଛି ଯେ, ଆଳତି କାହିଁକି କରାଯାଇଥାଏ କେବଳ ଏତିକି ନୁହେଁ, ଆଳତି କରିବା ସମୟରେ କେତେ ଥର ହାତ ବୁଲାଇବା ଶୁଭଦାୟକ ହୋଇଥାଏ, ସେ ସମ୍ପର୍କରେ ମଧ୍ୟ ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।
ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତି ଆଳତି ଦ୍‌ାରା ପରମାତ୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରଦ୍ଧାର ସହ ଉଦ୍ୟମ କରିଥାନ୍ତି ଏହା ସହ ପୂଜାପାଠରେ ମନ୍ତ୍ରୋଚ୍ଚାରଣରେ କୌଣସି ତ୍ରୁଟି ହୋଇଥିଲେ, ଆଳତି ଦ୍‌ାରା ସେହି ତ୍ରୁଟିରୁ ମାର୍ଜନା ବା କ୍ଷମା କାମନା କରାଯାଇଥାଏ । ଆହୁରି ମଧ୍ୟ ଦେବୀ ଦେବତାଙ୍କ ସମ୍‌ନ୍ଧ ଯେଉଁ ସଂଖ୍ୟା ସହିତ ରହିଥାଏ, ସେହି ସଂଖ୍ୟା ଅନୁସାରେ ଆଳତି ଉଚ୍ଚାରଣ ଅର୍ଥାତ୍‌ ଦୀପ ସହ ହାତକୁ ବୁଲାଇବା ଉଚିତ୍‌ ଯେପରି ଭଗବାନ ବିଷ୍ଣୁଙ୍କ ମହାମନ୍ତ୍ର ୧୨ଟି ଅକ୍ଷର ଯୁକ୍ତ ହୋଇଥିବାରୁ ବିଷ୍ଣୁଙ୍କ ଆଳତି ବେଳେ ତେବେ ୧୨ଥର ଆଳତି ପାଇଁ ଦୀବ ସହ ହାତକୁ ବୁଲା;ୁ ।
ସୂର୍ଯ୍ୟଙ୍କର ସାତଟି ରଶ୍ମି ରହିଥାଏ ଏବଂ ତାଙ୍କ ରଥରେ ସାତଟି ଘୋଢ଼ା ମଧ୍ୟ ରହିଥାଏ ଏଥିପାଇଁ ସୂର୍ଯ୍ୟ ପୂଜା କରିବା ସମୟରେ ସାତଥର ଆଳତି କର;ୁ ।
ସେହି ପ୍ରକାର ଦେବୀ ଦୁର୍ଗାଙ୍କର ନବମୀ ତିଥି ପ୍ରସିଦ୍ଧ ନଅ ଅକ୍ଷର ବିଶିଷ୍ଟ ନବାରଣ ମନ୍ତ୍ର ଦୁର୍ଗାଙ୍କର ମହାମନ୍ତ୍ର ଏଥିପାଇଁ ଦୁର୍ଗାଙ୍କର ଆଳତି କରିବା ସମୟରେ ୯ଥର ଆଳତି କରିବା ଉଚିତ୍‌ ।

ଶ୍ରୀମନ୍ଦିରରୁ ଚୋରି


ପୁରୀ,୨ା୪: ସୋମବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମମନ୍ଦିରରୁ ହୁଣ୍ଡିଟଙ୍କା ଓ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଚାରିପଟେ ୨୪ଘଂଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ଥିବା ସତେ୍ୱ କିପରି ଚୋରି ହେଲା ତାହା ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ଏସପି ଡା. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଓଡିଶା ପୁଲିଓ, ଜଗନ୍ନାଥ ଟେମ୍ପୁଲ ପୁଲିସ ଓ ଆବଶ୍ୟକ ସୁରକ୍ଷା କର୍ମୀ ଥିବାବେଳେ ଶ୍ରୀମନ୍ଦିର ପରିସରରୁ ଚୋରି ହେବା ଘଟଣାକୁ ଗୁରୁତର ସହ ପୁଲିସ ବିଚାର କରୁଛି । ଏଥିରେ କାହାର ହାତ ଅଛି, କିଏ ଏଭଳି କାଣ୍ଡ ଘଟାଇପାରେ, କେଉଁମାନେ ଏଥିରେ ସାମିଲ ଅଛନ୍ତି, ଏହି ଚୋରିର ମାଷ୍ଟର ମାଇଣ୍ଡ କିଏ ସେ ସଂପର୍କରେ ସିଂହଦ୍ୱାର ପୁଲିସ ଖୋଳତାଡ ଆରମ୍ଭ କରିଛି । ଦୁର୍ବୃତମାନେ ରାମମନ୍ଦିରର ଲୁହା କବାଟକୁ କଟର ସାହାଯ୍ୟରେ କାଟି ଭିତରେ ଥିବା ହୁଣ୍ଡିକୁ ଭାଙ୍ଗିଥିଲେ । ହୁଣ୍ଡିରେ ଥିବା ୧୨ହଜାର ଟଙ୍କା, ଛୋଟ ପିତଳ ମୂର୍ତି ଓ ଶାଳଗ୍ରାମଗୁଡିକ ଚୋରି କରିନେଇଥିଲେ । ରାତି ସାଢେ ୧୧ଟା ପରେ କୌଣସି ଦୁର୍ବୃତ ମନ୍ଦିର ଭିତରେ ପ୍ରବେଶ କରି ଏହି ଚୋରି କରିଥିବା ସନ୍ଦେହ କରାଯାଉଛି ।
ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଟାର୍ଗେଟ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ଶ୍ରୀମନ୍ଦିରର ଚାରିପଟେ ସିସିଟିଭି ଖଞ୍ଜାଯାଇଥିବାବେଳେ ଚୋର କିପରି ଶ୍ରୀମନ୍ଦିରରେ ପ୍ରବେଶ କଲା ତାହା ପୁଲିସ ଜାଣିପାରିଲା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି

ନିତ୍ୟ ସୂର୍ଯ୍ୟ ପୂଜା ଓ ସୂର୍ଯ୍ୟ ନମସ୍କାର


ସୂର୍ଯ୍ୟ ଭଗବାନ୍ ହିଁ ଆମ ପାଇଁ ପ୍ରତ୍ୟକ୍ଷ ଦେବତା । ତାଙ୍କର ଉପସ୍ଥିତି ଯୋଗୁ ଆମକୁ ସବୁକିଛି ମିଳିଛି ଏବଂ ମିଳୁଛି ମଧ୍ୟ । ତେଣୁ ସୂର୍ଯ୍ୟ ଭଗବାନଙ୍କର ପୂଜା ଓ ବନ୍ଦନା ଦୈନନ୍ଦିନ ଜୀବନରେ କରିବା ଉଚିତ୍ । ଏପରିକି ଶାସ୍ତ୍ରରେ ସୂର୍ଯ୍ୟ ପୂଜାକୁ ନିତ୍ୟକର୍ମର ମାନ୍ୟତା ଦିଆଯାଇଅଛି । ପ୍ରାତଃ ସନ୍ଧ୍ୟାବ଼ସାନେ ତୁ ନିତ୍ୟଂ ସୂର‌୍ୟଂ ସମର୍ଚ୍ଚୟେତ୍ । (ପାରିଜାତ)
ଯେଉଁ ବ୍ୟକ୍ତି ପ୍ରତିଦିନ ପ୍ରାତଃ ସନ୍ଧ୍ୟା ଶେଷକରି ସୂର୍ଯ୍ୟ ପୂଜା ଓ ବନ୍ଦନା କରନ୍ତି, ତାଙ୍କର ଯଶ, ଖ୍ୟାତି ଆଦି ବଢିବା ସହିତ ସମସ୍ତ ଗ୍ରହଦୋଷ କଟିଥାଏ । ଏପରିକି ଯଦି କୌଣସି ବ୍ୟକ୍ତି ଚର୍ମରୋଗରେ ପୀଡିତ ଥାନ୍ତି ତେବେ ସୂର୍ଯ୍ୟପୂଜା କରିବା ନିତ୍ୟାନ୍ତ ବିଧେୟ । ସୂର୍ଯ୍ୟ ଭଗବାନ ସକଳ ପ୍ରାଣଶକ୍ତିର କେନ୍ଦ୍ରସ୍ଥଳ ହୋଇଥିବାରୁ ତାଙ୍କ ଆରାଧାନା ଦ୍ୱାରା ବ୍ୟକ୍ତିର ମନ ସବୁବେଳେ ପ୍ରଫୁଲିତ ରହିଥାଏ । ଏପରିକି ଏକଲକ୍ଷ ଗୋଦାନଠାରୁ ଗୋଟିଏ ଦିନ ସୂର୍ଯ୍ୟ ପୂଜାର ମାହାତ୍ମ୍ୟ ଅଧିକ ବୋଲି ଭବିଷ୍ୟ ପୁରାଣରେ କୁହାଯାଇଅଛି ।
ପ୍ରଦଦ୍ୟାଦ୍ ବୈ଼ ଗବ଼ାଂ ଲକ୍ଷଂ ଦୋଗ୍ଧ୍ରୀଣାଂ ବେ଼ଦପାରଗେ ।
ଏକାହମର୍ଚ୍ଚୟେଦ୍ ଭାନୁଂ ତସ୍ୟ ପୁଣ୍ୟଂ ତତୋଽଧିକମ୍ । ।
ଯେପରି କୌଣସି ପୂଜା କରିବା ବେଳେ କଳସ ପୂଜା ଏକ ଅଙ୍ଗଭାବେ କରିବାକୁ ହୋଇଥାଏ, ଠିକ୍ ସେହିପରି ସୂର୍ଯ୍ୟପୂଜା ସହିତ ସୂର୍ଯ୍ୟ ଭଗବାନଙ୍କୁ ଭକ୍ତି ସହକାରେ ମନ୍ତ୍ର ସହିତ ୧୨ ଥର ସାଷ୍ଟାଙ୍ଗ ନମସ୍କାର କରିବାକୁ ହୋଇଥାଏ ।

ସୂର୍ଯ୍ୟ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀର ତାଲିକା –


ଗୋଟା ଅରୁଆ ଚାଉଳରେ ଅଳ୍ପ ହଳଦୀ ଗୁଣ୍ଡ, କିଛି ଜଳ ଏବଂ ଘୃତ ମିଶାଇ ପାଖରେ ରଖ (ଅକ୍ଷତ) ।
ପଞ୍ଚପାତ୍ର – ଗୋଟିଏ ଛୋଟ ପାତ୍ର ଏବଂ ଚାମଚ (ଉଦ୍ଧରିଣୀ), ଅର୍ଘ୍ୟ (ବଡ) ପାତ୍ର, ଚନ୍ଦନ, ବିଭିନ୍ନ ପ୍ରକାର ଫୁଲ ଓ କ୍ଷୀର ।

ବାହ୍ୟ ଶୁଦ୍ଧି
ଅଗଣାରେ ବା ଯେଉଁଠି ସୂର୍ଯ୍ୟ ଭଗବାନ ଦେଖାଯାଉଥିବେ ସେଠାରେ ପୂର୍ବ ମୁଖା ହୋଇ ଆସନ କରି ପ୍ରଥମେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖ । ପରେ ନିମ୍ନ ଲିଖିତ ମନ୍ତ୍ର ପଢି ନିଜ ଉପରେ ଦକ୍ଷିଣ ହାତରେ ଥିବା ଜଳକୁ ସିଞ୍ଚ ।
ଓଁ ଅପବ଼ିତ୍ରଃ ପବ଼ିତ୍ରୋ ବ଼ା ସବ଼ର୍ାବ଼ସ୍ଥାଂ ଗତୋଽପି ବ଼ା ।
ୟଃ ସ୍ମରେତ୍ ପୁଣ୍ଡରୀକାକ୍ଷଂ ସ ବ଼ାହ୍ୟାଭ୍ୟନ୍ତରଃ ଶୁଚିଃ । ।

ଆସନ ପୂଜା –
ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖି ନିମ୍ନ ଲିଖିତ ମନ୍ତ୍ର ପଢି ଆସନ ଉପରେ ଜଳକୁ ସିଞ୍ଚ ଏବଂ ଭୂମିକୁ ସ୍ପର୍ଶ କର ।
ପୃଥ୍ୱି ତ୍ୱୟା ଧୃତା ଲୋକା ଦେବ଼ି ତ୍ୱଂ ବ଼ିଷ୍ଣୁନା ଧୃତା ।
ତ୍ୱଂ ଚ ଧାରୟ ମାଂ ଦେବ଼ି ପବ଼ିତ୍ରଂ ଚାସନଂ କୁରୁ । ।

ଆଚମନ –
ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖି ନିମ୍ନ ଲିଖିତ ମନ୍ତ୍ର ପଢି ତିନି ଥର ଆଚମନ କର ।
ସ୍ତ୍ରୀଲୋକମାନେ କେବଳ ଆଚମନ କରିବା ବେଳେ ପୁରୁଷମାନେ ଆଚମନ ସହିତ କେଶବ, ନାରାୟଣ ଆଦି କହି ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗକୁ ଛୁଇଁ ନେବେ ।
ଓଁ ଅଚ୍ୟୁତାୟ ନମଃ ।
ଓଁ ଅନନ୍ତାୟ ନମଃ ।
ଓଁ ଗୋବ଼ିନ୍ଦାୟ ନମଃ ।(ସ୍ତ୍ରୀଲୋକଙ୍କ ପାଇଁ)
ପୁରୁଷମାନଙ୍କ ପାଇଁ
ଓଁ ଅଚ୍ୟୁତାୟ ନମଃ ।
ଓଁ ଅନନ୍ତାୟ ନମଃ ।
ଓଁ ଗୋବ଼ିନ୍ଦାୟ ନମଃ ।
କେଶବ଼, ନାରାୟଣ, ମାଧବ଼, ଗୋବ଼ିନ୍ଦ, ବ଼ିଷ୍ଣୁ, ମଧୁସୂଦନ, ତ୍ରିବ଼ିକ୍ରମ, ବ଼ାମନ, ଶ୍ରୀଧର, ହୃଷୀକେଶ, ପଦ୍ମନାଭ, ଦାମୋଦର । ।
ପରେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତକୁ ଧୋଇନିଅ ।

ଗୁରୁ ଧ୍ୟାନ –
ନିମ୍ନ ଲିଖିତ ମନ୍ତ୍ର ପଢି ନିଜ ଗୁରୁଙ୍କୁ ଧ୍ୟାନ କର ।
ଗୁରୁର୍ବ୍ରହ୍ମା ଗୁରୁବ଼ିର୍ଷ୍ଣୁଃ ଗୁରୁର୍ଦେବେ଼ା ମହେଶ୍ୱରଃ ।
ଗୁରୁସ୍ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରବେ଼ ନମଃ । ।

ଶ୍ରୀ ଗଣପତି ଧ୍ୟାନ –
ନିମ୍ନ ଲିଖିତ ମନ୍ତ୍ର ପଢି ଶ୍ରୀ ଗଣେଶଙ୍କୁ ଧ୍ୟାନ କର ।
ଶୁକ୍ଲାମ୍ବରଧରଂ ବ଼ିଷ୍ଣୁଂ ଶଶୀବ଼ର୍ଣ୍ଣଂ ଚତୁର୍ଭୁଜମ୍ ।
ପ୍ରସନ୍ନବ଼ଦନଂ ଧ୍ୟାୟେତ୍ ସବ଼ର୍-ବ଼ିଘ୍ନୋପଶାନ୍ତୟେ । ।

ପ୍ରାଣାୟାମ –
ଦକ୍ଷିଣ ହାତରେ ନାସିକ ମୁଦ୍ରା କରି ଦକ୍ଷିଣ ହାତର ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ବାମ ନାସାରେ ପ୍ରଶ୍ୱାସ ନିଅ ।
ଓଁ ଭୂଃ । ଓଁ ଭୂବ଼ଃ । ଓଁ ସୁବ଼ଃ । ଓଁ ମହଃ । ଓଁ ଜନଃ । ଓଁ ତପଃ । ଓଁ ସତ୍ୟମ୍ ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ପ୍ରଶ୍ୱାସ ରୂପରେ ନେଇଥିବା ବାୟୁକୁ ଦେହ ଭିତରେ ଧରି ରଖ ।
ଓଁ ତତ୍ ସବ଼ିତୁବ଼ର୍ରେଣ୍ୟମ୍ । ଭର୍ଗୋ ଦେବ଼ସ୍ୟ ଧୀମହି । ଧିୟୋ ୟୋ ନଃ ପ୍ରଚୋଦୟାତ୍ ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ଆବୃତ୍ତି କରିବାବେଳେ ଦକ୍ଷିଣ ନାସାଦ୍ୱାରା ନିଶ୍ୱାସ ଛାଡ ।
ଓଁ ଆପୋ ଜ୍ୟୋତୀରସୋଽମୃତଂ ବ୍ରହ୍ମ ଭୂର୍ଭୁବ଼ସ୍ସୁବ଼ରୋମ୍ ।
ଦକ୍ଷିଣ ହାତରେ ନାସିକ ମୁଦ୍ରା କରି ଦକ୍ଷିଣ ହାତର କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ଦକ୍ଷିଣ ନାସାରେ ପ୍ରଶ୍ୱାସ ନିଅ ।
ଓଁ ଭୂଃ । ଓଁ ଭୂବ଼ଃ । ଓଁ ଁ୍ ସୁବ଼ଃ । ଓଁ ମହଃ । ଓଁ ଜନଃ । ଓଁ ତପଃ । ଓଁ ଁ୍ ସତ୍ୟମ୍ । ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢ ।
ଓଁ ତତ୍ ସବ଼ିତୁବ଼ର୍ରେଣ୍ୟମ୍ । ଭର୍ଗୋ ଦେବ଼ସ୍ୟ ଧୀମହି । ଧିୟୋ ୟୋ ନଃ ପ୍ରଚୋଦୟାତ୍ ।
ପରେ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ବେଳେ ବାମ ନାସା ଦ୍ୱାରା ନିଶ୍ୱାସ ଛାଡ ।
ଓଁ ଆପୋ ଜ୍ୟୋତୀରସୋଽମୃତଂ ବ୍ରହ୍ମ ଭୂର୍ଭୁବ଼ସ୍ସୁବ଼ରୋମ୍ ।
ଏହିପରି ଅତି କମରେ ତିନି ଥର ପ୍ରାଣାୟାମ କର ।
ପରେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଡାହାଣ ହାତକୁ ଧୋଇନିଅ ।

ସଙ୍କଳ୍ପ –
ଦକ୍ଷିଣ ହାତରେ କିଛି ଫୁଲ, ଅକ୍ଷତ ଏବଂ ଜଳ ନେଇ ହାତକୁ ମୁଠା କରି ବାମ ହାତର ପାପୁଲି ଉପରେ ରଖି ଦକ୍ଷିଣ ଜଙ୍ଘ ଉପରେ ରଖ ଏବଂ ନିମ୍ନ ଲିଖିତ ମନ୍ତ୍ର ପଢି ସଙ୍କଳ୍ପ କର ।
ମମୋପାତ୍ତ ସମସ୍ତ ଦୁରିତକ୍ଷୟଦ୍ୱାରା ଶ୍ରୀ ପରମେଶ୍ୱର-ପ୍ରୀତ୍ୟର୍ଥଂ, ଅଦ୍ୟଃ, ମମ ଜନ୍ମାଭ୍ୟାସାତ୍ ଜନ୍ମପ୍ରଭୁତି ଏତତ୍କ୍ଷଣପର‌୍ୟନ୍ତଂ ମଧ୍ୟେ ସମ୍ଭାବ଼ିତାନାଂ ସବେ଼ର୍ଷାଂ ପାପାନାଂ ସଦ୍ୟଃ ଅପନୋଦନାର୍ଥଂ, ସମସ୍ତ ଗ୍ରହଦୋଷ ନିବ଼ାରଣାର୍ଥଂ, ଧର୍ମ-ଅର୍ଥ-କାମ-ମୋକ୍ଷ-ଚତୁବ଼ିର୍ଧ-ଫଲ-ପ୍ରାପ୍ତ୍ୟର୍ଥଂ, ଆଦିତ୍ୟସ୍ୟ ଦ୍ୱାଦଶ-ନମସ୍କାରାଖ୍ୟଂ କର୍ମ କରିଷ୍ୟେ । ଫୁଲ, ଅକ୍ଷତ ଓ ଜଳକୁ ତଳେ ପକାଇ ହାତକୁ ଧୋଇ ନିଅ ।
ଅର୍ଘ୍ୟ –
ପଞ୍ଚପାତ୍ରରେ କିଛି ଅକ୍ଷତ, ଫୁଲ ଓ କ୍ଷୀର ମିଶାଇ ଅଞ୍ଜଳିଦ୍ୱାରା ନିମ୍ନ ଲିଖିତ ମନ୍ତ୍ର ପଢି ସୂର୍ଯ୍ୟଭଗବାନଙ୍କୁ ଅର୍ଘ୍ୟ ପ୍ରଦାନ କର ।
ଏହି ସୂର‌୍ୟ! ସହସ୍ରାଂଶୋ ତେଜୋରାଶେ ଜଗତ୍ପତେ ।
ଅନୁକମ୍ପୟ ମାଂ ଭକ୍ତ୍ୟା ଗୃହାଣାର୍ଘ୍ୟଂ ଦିବାକର । ।
ଅର୍ଘ୍ୟ ପ୍ରଦାନ କରିବା ପରେ ସୂର୍ଯ୍ୟମଣ୍ଡଳସ୍ଥିତ ଆଦିତ୍ୟ ନାରାୟଣଙ୍କୁ ନିମ୍ନ ଲିଖିତ ମନ୍ତ୍ର ପଢି ଧ୍ୟାନ କରିବା ପରେ ଏକ ଏକ ନାମକୁ ଭକ୍ତିସହକାରେ ଉଚ୍ଚାରଣ କରିବା ପରେ ସାଷ୍ଟାଙ୍ଗ ନମସ୍କାର କର ।
ଧେୟଃ ସଦା ସବ଼ିତୃମଣ୍ଡଲ-ମଧ୍ୟବ଼ର୍ତ୍ତୀ
ନାରାୟଣଃ ସରସିଜାସନସନ୍ନିବ଼ିଷ୍ଟଃ ।
କେୟୂରବ଼ାନ୍ ମକରକୁଣ୍ଡଲବ଼ାନ୍ କିରୀଟୀ
ହାରୀ ହିରଣ୍ମୟବ଼ପୁର୍ଦ୍ଧୃତ-ଶଙ୍ଖଚକ୍ରଃ । ।
୧. ଓଁ ଶ୍ରୀ ମିତ୍ରାୟ ନମଃ । ୨. ଓଁ ଶ୍ରୀ ରବ଼ୟେ ନମଃ । ୩. ଓଁ ଶ୍ରୀ ସୂର‌୍ୟାୟ ନମଃ । ୪. ଓଁ ଶ୍ରୀ ଭାନବେ଼ ନମଃ । ୫. ଓଁ ଶ୍ରୀ ଖଗାୟ ନମଃ । ୬. ଓଁ ଶ୍ରୀ ପୁଷ୍ଣେ ନମଃ । ୭. ଓଁ ଶ୍ରୀ ହିରଣ୍ୟଗର୍ଭାୟ ନମଃ । ୮. ଓଁ ଶ୍ରୀ ମରୀଚୟେ ନମଃ । ୯. ଓଁ ଶ୍ରୀ ଆଦିତ୍ୟାୟ ନମଃ । ୧୦. ଓଁ ଶ୍ରୀ ସବ଼ିତ୍ରେ ନମଃ । ୧୧. ଓଁ ଶ୍ରୀ ଅର୍କାୟ ନମଃ । ୧୨. ଓଁ ଶ୍ରୀ ଭାସ୍କରାୟ ନମଃ ।
ଉପରୋକ୍ତ ମନ୍ତ୍ର ପଢି ୧୨ଥର ନମସ୍କାର କରିବାପରେ ସୂର୍ଯ୍ୟ ଭଗବାନଙ୍କର ସାରଥି ଅରୁଣଙ୍କୁ ନିମ୍ନଲିଖିତ ମନ୍ତ୍ର ପଢି ପୂର୍ବ ଭଳି ଅର୍ଘ୍ୟ ପ୍ରଦାନ କର ।
ବ଼ିନତାତନୟୋ ଦେବ଼ କର୍ମସାକ୍ଷୀ ସୁରେଶ୍ୱରଃ ।
ସପ୍ତାଶ୍ୱଃ ସପ୍ତରଜ୍ଜୁଶ୍ଚ ଅରୁଣୋ ମେ ପ୍ରସୀଦତୁ । ।
ଓଁ କର୍ମସାକ୍ଷିଣେ ଶ୍ରୀ ଅରୁଣାୟ ନମଃ । ।
ନିମ୍ନ ଲିଖିତ ମନ୍ତ୍ର ପଢି ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଅର୍ଘ୍ୟ ଜଳରୁ କିଛି ପାଦୋଦକ ଭାବରେ ପାନ କର ।
ଅକାଲମୃତ୍ୟୁହରଣଂ ସବ଼ର୍ବ଼୍ୟାଧିବ଼ିନାଶନମ୍ ।
ସୂର‌୍ୟପାଦୋଦକଂ ତୀର୍ଥଂ ଜଠରେ ଧାରୟାମ୍ୟହମ୍ । ।
ଓଁ ତତ୍୍ ସତ୍ । ସବ଼ର୍ଂ ବ୍ରହ୍ମାର୍ପଣମସ୍ତୁ । ।

ଆଦିତ୍ୟହୃଦୟମ୍

ତତୋ ୟୁଦ୍ଧପରିଶ୍ରାନ୍ତଂ ସ୍ମରେ ଚିନ୍ତୟା ସ୍ଥିତମ୍ ।
ରାବଣଂ ଚାଗ୍ରତୋ ଦୃଷ୍ଟା ୟୁଦ୍ଧାୟ ସମୁପସ୍ଥିତମ୍ । ୧
ଦୈବତୈଶ୍ୱ ସମାଗମ୍ୟ ଦ୍ରଷ୍ଟୁମଭ୍ୟାଗତୋ ରଣମ୍ ।
ଉପାଗମ୍ୟାବ୍ରବୀଦ୍ରାମ-ମଗସ୍ତ୍ୟୋଭଗବ଼ାନ୍ ଋଷିଃ । ୨
ରାମ-ରାମ ମହାବ଼ାହୋ ଶୃଣୁ ଗୁହ୍ୟଂ ସନାତନମ୍ ।
ୟେନ ସର୍ବାନୀନ୍ ବତ୍ସସମରେ ବିଜୟିଷ୍ୟସି । ୩
ଆଦିତ୍ୟ ହୃଦୟଂ ପୁଣ୍ୟଂ ସର୍ବଶତ୍ରୁବିନାଶନମ୍ ।
ଜୟାବହଂ ଜପେନିତ୍ୟ-ମକ୍ଷୟ୍ୟଂ ପରମଂ ଶିବ଼ମ୍ । ୪
ସର୍ବମଙ୍ଗଲ-ମାଙ୍ଗଲ୍ୟଂ ସର୍ବପାପପ୍ରଣାଶନମ୍ ।
ଚିନ୍ତାଶୋକ-ପ୍ରଶମନ-ମାୟୁବ଼ର୍ଧନ-ମୁତ୍ତମମ୍ । ୫
ରଶ୍ମିମନ୍ତଂ ଶମୁଧନ୍ତଂ ଦେବ଼ାସୁର ନମସ୍କୃତଂ ।
ପୁଜୟସ୍ୱ ବିବ଼ସ୍ୱନ୍ତଂ ଭାସ୍କରଂ ଭୁବନେଶ୍ୱରଂ । ୬
ସର୍ବଦେବାତ୍ମକୋ ଦ୍ୱେଷ ତେଜସ୍ୱି ରଶ୍ମି-ଭାବ଼ନଃ ।
ଏବ ଦେବ଼ାସୁରଗଣାନ୍ ଲୋକାନ୍ ପ୍ରତିଗଭସ୍ତିଭି । ୭
ଏଷ ବ୍ରହ୍ମା ଚ ବିଷ୍ଣୁଶ୍ଚ ଶିବ଼ଃ ସ୍କନ୍ଧ ପ୍ରଜାପତିଃ ।
ମହେନ୍ଦୋ ଧନଦଃ କାଲୌ ୟମଃ ସୋମୋ ହ୍ୟପାଂପତି । ୮
ପିତରୋ ବସବଃ ସାଧ୍ୟା ହ୍ୟଶିବନୌ ମରୁତଃ ମନୁଃ ।
ବାୟୁ-ର୍ବହ୍ନିଃ ପ୍ରଜାପ୍ରାଣ ଋତୁକର୍ତା ପ୍ରଭାକରଃ । ୯
ଆଦିତ୍ୟଃ ସବିତା ସୁର୍ଯ୍ୟଃ ଖଗ ପୁଷା ଗଭିସ୍ତିମାନ୍ ।
ସୁବର୍ଣୋସଦୃଶୋ ଭାନୁ-ର୍ହିରଣ୍ୟରେତା ଦିବ଼ାକରଃ । ୧୦
ହରିଦଶ୍ୱଃ ସହସ୍ରାର୍ଚିଃ ସପ୍ତସପ୍ତି-ର୍ମରିଚିମାନ୍ ।
ତିମିରୋମନ୍ଥନଃ ଶମ୍ଭୁସ୍ତସ୍ତ୍ୱଷ୍ଠା ମାର୍ତଣ୍ଡ ଅଂଶୁମାନ୍ । ୧୧
ହିରଣ୍ୟଗର୍ଭଃ ସିସିରସ୍ତପନୋ ଭାସ୍କରୋ ରବିଃ ।
ଅଗ୍ନିଗର୍ଭେଽଦିତେଃ ପୁତ୍ର ଶଂଖଃ ଶିଶିରନାଶନଃ । ୧୨
ବ୍ୟୋମନାଥସ୍ତମୋଭେଦି ଋଗ୍ୟଜୁସ୍ସାମପାରଗଃ ।
ଧନବୃଷ୍ଠିରପାଂ ମିତ୍ରୋ ବିନ୍ଧ୍ୟବୀଥୀପ୍ଲବଙ୍ଗମଃ । ୧୩
ଆତପୀ ମଣ୍ଡଳି ମୃତ୍ୟୁଃ ପିଙ୍ଗଳଃ ସର୍ବତାପନଃ ।
କବିର୍ବିଶ୍ୱୋ ମହାତେଜାଃ ରକ୍ତ ସର୍ବଭବୋଦ୍ଭବଃ । ୧୪
ନକ୍ଷତ୍ରଗ୍ରହତାରାଣା-ମଧିପୋ ବିଶ୍ୱଭାବ଼ନଃ ।
ତେଜସାମପି ତେଜସ୍ୱି ଦ୍ୱାଦଶାତ୍ମନ୍ନମୋଽସ୍ତୁ ତେ । ୧୫
ନମଃ ପୁର୍ବାୟ ଗିରୟେ ପଶ୍ଚିମାୟାଦ୍ରୟେ ନମଃ ।
ଜ୍ୟୋତି-ଗର୍ଣାନାଂପତୟେ ଦିନାଧିପତୟେ ନମଃ । ୧୬
ଜୟାୟ ଜୟଭଦ୍ରାୟ ହର‌୍ୟଶ୍ୱାୟ ନମୋ ନମଃ ।
ନମୋ ନମଃ ସହସ୍ରାଂଶୋ ଅଦିତ୍ୟାୟ ନମୋ ନମଃ । ୧୭
ନମ ଉଗ୍ରାୟ ବୀରାୟ ସାରଙ୍ଗାୟ ନମୋ ନମଃ ।
ନମଃ ପଦ୍ମପ୍ରବୋଧାୟ ମାର୍ତଣ୍ଡାୟ ନମୋ ନମଃ । ୧୮
ବ୍ରହ୍ମେଶାନାଚ୍ୟୁତେଶାୟ ସୁର୍ଯ୍ୟୟାଦିତ୍ୟବର୍ଚସେ ।
ଭାସ୍ୱତେ ସର୍ବବକ୍ଷାୟ ରୌଦ୍ରାୟ ବପୁଷେ ନମଃ । ୧୯
ତମୋଘ୍ନାୟ ହିମଘ୍ନାୟ ଶତ୍ରୁଘ୍ନାୟାମିତାତ୍ମନେ ।
କୃତଘ୍ନଘ୍ନାୟ ଦେବାୟ ଜ୍ୟୋତିଷାଂ ପତୟେ ନମଃ । ୨୦
ତପ୍ତଚାଢ଼ିକରାଭାୟ ବହ୍ନୟେ ବିଶ୍ୱକର୍ମଣେ
ନମସ୍ତମୋଽଭୀନିଘ୍ନାୟ ରୁଚୟେ ଲୋକସାକ୍ଷିଣେ । ୨୧
ନାଶୟତ୍ୟେଷ ବେ଼÷ ଭୁତଂ ତଦେବ଼ ସୃଜତି ପ୍ରଭୁଃ ।
ପାୟତ୍ୟେଷ ତପତ୍ୟେଷ ବର୍ଷତ୍ୟେଷ ଗଭସ୍ତଭିଃ । ୨୨
ଏଷ ସପ୍ତେଷୁ ଜାଗର୍ତି ଭୁତେଷୁ ପରିନିଷ୍ଠତଃ ।
ଏଷ ଏବଗ୍ନିହୋତ୍ରଂ ଚ ଫଳଂ ଚୈବାଗ୍ନିହୋତ୍ରୀଣାମ୍ । ୨୩
ବେଦାଶ୍ଚ ଋତବଶ୍ଚେବ ଋତୁନାଂ ଫଲମେବ ଚ ।
ୟାନି କୃତ୍ୟାନି ଲୋକେଷୁ ସର୍ବ ଏଷ ରବିଃ ପ୍ରଭୁଃ । ୨୪
ଫଳଶ୍ରୁତିଃ
ଏନ-ମାପତ୍ସୁ କୃଚ୍ଛେଷୁ କାନ୍ତାରେଷୁ ଭୟେଷୁ ଚ ।
କୀର୍ତୟନ୍ ପୁରୁଷଃ କଶ୍ଚିନାବସୀଦତି ରାଘବ । ୨୫
ପୁଜୟସ୍ୱୈନ-ମେକାଗ୍ରୋ ଦେବଦେବଂ ଜଗତ୍ପତିଂ ।
ଏତତ୍ ତ୍ରିଗୁଣିତଂ ଜପତ୍ ବା ୟୁଦେ୍ଧଷୁ ବିଜୟିଷ୍ୟସି । ୨୬
ଅସ୍ମିନ୍ କ୍ଷଣେ ମହାବାହୋ ରାବଣଂ ତ୍ୱଂ ବଧିଷ୍ୟସି ।
ଏବମୁକ୍ତା ତଦାଗସ୍ତ୍ୟୋ ଜଗାମ ଚ ୟଥାଗତମ୍ । ୨୭
ଏତଚ୍ଚୁତ୍ୱା ମହାତେଜା ନଷ୍ଟଶୋକୋଽଭବ଼ତ୍ତଦା ।
ଧରୟାମାସ ସୁପ୍ରୀତୋ ରାଘବଃ ପ୍ରୟତାତ୍ମବାନ୍ । ୨୮
ଆଦିତ୍ୟଂ ପ୍ରେକ୍ଷ୍ୟ ଜପ୍ତ୍ୱା ତୁ ପରଂ ହର୍ଷମବାପ୍ତବାନ୍ ।
ତ୍ରିରାଚମ୍ୟ ଶୁଚିଭୁତ୍ୱା ଧନୁରାଦାୟ ବୀର‌୍ୟବ଼ାନ୍ । ୨୯
ରାବଣଂ ପ୍ରେକ୍ଷ୍ୟ ହୃଷ୍ଟାତ୍ମା ୟୁଦ୍ଧାୟ ସମୁପାଗତମ୍ ।
ସର୍ବୟତ୍ତେନ ମହତା ବଧେ ତସ୍ୟ ଧୃତୋଽଭବ଼ତ୍ । ୩୦
ଅଥ ରବି-ରବଦ-ନ୍ନିରିକ୍ଷ୍ୟଂ ରାମଂ ମୁଦିତମନାଃ ପରମଂ
ପ୍ରହୁଷ୍ୟମାଣଃ ।
ନିଶିଚରପତି-ସଂକ୍ଷୟଂ ବିଦିତ୍ୱା ସୁରଗଣ-
ମଧ୍ୟଗତୋବ଼ଚସ୍ତ୍ୱରେତି । ୩୧

ମକର ସଂକ୍ରାନ୍ତିର ଠିକ୍ ପୂର୍ବଦିନ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କ ସ୍ୱତନ୍ତ୍ର ବେଶ – ନବାଙ୍କ ବେଶ

ଭୁବନେଶ୍ୱର: ରାତି ପାହିଲେ ମକର ସଂକ୍ରାନ୍ତି। ଭଗବାନ୍‌ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା। ସାରା ଭାରତ ବର୍ଷରେ ଏହି ପର୍ବକୁ ବଡ଼ ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ସ୍ନାନ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଉତ୍ତରାୟଣ ମକର ସଂକ୍ରାନ୍ତି ପାଳନର ବିଧି କିନ୍ତୁ ସ୍ୱତନ୍ତ୍ର। ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟ ସ୍ୱରୂପରେ ପରିକଳ୍ପନା କରି ଏହି ଦିନ ଘରେ ଘରେ ମକର ଚାଉଳକୁ ପ୍ରସାଦ ଭାବେ ଠାକୁରଙ୍କୁ ଲାଗି କରାଯାଇଥାଏ। ଏହି ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଭାବେ ପରିକଳ୍ପିତ ହେଉଥିବା ଆମ ଠାକୁର କିନ୍ତୁ ପୂର୍ବରାତିରେ ମହା ନାରାୟଣ ଭାବେ ଉପାସିତ ହୁଅନ୍ତି।

ସଂକ୍ରାନ୍ତିର ଠିକ୍‌ ପୂର୍ବଦିନ, ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କୁ ଏ ସ୍ୱତନ୍ତ୍ର ବେଶରେ ସଜାଇ ଦିଆଯାଏ। ଜାଣିଛନ୍ତି କ’ଣ କୁହାଯାଏ ଏହି ବେଶକୁ ? ମହାପ୍ରଭୁ ଜଗନ୍ନାଥଙ୍କୁ ରାତିରେ ନବାଙ୍କ ବେଶ କରାଯାଏ। ଅନେକ ଲୋକେ ହୁଏତ ଜାଣି ନ ଥିବା ଏହି ବେଶକୁ ମହାନାରାୟଣ ବେଶ କୁହାଯାଏ। ଶ୍ରୀ ସମ୍ପ୍ରଦାୟ ଏହି ବେଶ ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ କରିଛି। ସରଳ ଭାଷାରେ କହିଲେ ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ମତବାଦ ଜଗନ୍ନାଥଙ୍କୁ ନିଜର ବୋଲି ପ୍ରମାଣିତ କରିବାକୁ ଚଷ୍ଟା କରିଛନ୍ତି। ତନ୍ମଧ୍ୟରେ ମହାନ୍‌ ଭାରତୀୟ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଶ୍ରୀ ସମ୍ପ୍ରଦାୟ ମହାପ୍ରଭୁଙ୍କୁ ଏହି ବେଶ ମାଧ୍ୟମରେ ମହାନାରାୟଣ ବା ବିଷ୍ଣୁ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥତ୍‌ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦାପନା ପୂର୍ବସନ୍ଧ୍ୟାରେ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥଙ୍କ ହାତରେ ପୁଷ୍ପ ଓ ଶୋଲ ନିର୍ମିତ ଶଙ୍ଖ, ଚକ୍ର ଓ ଶ୍ରୀ ବଳଭଦ୍ରଙ୍କ ହାତରେ ହଳ, ମୂଷଳ ଶୋଭା ପାଇଥାଏ। ଏହି ବେଶରେ ଶ୍ରୀ ବିଗ୍ରହମାନେ ସମ୍ପୁର୍ଣ୍ଣ ଭାବେ ଗେଣ୍ଡୁ ଫୁଲ ଓ ତୁଳସୀରେ ସଜ୍ଜିତ ହୋଇଥାନ୍ତି। ଏହି ବେଶରେ ମାଳଚୁଳ ସହ ଟୋପର, ତଗିଡି ଓ ମକର କୁଣ୍ଡଳ ଲାଗି କରାଯାଇଥାଏ। ସମ୍ପ୍ରତି ଶ୍ରୀ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଏହି ବେଶ ପାଇଁ ଖର୍ଚ୍ଚ ବହନ କରୁଛନ୍ତି।

ରାମାନୁଜ ଶ୍ରୀ ଜଗନ୍ନାଥ

ବିଶିଷ୍ଟ ଅଦ୍ୱେତବାଦର ପ୍ରଚାରକ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଦକ୍ଷିଣ ଭାରତର ପରମ ବୈଷ୍ଣବ ଏହି ଆଚାର୍ଯ୍ୟ ଦ୍ୱାଦଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ତାଙ୍କ ପ୍ରଭାବରେ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ନିର୍ମାଣ ଓ ଶ୍ରୀମନ୍ଦିର ଅଁଳା ବେଢାରେ ଗେରୁ ପ୍ରଳେପ(ରାମାନନ୍ଦି ଚିତା ଅଙ୍କନ) ତାଙ୍କ ସମୟରୁ କରାଯାଇଥିବା ଗବେଷକମାନେ କୁହନ୍ତି। ରାମାନୁଜଙ୍କୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ଶୁଣିବାକୁ ମିଳେ।

କୁହାଯାଏ ଶ୍ରୀମନ୍ଦିରରେ ପୂଜିତ ବିଗ୍ରହ ସମ୍ପୁର୍ଣ୍ଣ ଉତ୍କଳୀୟ ଶୈଳୀରେ ପୂଜା ହୁଅନ୍ତି। ରାମାନୁଜଙ୍କ ଆଗମନ ସମୟରେ ଏଭଳି ପୂଜା ଦେଖି ଅସନ୍ତୁଷ୍ଟ ହୋଇ ପଡିଥିଲେ ଆଚାର୍ଯ୍ୟ ରାମାନୁଜ। ସେ ସମ୍ପୁର୍ଣ୍ଣ ନୈଷ୍ଠିକ ଓ ଦାକ୍ଷିଣାତ୍ୟ ବ୍ରାହ୍ମଣମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସେବା କରାଇବାକୁ ଗଜପତିଙ୍କୁ ଅନୁରୋଧ କରିଥିଲେ। ଗଜପତି ମଧ୍ୟ ତାଙ୍କ କଥାରେ ସହମତ ହୋଇଥିଲେ। ହେଲେ ଯେଉଁଦିନ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ବ୍ୟବସ୍ଥା କରାଗଲା ସେ ଦିନ ରାମାନୁଜ ପୁରୀରେ ଉପସ୍ଥିତ ନ ଥିଲେ। ଲୋକକଥା କୁହେ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ପାଇଁ ଚିନ୍ତା କରିଥିବା ରାମାନୁଜଙ୍କୁ ପୂର୍ବରାତିରେ ଗରୁଡଙ୍କ ମାଧ୍ୟମରେ ସ୍ୱୟଂ ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ଉଡ଼ାଇ ନେଇ ଦକ୍ଷିଣ ଭାରତ କୁର୍ମକ୍ଷେତ୍ରରେ ଛାଡି ଆସିଥିଲେ ଏବଂ ନୀତି ପରିବର୍ତ୍ତନ ନ ହୋଇ ପୂର୍ବବତ୍‌ ଚାଲିଥିଲା।

ମହାପ୍ରଭୁଙ୍କ ପରମଭକ୍ତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଗମନ ପରେ ଉପରୋକ୍ତ ମହାନାରାୟଣ ବେଶ କରାଯାଉଥିବା ଗବେଷକମାନେ ଅନୁମାନ କରନ୍ତି।

ମଥୁରାନଗରୀ କଂସଙ୍କ ଶାସନରେ ଥରହର

ବରଗଡ଼ : ଗତକାଲିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଦୁଲୁକୁଛି ବରଗଡ଼ ସହର। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି।

ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି।

ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ ମଥୁରାନଗରୀ କାରାଗୃହରେ ଶ୍ରୀକୃଷ୍ଣ ଜନ୍ମ ନେବେ। ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବେ। ଉଗ୍ରସେନଙ୍କ ସହ ଭେଟ ଓ ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦରାଜାଙ୍କ ଘରେ ପ୍ରବେଶ ଦୃଶ୍ୟ ଅଭିନୀତ ହେବ। ଏହାସହ ବିଜୁଳି କନ୍ୟାଙ୍କୁ ଧରି ବସୁଦେବ ମଥୁରା ପ୍ରତ୍ୟାବର୍ତ୍ତନ କରିବେ।

ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପଦାର୍ପଣ କରିଛି। ଗତକାଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଧନୁଯାତ୍ରାକୁ ଉଦ୍‌ଘାଟନ କରିଥିଲେ।

ବକୁଳ ଅମାବାସ୍ୟା ବା ବଉଳ ଅମାସିଆ

ଭୁବନେଶ୍ୱର: ବକୁଳ ଅମାବାସ୍ୟା ବା ବଉଳ ଅମାସିଆ – ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ। ଯାହାକୁ ଓଡ଼ିଶାର ଲୋକେ ଘରେ ଘରେ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ ବଉଳି ଥିବା ଆମ୍ବଗଛରେ ବାନ୍ଧି ପୂଜା କରାଯାଏ। ଯାହାକୁ କୁହାଯାଏ ଗଇଁଠା। ଗର୍ଭବତୀ ମହିଳାଙ୍କୁ ପୂଜିବା ଭଳି ଫଳବତୀ ବୃକ୍ଷକୁ ଏହି ଉତ୍ସବରେ ପୂଜିବାର ଅନନ୍ୟ ପରମ୍ପରା ଏହି ଉତ୍ସବରେ ଦେଖିବାକୁ ମିଳେ। ମଣିଷ କାହାକୁ ପୂଜା କରିବା କଥା ନ କରିବା କଥା ସେ ଯୁକ୍ତିରୁ ଊର୍ଦ୍ଧ୍ୱରୁ ଉଠି ପ୍ରକୃତିର ସବୁ ଉପାଦାନ ଯେ, ପୂଜ୍ୟ ତାହା ଏହି ପର୍ବଟି ପ୍ରମାଣିତ କରେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆଙ୍କ ଇଷ୍ଟ ହୋଇଥିବାରୁ ମହାପ୍ରଭୁଙ୍କ ପାଖରେ ମଧ୍ୟ ଏହି ଦିନ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ। ବକୁଳ ଅମାବାସ୍ୟା (ପୌଷ ଅମାବାସ୍ୟା) ଦିନ ଅବକାଶ ପରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ। ସକାଳ ଧୂପ ଉଠିବା ସମୟରେ ରୋଷଘରୁ “ବଉଳ-ଗଇଁଠା‘ତାଟ ଛାମୁକୁ ଆସି ମୁଦିରଥ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ଓ ବନ୍ଦାପନା ସମ୍ପନ୍ନ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କ ବଉଳ ମଧ୍ୟ ଲାଗି ହେଉଥିବା କୁହାଯାଏ।

ପଶ୍ଚିମ ଓଡ଼ିଶାରେ ମା’ ଦୁର୍ଗାଙ୍କ ପୂଜା ବେଳେ କାହିଁକି ବାଜେ ଦୁଲ୍‌ଦୁଲି

ବଲାଙ୍ଗିର : ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ସାରା ଓଡ଼ିଶା ଏବେ ମା’ଙ୍କ ଧରାବତରଣ ଖୁସିରେ ମସ୍‌ଗୁଲ। ପଶ୍ଚିମ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ସବୁଠି ଉତ୍ସବର ପରିବେଶ। ତେବେ ଅନ୍ୟ ସ୍ଥାନ ଗୁଡ଼ିକ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ମା’ଙ୍କ ଆରାଧନା ବେଳେ ଏକ ବିଶେଷ ପରମ୍ପରା ପାଳନ କରାଯାଇଥାଏ। ଏହି ପରମ୍ପରାଟି ଏଠାକାର ଦୁଲ୍‌ଦୁଲି ବାଦ୍ୟ ସହ ଜଡ଼ିତ। ଦୁଲ୍‌ଦୁଲିର ଷୋହଳଭରଣୀ ବାଦ୍ୟ ସାଙ୍ଗେ ସାଙ୍ଗେ ମା’ଙ୍କ ଆରାଧନା ଏଠାରେ କରାଯାଇଥାଏ।

ଅସନ୍ତୁ ଜାଣିବା ପଞ୍ଚବାଦ୍ୟ ଦୁଲ୍‌ଦୁଲିର ଏହି ଷୋହଳଭରଣୀ ବାଦ୍ୟ ଓ ମା’ଙ୍କ ପୂଜା ସମ୍ପର୍କରେ।

ଢୋଲ, ନିଶାନ, ତାଶା, ଟିମକିଡ଼ି ଓ ମହୁରୀ। ଏହି ୫ଟି ବାଦ୍ୟର ମିଶ୍ରଣକୁ ପଞ୍ଚବାଦ୍ୟ ଦୁଲ୍‌ଦୁଲି ବୋଲି କୁହାଯାଇଥାଏ। ଆଦିବାସୀ ମାନଙ୍କ ପୂଜାପାଠ, ଯାନିଯାତ୍ରାରେ ଏହି ବାଦ୍ୟର ପ୍ରାଧାନ୍ୟ ରହିଛି। ଦୁଲ୍‌ଦୁଲିର ତାଳେତାଳେ ଏମାନେ ମାଟି ମାଆ ସହିତ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ଆର୍ଯ୍ୟ ସଂସ୍କୃତି ପରମ୍ପରାରେ ଦେବୀଙ୍କୁ ପଣ୍ଡିତ ବେଦମନ୍ତ୍ରରେ ଆବାହନ କରୁଥିବା ବେଳେ ଆଦି ପରମ୍ପରାରେ ଷୋହଳଭରଣୀ ବାଦ୍ୟ ସହିତ ଦେବୀଙ୍କୁ ଆରାଧନା କରାଯାଏ।

ଦୁର୍ଗାପୂଜା ସମୟ ଆସିଲେ, ପଶ୍ଚିମ ଓଡ଼ିଶାରେ ଡକରା ପଡ଼େ ଦୁଲ୍‌ଦୁଲି ବାଦ୍ୟକାରଙ୍କୁ। ମାଆଙ୍କ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷୋହଳ ପ୍ରକାର ବାଦ୍ୟରେ ଷୋହଳଭରଣୀ ବାଦ୍ୟ ବଜାଇଥାନ୍ତି ଏମାନେ। ମାଆଙ୍କ ଷୋଡ଼ଶ ଉପଚାର ପୂଜା ସହ ବାଜିଥାଏ ଏହି ୧୬ ପ୍ରକାର ବାଦ୍ୟ ବା ଷୋହଳଭରଣୀ।

କ’ଣ ଏହି ଷୋହଳଭରଣୀ ବାଦ୍ୟ?

ମାଙ୍କ ଷୋଡ଼ଶ ଉପଚାର ପୂଜାର ତାଳେ ତାଳେ ମୁହୁରିଆ ବିଭିନ୍ନ ସ୍ୱର ଦେଇ ମା’ଙ୍କୁ ଆବାହନ କରିଥାନ୍ତି। ଅନ୍ୟ କଳାକାରମାନେ ତାଳ ଦେଇ ଷୋହଳଭରଣୀ ବାଜା ବଜାଇଥାନ୍ତି। ଗୋଟିଏ ଗୋଟିଏ ଭରଣୀର ଚାରୋଟି ଝୁପାବାଦ୍ୟ ମଧ୍ୟ ରହିଛି। ୧୬ଟି ବାଦ୍ୟରେ ୬୪ଟି ଝୁଆ ବାଜିଥାଏ। ପତର ଉଠେନ, ଦେ ଅଣା, ବାଲି କଢ଼ା, ଦେ ବସା, ଉଦଲ ଫିକା, ଚକରକେଲି, ରସାବେଶ ଭଳି ୧୬ ପ୍ରକାର ବାଦ୍ୟକୁ ନେଇ ଷୋହଳଭରଣୀ ବାଦ୍ୟ ବାଜିଥାଏ।