What is April-Fool! Why & How? ଏପ୍ରିଲ ଫୁଲ୍ କିଛି କଥା କିଛି ବ୍ୟଥା

ଏପ୍ରିଲ ଫୁଲ ସମ୍ପର୍କରେ କିଛି କଥା ଆମେ ଜାଣିବାକୁ ପାଇଲେ । ବ୍ୟଥା ବଡ ଗମ୍ଭୀର । ତାହାକୁ ଆଜି ବୁଝିବା ଏବଂ ଅନୁଭବ କରିବାର ବେଳ ଆସିଯାଇଛି । ବେଳହୁଁ ସାବଧାନ ନ ହେଲେ ପରିଣାମ ଭୟାବହ ହେବ । ଆଜି ଆମକୁ ଭଲ ଲାଗୁଥିଲେ ମଧ୍ୟ ଭାବି ବଂଶଧରଙ୍କ ପାଇଁ ଏହା କଣ୍ଟା ହୋଇଯିବ ।
କାଳଗଣନା ପ୍ରତ୍ୟେକ ରାଷ୍ଟ୍ରର ଏକ ମାପକାଠି । ବିଶ୍ୱର ପ୍ରତ୍ୟେକ ଦେଶରେ ମୁଖ୍ୟତଃ ସୂର୍ଯ୍ୟୋ ଓ ଚନ୍ଦ୍ରଙ୍କ ଗତି ଅନୁସାରେ କାଳଗଣନା ହୋଇଥାଏ । ସୂର୍ଯ୍ୟଙ୍କ ଗତି ଅନୁସାରେ ଗଣନାକାରୀମାନେ ବର୍ଷକ ୩୬୫ଦିନ , ୧୫ଘଣ୍ଟା ୩୧ ପଳ ଓ ଚନ୍ଦ୍ରଙ୍କ ଗତି ଅନୁସାରେ ବର୍ଷକ ୩୫୪ଦିନ,୨୨ଘଣ୍ଟା ୧ପଳ, ଏହାର ଭାରସାମ୍ୟ ରକ୍ଷା କରିବା ପାଇଁ ମଳମାସ ବା ଅଧ ôମାସର ବ୍ୟବସ୍ଥା ଅଛି । ଏହି ଦୁଇ କାଳଗଣନା ମାଧ୍ୟମରେ ୧୦ଦିନ ୫୩ଘଣ୍ଟା ୩୦ପଳ ଅନ୍ତର ଆସୁଛି । ବାସ୍ତବରେ ବୈଦିକ ଗତି ଅନୁଯାଇ ଚୈତ୍ରଶୁକ୍ଳ ପ୍ରତିପଦା ହିଁ ନୂଆ ବର୍ଷ ଏବଂ ଏହା ଏପ୍ରିଲ ୧ରେ ହିଁ ପଡୁଥିଲା ।
ଏକଦା ସମଗ୍ର ବିଶ୍ୱ ଏହି ଦିବସଟିକୁ ନୂଆବର୍ଷ ଭାବେ ପାଳନ କରି ଆସୁଥିଲା । ୱାର୍ଲଡ ବୁକ୍‍ ଅଫ ଏନସାଇକ୍ଲୋପେଡିଆ ଅନୁଯାୟୀ ଏହି ଏପ୍ରିଲ ଫୁଲ ସର୍ବ ପ୍ରଥମେ ଫ୍ରାନସରୁ ଆରମ୍ଭ ହୋଇଥିଲା ।
୧୫୮୪ରେ ଫ୍ରାନସର ଚାର୍ଲସ ୧୦ମ ନୂଆ ସଂଶୋଧିତ କ୍ୟାଲେଣ୍ଡର ଫ୍ରାନ୍ସ ରେ ଲାଗୁକରିଥିଲେ । ଏଥି ପୂର୍ବରୁ ଫ୍ରାନ୍ସର ମାର୍ଚ୍ଚ ୨୧ ଓ ଏପ୍ରିଲ ୧ ନୂଆବର୍ଷର ଆରମ୍ଭ ଦିବସ ଥିଲା । ଏହି ଚୈତ୍ରଶୁକ୍ଳ ପ୍ରତିପଦା
୧ରେ ହିଁ ପଡିଥାଏ । କିନ୍ତୁ ସୌରବର୍ଷ ଓ ଚାନ୍ଦ୍ରମାସ ଗଣନାଅନୁସାରେ ଯେଉଁ ୧୦ଦିନ ୫୩ଘଣ୍ଟା ୩୦ପଳ ତାରତମ୍ୟ ଦେଖାଦେଇଥାଏ ଯେଉଁ କାରଣରୁ ଚୈତ୍ରଶୁକ୍ଳ ପ୍ରତିପଦା ଏପ୍ରିଲ ୧ରେ ନ ପଡି ବେଳେ ବେଳେ ଏପ୍ରିଲ ୧ ପୂର୍ବରୁ ବା ପରେ ପଡିଥାଏ । ଯେତେବେଳେ ଫ୍ରାନ୍‍ସରେ ନୂଆବର୍ଷକୁ ପରିବର୍ତ୍ତେ ଜାନୁଆରୀ୧ରେ ପାଳନ କରିବାକୁ ଲାଗିଲେ ସେତେବେଳେ ବହୁତ ଲୋକ ଜାନୁଆରୀ ୧ ବଦଳରେ ଏପ୍ରିଲ ୧କୁ ହିଁ ନୂଆ ବର୍ଷ ଭାବେ ପାଳନ କଲେ । କିଛି ଲୋକ ସ୍ୱାଭାବିକ ଢଙ୍ଗରେ
ଅଭ୍ୟାସ ବଶତଃ ଏପ୍ରିଲଫୁଲ-୧କୁ ହିଁ ନୂଆବର୍ଷ ଭାବେ ପାଳନ କରିବାକୁ ଲାଗିଲେ ।
ଏପ୍ରିଲ ୧କୁ ନୂଆବର୍ଷ ଭାବେ ପାଳନ କରୁଥିବା ଲୋକଙ୍କୁ ଦୃଷ୍ଟି ଜାନୁଆରୀ-୧କୁ ବଦଳାଇବା ପାଇଁ ଏପ୍ରିଲଫୁଲର ଜନ୍ମ । ଜାନୁଆରୀ ୧କୁ ନୂଆବର୍ଷ ଭାବେ ପାଳନ କରୁଥିବା ଲୋକମାନେ ଏପ୍ରିଲ ୧କୁ
ନୂଆବର୍ଷ ଭାବେ ଗ୍ରହଣ କରୁଥିବା ଲୋକମାନଙ୍କୁ ଯୋଜନା ବଦ୍ଧ ଭାବେ ହଇରାଣ ହରକତ କରିବା ପାଇଁ ନୂଆବର୍ଷ ଭୋଜି ଖାଇବା ନାମରେ ଡାକିଲେ । ସେମାନେ ଖୁସିରେ ନୂଆବର୍ଷ ଅବସରରେ ଭୋଜି ଖାଇବା ପାଇଁ ଆସିଲା ବେଳକୁ ସେହି ସ୍ଥାନରେ କେହି ନ ଥିବେ କିମ୍ବା ସେହି ଘରେ ତାଲା ପଡିଥିବ । ଏହିପରି ବାରମ୍ବାର ଘଟିବା କାରଣରୁ ପୁରୁଣା କାଳିଆ ଲୋକମାନେ ନିରାଶ ହୋଇ ବୋକାଙ୍କ ପରି ଫେରୁଥିଲେ ଏବଂ ଧିରେଧିରେ ଜାନୁଆରୀ ୧କୁ ନୂଆବର୍ଷ ପାଳନ କରିବା ମାନସିକତା ନିର୍ମାଣ ହୋଇ ଏପ୍ରିଲ ଫୁଲରେ ପ୍ରଚଳନ ଫ୍ରାନ୍‍ସରୁ ଆରମ୍ଭ ହୋଇ ଚାରିଆଡେ ବ୍ୟାପିବାକୁ ଲାଗିଲା ।
ଏପ୍ରିଲ ୧ରେ ଏପ୍ରିଲଫୁଲ ନାମରେ ଅନ୍ୟକୁ ବୋକା ବନାଇବାକୁ ଯାଇ ଆମେ ସମସ୍ତେ ବୋକା ହୋଇଯାଇଛନ୍ତି । ଆତ୍ମ ସମୀକ୍ଷା କରି ନିଜକୁ ଚିହ୍ନିବା ସହ ସୁଦୂର ପ୍ରସାରୀ ରହସ୍ୟର ସତ୍ୟ ଉନ୍ମୋଚନ ହେବା ଦରକାର । ଅନ୍ୟକୁ ବୋକା ବନାଇ କ୍ଷଣିକ ସୁଖରୁ ନିଜକୁ ବଞ୍ଚାଇବାର ଆବଶ୍ୟକ ରହିଛି । ବିଶେଷକରି ଓଡିଶାର କୌଣସି ବ୍ୟକ୍ତି ଏପ୍ରିଲଫୁଲ ପାଳନ କରିବା ଉଚିତ ନୁହେଁ । ଏପ୍ରିଲ ୧କୁ ବୋକାଦିବସ ଅପେକ୍ଷା ସ୍ୱାଭିମାନ ଦିବସ ଭାବେ ପାଳନ କଲେ ବହୁତ ଭଲ ହେବ । ୧୯୩୬ ମସିହା ଏପ୍ରିଲ୧ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷିତ ହେଲା । ଯେଉଁ ଦିନ ଓଡିଆର ସ୍ୱାଭିମାନ ପ୍ରତିଷ୍ଠା ହୋଇ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ଏବଂ ଓଡିଆ ଏକ ସ୍ୱତନ୍ତ୍ର ଭାଷା ରୂପେ ପରିଗଣିତ ହେଲା ସେହିପରି ଏକ ପବିତ୍ର ଦିନ ଏପ୍ରିଲ ୧ରେ କାହାକୁ ବୋକା ବନାଇବା ଠିକ୍‍ ହେବ ନାହିଁ । ଆସନ୍ତୁ ଏପରି ଏକ ପବିତ୍ର ଦିନରେ ସତ୍ୟର ଉଦ୍‍ଘାଟନ କରି ବିଶ୍ୱ ଭାତୃତ୍ୱ ଭାବକୁ ସମସ୍ତଙ୍କ ମନରେ ଜାଗ୍ରତ କରିବା ।
(

Add a Comment