ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେରାବିଶ : ଡେରାବିଶ ବ୍ଳକ ବସପୁର ପଂଚାୟତ ଅନ୍ତର୍ଗତ ଡିହବସପୁର ଗ୍ରାମର ଗ୍ରାମଦେବୀ ମା’ ରାମଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉପଲକ୍ଷେ ଗତକାଲି ମଙ୍ଗଳବାର ଶୁଭାଧିବାସ, କଳସଯାତ୍ରା, ବିଗ୍ରହ ସ୍ଥାନାନ୍ତରୀକରଣ ଓ ଯଜ୍ଞାରମ୍ଭ ହୋଇଥିଲା । ଆଜି ଘଟସ୍ଥାପନ, ମଣ୍ଡପ ପୂଜା, ନୂତନମନ୍ଦିର ପ୍ରତିଷ୍ଠା ପରେ ଯଜ୍ଞର ପୂର୍ଣ୍ଣାହୁତୀ ହୋଇଯାଇଛି । ଏହି ଶୁଭ ପ୍ରତିଷ୍ଠା ଉତ୍ସବରେ ଅଜୟ କୁମାର ନାୟକ ଓ ଅଞ୍ଜନା ନାୟକ କାର୍ଯ୍ୟନିର୍ବାହ କରିଥିଲା ବେଳେ ବଣହରା ଗ୍ରାମର ବରିଷ୍ଠ ପୂଜକ ପଣ୍ଡିତ ପ୍ରଶନ୍ନ ଷଢ଼ଙ୍ଗୀ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିଥିଲେ । ଗ୍ରାମର ନକୁଳ ଚରଣ ନାୟକ, ପ୍ରଭାକର ନାୟକ, ଅନ୍ତର୍ଯ୍ୟାମୀ ନାୟକ, ପ୍ରମୋଦ କୁମାର ନାୟକ, ସଂଜୟ କୁମାର ନାୟକ, କାର୍ତିକ ଚନ୍ଦ୍ର ବେହେରା, ଯଦୁମଣୀ ନାୟକ, ଗଗନ ବିହାରୀ ମହାନ୍ତି ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ଢ଼ିଅବସପୁର ଗ୍ରାମବାସୀଙ୍କ ସମେତ ପଡ଼ୋଶୀ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ

Add a Comment