ତମ୍ବା ପାତ୍ରରେ ପିଅନ୍ତୁ ପାଣି! ଦେଖିବେ ପରିବର୍ତ୍ତନ !

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ପାଓ୍ବାର ବଢ଼ିବା ସହ ହଜମ ଠିକ୍‌ ଭାବେ ହୋଇଥାଏ। ଏଥିସହ କ୍ୟାନ୍‌ସର ପରି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତମ୍ବାପାତ୍ରରେ ପାଣି ରଖିବା ଦ୍ୱାରା ଏଥିରେ ଥିବା ସମସ୍ତ ପ୍ରକାର ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଏହି ପାଣି ପିଇଲେ ଶରୀର ଥଣ୍ଡା ରହେ।
ତମ୍ବାପାତ୍ର ପାଣିର ଉପକାରିତା:
ହଜମକ୍ରିୟା ବୃଦ୍ଧି: ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଉଦର ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସାଙ୍ଗକୁ ହଜମ ଠିକ୍‌ ହୋଇଥାଏ। ଏଥିସହ ଲିଭର ଏବଂ କିଡ୍‌ନୀ ମଧ୍ୟ ଠିକ୍‌ ରହିଥାଏ।
ଯୌବନ ଦୀର୍ଘସ୍ଥାୟୀ: ମୁହଁରେ ଦେଖାଯାଉଥିବା ବୟସ୍କ ଛାପକୁ ନେଇ ଚିନ୍ତାରେ ଥିଲେ ତମ୍ବାପାତ୍ରରେ ପାଣି ପିଇବା ଆରମ୍ଭ କରିଦିଅନ୍ତୁ। କାରଣ ତମ୍ବାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ।
ହୃଦ୍‌ରୋଗରୁ ରକ୍ଷା: ଆଜିକାଲିର ବ୍ୟସ୍ତବହୁତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକେ ହୃଦ୍‌ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ପାଇଁ ତମ୍ବାପାତ୍ରରେ ପାଣି ପିଇବା ଭଲ। ବ୍ଲଡ୍‌ପ୍ରେସର ଠିକ୍‌ ରହିବା ସାଙ୍ଗକୁ ଖରାପ କୋଲେ୍‌ଷ୍ଟରଲକୁ କମ୍‌ କରିଥାଏ।
ଓଜନ ହ୍ରାସରେ ସହାୟକ: ତମ୍ବାପାତ୍ରରେ ପାଣି ପିଇ ପ୍ରାକୃତିକ ଉପାୟରେ ଓଜନ କମ୍‌ କରାଯାଇପାରିବ।
କ୍ୟାନ୍‌ସରରୁ ମୁକ୍ତି: ତମ୍ବାପାତ୍ରରେ ପାଣି ପିଇ କ୍ୟାନ୍‌ସର ପରି ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ତମ୍ବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ଥିବା ଫ୍ରି ରେଡିକଲ୍ସର ପ୍ରଭାବକୁ ନ୍ୟୁଟ୍ରାଲାଇଟ୍‌ କରିଥାଏ, ଯାହାକି କ୍ୟାନ୍‌ସରର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।

Add a Comment