Smoke from Incense stick is more dangerous than cigarettes

କ୍ଷତିକାରକ ଅଗରବତି ଧୂଆଁ

ଶରୀର ପାଇଁ ଧୂପ ଏବଂ ଅଗରବତୀ ଧୂଆଁ ସିଗାରେଟ୍‌ ଠାରୁ ମଧ୍ୟ ଅଧିକ କ୍ଷତିକାରକ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ,ଧୂପକାଠିରେ ଥିବା ରସାୟନିକ ତତ୍ତ୍ୱ ଶରୀରକୁ କ୍ଷତି ପହଞ୍ଚାଇବା ସହିତ ଡିଏନ୍‌କୁ ମଧ୍ୟ ବଦଳାଇପାରେ । ସାଉଥି ଚାଇନା ୟୁନିଭରସିଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ଧୂପକାଠି ଧୂଆଁ ଏବଂ ସିଗାରେଟ୍‌ ଧୂଆଁକୁ ନେଇଏକ ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, ସିଗାରେଟ୍‌ ତୁଳନାରେ ଧୂପକାଠି ଧୂଆଁରେ ଅଧିକ ମାରାତ୍ମକ ରସାୟନିକ ତତ୍ତ୍ୱ ରହିଛି । ଧୂପକାଠିର ଧୂଆଁ ଅନେକ ସମୟରେ ନିଶ୍ୱାସନେବା ସମୟରେ ହୃତ୍‌ପିଣ୍ଡ ନିକଟରେ ପହଞ୍ଚିଥାଏ । ପରବର୍ତ୍ତୀ ମୂହୁର୍ତ୍ତରେ ଏହା ହୃତ୍‌ପିଣ୍ଡକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

Add a Comment