ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ! ଦେଖିବେ ତାର ଚମତ୍-କାରିତା!


କଥାରେ ଅଛି, ଲୁଣ ଖାଏ ହାଣ୍ଡି; ଚିନ୍ତା ଖାଏ ଗଣ୍ଡି । କିନ୍ତୁ ସ୍ଥଳ ବିଶେଷରେ ଲୁଣର ବ୍ୟବହାର ଶରୀର ପାଇଁ ବହୁତ ଲାଭପ୍ରଦ । ଲୁଣ ବିନା ଖାଦ୍ୟର ସ୍ୱାଦ ଯେପରି ଅଧୁରା ସେପରି ଲୁଣ ବିନା ସ୍ନାନରେ ମଧ୍ୟ ମନ ତଥା ଶରୀରର କାଳିମା ଦୂର ହୋଇନଥାଏ । ସେଇଥିପାଇଁ ସାଧୁ-ସନ୍ଥମାନେ ସମୁଦ୍ର ସ୍ନାନ ପାଇଁ ଗୁରୁତ୍ୱ ଦେଇଥାନ୍ତି ।
ଆପଣ ଯଦି ସମୁଦ୍ର ସ୍ନାନ କରିନପାରୁଛନ୍ତି, ତେବେ ସ୍ନାନ ସମୟରେ କିଛି ଲୁଣ ପାଣିରେ ପକାଇ ସ୍ନାନ କରନ୍ତୁ । ଦେଖିବେ ତାର ଚମତ୍-କାରିତା! ।
ଉଷୁମ ପାଣିରେ ୨ଚାମଚ ସୈନ୍ଧବ ଲୁଣ ଏବଂ ୧ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇବା ଦ୍ୱାରା ଶରୀରର କେଉଁ ସମସ୍ୟା ଦୂର ହୋଇଥାଏ, ଆସନ୍ତୁ ଜାଣିବା

୧.ଥଣ୍ଡା ବା ଜ୍ୱର ହେଲେ ଲୋକମାନେ ଔଷଧ ଖାଇ ଏହାକୁ ଭଲ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆପଣ ନିଜର ଜ୍ୱର ବା ଥଣ୍ଡାକୁ ଭଲ କରିବା ପାଇଁ ଲୁଣ ମିଶା ପାଣିକୁ ବ୍ୟବହାର କରି ପାରିବେ । ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ ।
୨.ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇଯିବ । କାରଣ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା କ୍ୟାଲ୍‌ସିୟମର ଅଭାବ ଦୂର ହୋଇଥାଏ ।
୩.ଖରାଦିନେ ଶରୀରର ଜଳାପୋଡ଼ା ହେବା ସହ କୁଣ୍ଡାଇ ହେବା ସମସ୍ୟା ଦେଖା ଯାଇଥାଏ । ଏ ସମସ୍ୟା ଥିଲେ, କୌଣସି ପ୍ରକାରର କ୍ରିମ୍‌ ବା ଲୋଶନ ବ୍ୟବହାର କରିବା ପରିବର୍ତ୍ତେ ଲୁଣ ମିଶା ଉଷୁମ ପାଣିରେ ଗାଧାନ୍ତୁ ।

Tags:,

Add a Comment