୨ ଦିନରେ ୩ ହିନ୍ଦୁ ନାବାଳିକାଙ୍କ ଅପହରଣ ପରେ ପାକିସ୍ତାନକୁ ଭାରତର ସମନ

ନୂଆଦିଲ୍ଲୀ, ୧୭/୧(ଏଜେନ୍ସି) : ମାତ୍ର ଦୁଇ ଦିନ ବ୍ୟବଧାନରେ ପାକିସ୍ତାନର ୩ ସଂଖ୍ୟାଲଘୁ ହିନ୍ଦୁ ନାବାଳିକା ଶାନ୍ତି ମେଘୱଦ, ସର୍ମି ମେଘୱଦ ଓ ମେଘନାଙ୍କୁ ଅପହରଣ କରାଯିବା ପରେ ଭାରତ ସରକାର ସିଧା ସଳଖ ପାକିସ୍ତାନ ଆଗରେ ନିଜର କଡା ଆଭିମୁଖ୍ୟ ରଖିଛି । ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତ ସରକାର ଦର୍ଶାଇବା ସହ ଏହା ଉପରେ କଡା ଆପତ୍ତି କରିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନର ଉଚ୍ଚାୟୁକ୍ତଙ୍କ ପାଖକୁ ନିକଟ ଅତୀତରେ ହିନ୍ଦୁ ନାବାଳିକା ମାନଙ୍କୁ ପାକିସ୍ତାନରେ ଯେଭଳି ଅପହରଣ କରାଯାଉଛି ରାହାକୁ ବରୋଧ କରାଯାଇ ସମନ କରାଯାଇଛି । ଭାରତର କଡା ପ୍ରତିକ୍ରିୟା ସମ୍ପର୍କରେ ପାକିସ୍ତାନର ଅଧିକାରୀ ମାନେ ଅବଗତ ଅଛନ୍ତି ବୋଲି ଜଣେ ପାକ ହାଇ କମିଶନର ଅଧିକାରୀ ନିଜର ନାମ ଗୁପ୍ତ ରଖି ଜଣାଇଛନ୍ତି । ସୂଚନା ଅନୁଯାୟୀ ଶାନ୍ତି ମେଘୱଦ ଓ ଶର୍ମି ମେଘୱଦ ନାମକ ଦୁଇ ହିନ୍ଦୁ ନାବଳିକାଙ୍କୁ ପାକିସ୍ତାନରେ ଚଳିତମାସ ୧୪ ତାରିଖରେ ଅପହରଣ କରାଯାଇଛି । ଏହି ଦୁଇ ନାବାଳିକାଙ୍କ ଘର ପାକିସ୍ତାନର ସିନ୍ଧ ପ୍ରଦେଶର ଥରପର୍କର ଜିଲ୍ଲାର ଉମର ଗ୍ରାମରେ । ଅନ୍ୟ ଏକ ଘଟଣାରେ ଆଉ ଜଣେ ହିନ୍ଦୁ ନାବାଳିକା ମେହକଙ୍କୁ ପାକିସ୍ତାନର ଜାକୋବାବାଦରୁ ଗତ ଚଳିତମାସ ୧୫ ତାରିଖ ଦିନ ଅପହରଣ କରାଯାଇଛି । ପାକିସ୍ତାନରେ ହିନ୍ଦୁ ମହିଳା ବିଶେଷକରି ନାବାଳିକା ମାନଙ୍କ ସୁରକ୍ଷା ନେଇ ଭାରତର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ପାକିସ୍ତାନକୁ ଅବଗତ କରାଯାଇଛି । ସେମାନଙ୍କୁ ପ୍ରଥମେ ଯୋର ଯବରଦସ୍ତ ଅପହରଣ କରାଯାଉଛି ପରେ ସେମାନଙ୍କ ବଳପୂର୍ବକ ଧର୍ମପରିବର୍ତ୍ତନ କରାଯାଇ ବିବାହ କରାଯାଉଛି । ପାକିସ୍ତାନର ଏହି ସଂଖ୍ୟାଳଘୁମାନଙ୍କ ଅବସ୍ତାକୁ ଦୃଷ୍ଟିରେ ରଖି ଭାରତ ସରକାର ସିଏଏ ଆଇନ ଆଣି ସେମାନଙ୍କୁ ନାଗରିକତା ପ୍ରଦାନ କରିବା ସହ ସମ୍ମାନର ଜୀବନ ବଞ୍ଚିବାର ଅଧିକାର ଦେବା ନିଷ୍ପତ୍ତିରେ ଭାରତରେ ସନ୍ତୁଷ୍ଟିକରଣ ରାଜନୀତି କରୁଥିବା କଂଗ୍ରେସ, ଟିଏମସି,ଆପ,ଓ ସପା ପରି ଦଳ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ବିରୋଧ କରୁଛନ୍ତି । ଗୋଟିଏ ପଟେ ଭାରତରେ ସିଏଏ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଅନ୍ୟପଟେ ପାକିସ୍ତାନରେ ନାନକାନା ସାହିବ ଉପରେ ଆକ୍ରମଣ, ଶିଖ ମହିଳାଙ୍କୁ ଅପହରଣ, ହିନ୍ଦୁମାନଙ୍କୁ ଅପହରଣ ପରି ଘଟଣାମାନ ବାରମ୍ଭାର ଘଟୁଛି କିନ୍ତୁ ଆମ ବିରୋଧୀ ଦଳମାନେ ପାକିସ୍ତାନର ଏହି ହୀନ କାର୍ଯ୍ୟକୁ ବିରୋଧ କରିବା ବଦଳରେ ଅତ୍ୟନ୍ତ ଅମାନବିକ ଭାବେ ସେମାନଙ୍କୁ ନାଗରିକତା ଦେବାକୁ ବିରୋଧ କରୁଛନ୍ତି । ଭାରତ ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ମାନର ସହ ନେଇଛନ୍ତି । ପୃଥିବୀରେ ହିନ୍ଦୁ ଓ ଶିଖମାନଙ୍କ ସ୍ୱାର୍ଥ ପାଇଁ ଯଦି ଭାରତ ପାଟି ଖୋଲିବ ନାହିଁ ତେବେ ଆଉ କେଉଁ ଦେଶ ପାଟି ଖୋଲିବ । ପାକିସ୍ତାନ ଦୀର୍ଘ ବର୍ଷ ହେଲା ସେଠାରେ ଥିବା ହିନ୍ଦୁମାନଙ୍କୁ ଅତ୍ୟାଚାର କରିଆସୁଥିଲା କିନ୍ତୁ ସେତେବେଳର ଭାରତର ରାଜନେତା ବା ସରକାର ଏହାକୁ ନିରବଦ୍ରଷ୍ଟା ଭାବେ ଦେଖୁଥିଲେ । କିନ୍ତୁ ଆଉ ନୁହେଁ ଭାରତ ସରକାର ଏବେ ପାକିସ୍ତାନ ସହ ଏହି ପ୍ରସଙ୍ଗକୁ ନେଇ ଆନ୍ତରାଷ୍ଟ୍ରିୟ ସମୁଦାୟ ଆଗରେ ଘେରିବାକୁ ନିଷ୍ପତ୍ତି ନେଇଛନ୍ତି ।

Add a Comment