ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଆଜିି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ ଟିମ୍‌ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି। ଗତକାଲି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟି ହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ଼ି ରାନ୍ଧୁଥିବାର ଦେଖାଯାଇଥିଲା। ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିଥାନ୍ତି।

Add a Comment