ହିନ୍ଦୁଙ୍କ ବିରୋଧରେ କହିଥିବା କଥା ଫେରାଇ ନେଉଛି

ହାଇଦ୍ରାବାଦ : ରାଜନୀତିରେ ନିଜର ପତିଆରା ଜାହିର କରିବା ପାଇଁ ଅନେକ ସମୟରେ ବହୁ ରାଜନେତା ଦେଶବିରୋଧୀ ଏବଂ ଉତ୍ତେଜକ ଭାଷଣ ଦେଇଆସୁଥିବା ଦେଖାଯାଉଛି । ବିଶେଷ କରି ମୋଦି ସରକାରଙ୍କ ଦ୍ୱାରା ଦେଶରେ ଲାଗୁ ହେବାକୁ ଯାଉଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ବିରୋଧ କରି ରାଜରାସ୍ତାକୁ ଅବରୋଧ କରିବା, ବିରୋଧ ସମୟରେ ଉଗ୍ର ପ୍ରଦର୍ଶନ କରି ବ୍ୟାପକ ଜଳାପୋଡ଼ା ଓ ହିଂସାକାଣ୍ଡ ଆଦି ଭିଆଇବା ରାଜନେତାଙ୍କ ଏକ ରକମ ଫେସନ ହୋଇଗଲାଣି । ଏହି ମର୍ମରେ ହାଇଦ୍ରାବାଦର ରାଜନୈତିକ ଦଳ ଅଲ୍ ଇଣ୍ଡିଆ ମଜଲିସ୍‌-ଏ-ଇତେହାଦୁଲ ମୁସଲିମିନ (ଏଆଇଏମ୍‌ଏମ୍‌)ର ପ୍ରବକ୍ତା ୱାରିସ ପଠାନ ନିକଟରେ ହିନ୍ଦୁ ବିରୋଧୀ ଏକ ମନ୍ତବ୍ୟଙ୍କୁ ଟ୍ୱିଟ୍ କରିଥିଲେ । ସେ ତାଙ୍କର ଟ୍ୱିଟରରେ କହିଥିଲେ ଯେ, ଯଦି କେବେ ବି ଧର୍ମକୁ ନେଇ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ହୁଏ ତେବେ ଦେଶରେ ରହୁଥିବା ୧୫ କୋଟି ମୁସଲିମ ୧୦୦ କୋଟି ହିନ୍ଦୁଙ୍କୁ ଉଚିତ ଜବାବ ଦେବେ ବୋଲି କହିଥିଲେ । ତେବେ ତାଙ୍କର ଏହି ବିବାଦୀୟ ବୟାନବାଜୀକୁ ଦେଶବ୍ୟାପୀ କଡ଼ା ବିରୋଧ କରାଯିବାରୁ ଶେଷରେ ନାଚାର ହୋଇ ୱାରିସ ପକାଇଥିବା ଛେପକୁ ଢ଼ୋକିଛନ୍ତି ଅଥବା କହିଥିବା କଥାକୁ ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି । ମୋତେ କେତେକ ରାଜନୈତିକ ଦଳ ଉଦ୍ଦେଶ୍ୟମୂଳକ ଭାବେ ହିନ୍ଦୁ ବିରୋଧୀ ଭାବେ ଚିତ୍ରଣ କରୁଛନ୍ତି । ମୁଁ କୌଣସି ହିନ୍ଦୁ ଭାଇଙ୍କ ବିରୋଧାଚରଣ କରୁନାହିଁ । ମୁଁ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ ଅନୁଭବ କରୁଛି ଏବଂ ଜଣେ ସଚ୍ଚା ଭାରତୀୟ ମୁସଲିମ ଅଟେ । ପ୍ରକାଶ୍ୟ ଯେ, କିଛି ଦିନ ତଳେ କର୍ଣ୍ଣାଟକର ଗୁଲବର୍ଗ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଥିବା ଲୋକଙ୍କ୍‌ୁ ସମର୍ଥନ କରି ୱାରୀସ କହିଥିଲେ ଯେ, ଆମ୍ଭେମାନେ ଏବେ ଇଟାର ଜବାବ ପଥରରେ ଦେବାର ଶିଖିସାରିଛୁ । ଆମମାନଙ୍କୁ (ମୁସଲିମ୍‌)ମାନଙ୍କୁ ଏକଜୁଟ୍ ହୋଇ ରହିବାକୁ ପଡ଼ିବ । ସ୍ୱାଧୀନତା ମାଗିଲେ ମିଳେ ନାହିଁ ଏହାକୁ ବଳପୂର୍ବକ ଅନ୍ୟ ଠାରୁ ଛଡ଼ାଇ ନେବାକୁ ପଡ଼େ ବୋଲି ସେ କହିଥିଲେ ।

Add a Comment