ବକୁଳ ଅମାବାସ୍ୟା ବା ବଉଳ ଅମାସିଆ

ଭୁବନେଶ୍ୱର: ବକୁଳ ଅମାବାସ୍ୟା ବା ବଉଳ ଅମାସିଆ – ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ। ଯାହାକୁ ଓଡ଼ିଶାର ଲୋକେ ଘରେ ଘରେ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ ବଉଳି ଥିବା ଆମ୍ବଗଛରେ ବାନ୍ଧି ପୂଜା କରାଯାଏ। ଯାହାକୁ କୁହାଯାଏ ଗଇଁଠା। ଗର୍ଭବତୀ ମହିଳାଙ୍କୁ ପୂଜିବା ଭଳି ଫଳବତୀ ବୃକ୍ଷକୁ ଏହି ଉତ୍ସବରେ ପୂଜିବାର ଅନନ୍ୟ ପରମ୍ପରା ଏହି ଉତ୍ସବରେ ଦେଖିବାକୁ ମିଳେ। ମଣିଷ କାହାକୁ ପୂଜା କରିବା କଥା ନ କରିବା କଥା ସେ ଯୁକ୍ତିରୁ ଊର୍ଦ୍ଧ୍ୱରୁ ଉଠି ପ୍ରକୃତିର ସବୁ ଉପାଦାନ ଯେ, ପୂଜ୍ୟ ତାହା ଏହି ପର୍ବଟି ପ୍ରମାଣିତ କରେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆଙ୍କ ଇଷ୍ଟ ହୋଇଥିବାରୁ ମହାପ୍ରଭୁଙ୍କ ପାଖରେ ମଧ୍ୟ ଏହି ଦିନ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ। ବକୁଳ ଅମାବାସ୍ୟା (ପୌଷ ଅମାବାସ୍ୟା) ଦିନ ଅବକାଶ ପରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ। ସକାଳ ଧୂପ ଉଠିବା ସମୟରେ ରୋଷଘରୁ “ବଉଳ-ଗଇଁଠା‘ତାଟ ଛାମୁକୁ ଆସି ମୁଦିରଥ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ଓ ବନ୍ଦାପନା ସମ୍ପନ୍ନ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କ ବଉଳ ମଧ୍ୟ ଲାଗି ହେଉଥିବା କୁହାଯାଏ।

Add a Comment