ଭୋଜିଭାତରେ ମିଠା କାହିଁକି ଖାଇବାକୁ ଦିଆଯାଏ?

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ ମିଠା ଦିଆଯାଇଥାଏ ତାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

କୌଣସି ଭୋଜିଭାତ ସମୟରେ ଖାଦ୍ୟ ବହୁତ ରାଗ କିମ୍ବା ଲୁଣିଆ ହୋଇଥାଏ। ବୈଜ୍ଞାନିକ କାରଣ ଅନୁସାରେ, ରାଗ ଖାଦ୍ୟ ଖାଇଲେ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ୍‌ ଭାବରେ ସଞ୍ଚାଳିତ ହୋଇ ନ ଥାଏ। ଶେଷରେ ମିଠା ଖାଇଲେ ଖାଦ୍ୟରେ ଥିବା ଅମ୍ଳର ଗତି କମ୍‌ ହୋଇଥାଏ। ଫଳରେ ଏସିଡିଟି ବା ଜଳାପୋଡ଼ା ହୋଇ ନ ଥାଏ। ଖାଦ୍ୟ ଶୀଘ୍ର ମଧ୍ୟ ହଜମ ହୋଇଥାଏ।

ସେହିପରି ଭୋଜନ ପରେ ଖାଦ୍ୟନଳୀ ଶୁଷ୍କ ହୋଇଯିବାରୁ ପ୍ରବଳ ଶୋଷ ଲାଗିଥାଏ। ପାଣି ପିଇବା ପାଇଁ ଇଚ୍ଛା ହୋଇଥାଏ। କିନ୍ତୁ ଡାକ୍ତର କୁହନ୍ତି, ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍‌ ନୁହେଁ। ଏହା ପାଚନକ୍ରିୟା ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଣିର ଆବଶ୍ୟକତା ମଧ୍ୟ ପଡ଼େ ନାହିଁ।

Add a Comment