ତୁମ୍ଭେଶ୍ବର ମନ୍ଦିର ପ୍ରାଙ୍ଗଣରେ ହନୁମାନ, ଶନି ଓ ମା’ଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଜଗତସିଂହପୁର: କେତେକ ଅସାମାଜିକ ଲୋକ ଠାକୁରଙ୍କ ମୂର୍ତ୍ତିକୁ ରାତି ସାରା ବାଡ଼େଇ ବାଡ଼େଇ ଭାଙ୍ଗି ଫୋପାଡ଼ି ଦେଇଥିବା ଖବର ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଭଳି କାଣ୍ଡ ଘଟିଛି। | ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ତୁମ୍ଭେଶ୍ବର ମନ୍ଦିର ପ୍ରାଙ୍ଗଣରେ ହନୁମାନ, ଶନି ଓ ମା’ଙ୍କ ପ୍ରତିମା ଭାଙ୍ଗି ତଳେ ପଡ଼ିଥିବାର ଦେଖିବାକୁ ମିଳିଛି |

ଏହି ଅଞ୍ଚଳର ପ୍ରସିଦ୍ଧ ମନ୍ଦିର ବେଢ଼।ରେ ଗତକାଲି ରାତ୍ରିରେ ଏଭଳି କାଣ୍ଡ ଘଟାଇ ଅସାମାଜିକ ଲୋକମାନେ ସେଠାରୁ ଫେରାର୍ ହୋଇ ଯାଇଥିବା କୁହାଯାଉଛି | ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି | କୌଣସି ମୂର୍ତ୍ତି ଚୋରି ରାକେଟ୍ କିମ୍ବା ନିଶାଖୋର ବ୍ୟକ୍ତି ବା ମାନସିକ ବିକୃତ ବ୍ୟକ୍ତି ଏଭଳି କରିଥାଇପାରେ ବୋଲି ଏହି ଅଞ୍ଚଳରେ ଆଲୋଚନା ଚାଲିଛି | ସେ ଯିଏ ହେଉନା କାହିଁକି ପୁଲିସ୍ ଦୋଷୀକୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

ସୂଚନାଯୋଗ୍ୟ, ଗତ କିଛି ବର୍ଷ ତଳେ ନିକଟସ୍ଥ ଦେବୀ ଦୋଳ ମା କୁତାମଚଣ୍ଡିଙ୍କ ମନ୍ଦିରରୁ ପ୍ରତିମା ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ୍ ଅପରାଧୀମାନଙ୍କ ଟେର ପାଇପାରିଲା ନାହିଁ |

Add a Comment