ପାକିସ୍ତାନୀ ହିନ୍ଦୁଙ୍କ କୋହଭରା ଆବେଦନ

ଆମେ ମରିଯିବୁ ପଛେ ପୁଣି ଥରେ ସେଇ ନର୍କକୁ ଫେରିବୁ ନାହିଁ

ନୂଆଦିଲ୍ଲୀ (ଏଜେନ୍ସି) : କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ସଂସଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବହୁମତରେ ପାରିତ କରାଇ ନେଇ ଏହାକୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହେବା ପରେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ପ୍ରତାଡ଼ନା ହେତୁ ସେଠାରୁ ନିଜର ଭିଟାମାଟି ଛାଡ଼ି ଭାରତକୁ ଚାଲିଆସି ଶରଣ ନେଇଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଓ ପାର୍ସୀ ଧର୍ମର ଲୋକଙ୍କୁ ଦେଶର ସ୍ଥାୟୀ ନାଗରିକତା ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ସେପଟେ ପାକିସ୍ତାନରୁ ଧର୍ମୀୟ ପ୍ରତାଡ଼ନା ସହିନପାରି ଶହ ଶହ ସଂଖ୍ୟାରେ ହିନ୍ଦୁ ଓ ଶିଖ ସମୁଦାୟର ଲୋକେ ଭାରତମୁହାଁ ହେବା ଆରମ୍ଭ କରିଦେଲେଣି । ବିଗତ ସପ୍ତାହକ ମଧ୍ୟରେ ପ୍ରାୟ ୧ ହଜାରରୁ ଅଧିକ ଳୋକ ଧର୍ମୀୟ ପ୍ରତାଡ଼ନା ସହିନପାରି ଭାରତରେ ପହଞ୍ôଚ ସାରିଲେଣି । ସେହିପରି ସୋମବାର ପଞ୍ଜାବର ଅମୃତସରରେ ସ୍ଥିତ ୱାଧା-ଅଟାରୀ ବର୍ଡରକୁ ପାର୍ କରି ୫୦ଟି ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ôଚଛନ୍ତି । ଏମାନଙ୍କୁ ୨୫ ଦିନର ଟୁରିଷ୍ଟ ଭିସା ମିଳିଥିଲାବେଳେ ସେମାନେ ଆଉ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି । ସେମାନଙ୍କୁ ପାକିସ୍ତାନରେ ଦିଆଯାଇଥିବା ଧର୍ମୀୟ ପ୍ରତାଡ଼ନାକୁ ମନେ ପକାଇ ଏହି ହିନ୍ଦୁମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମରିଯିବୁ ପଛେ ସେହି ପାକିସ୍ତାନୀ ରୂପୀ ନର୍କକୁ ଆଉ ଫେରିବୁ ନାହିଁ । ପ୍ରକାଶ୍ୟ ଯେ, ପାକିସ୍ତାନରେ ଏବେ ହିନ୍ଦୁ ନାବାଳିକାମାନଙ୍କୁ ବନ୍ଧୁକ ମୁନରେ ଜୋରଜବରଦସ୍ତି ଅପହରଣ କରାଯାଇ ସେମାନଙ୍କୁ ବଳପୂର୍ବକ ଇସ୍‌ଲାମ ଧର୍ମରେ ଧର୍ମାନ୍ତରୀକରଣ କରଯାଉଛି । ପରେ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମୁସଲିମ ଯୁବକଙ୍କ ସହିତ ଜବରଦସ୍ତି ବିବାହ କରାଯାଉଛି ।

Add a Comment